ସୀମିତ ସେବାୟତ କରାଇବେ ସ୍ନାନଯାତ୍ରା

May 22, 2020, ଓଡ଼ିଶା, , Anupambharat News Bureau


 ସୀମିତ ସେବାୟତ କରାଇବେ ସ୍ନାନଯାତ୍ରା
Anupambharat News Bureau
May 22, 2020


ପୁରୀ, ୨୧ା୫ (ଅନୁପମ ମିଡିଆ): ମହାପ୍ରଭୁଙ୍କର ଆଗାମୀ ସ୍ନାନ ଯାତା୍ର ସଂପର୍କରେ ଆଜି ଶୀ୍ରମନ୍ଦିର ପ୍ରଶାସନ ପକ୍ଷରୁ ଶୀ୍ରମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ କିପରି ସ୍ନାନ ଯାତା୍ର କରାଯିବ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ପରେ ସେବାୟତ ମାନେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ସମସ୍ତ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ । ଆସନ୍ତା ୨୫ ତାରିଖ ସୁଧା ସବୁ ନିଯୋଗ ସେମାନଙ୍କ ସେବାୟତଙ୍କ ତାଲିକା ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ କୁହାଯାଇଛି । ଶୀଘ୍ର ପହଣ୍ଡି ନୀତି କରିବା ସହ ଚଳିତ ବର୍ଷ ୧୫ ଦିନ ଅଣସରନୀତି କରାଇବା ନେଇ ଦୈତାପତିଙ୍କ ପ୍ରସ୍ତାବ ଉପରେ ବୈଠକରେ ମତାମତ ଲୋଡା ଯାଇଥିବା ବେଳେ କୋଭିଡ୍‌-୧୯ କଟକଣା ଭିତି ରେ କିଭଳି ନୀତି ସଂପାଦନ କରାଯିବ ସେ ନେଇ ଆଲୋଚନା ହୋଇଛି । ଲକ ଡାଉନ ସମୟରେ ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ ନୀତି କିଭଳି ସଂପାଦନ କରାଯିବ ସେ ନେଇ ଧାର୍ମିକ ଗୁରୁଙ୍କ ମତ ନେବାକୁ ବୈଠକରେ ନିଷ୍ପତି ହୋଇଛି । ଅନ୍ୟ ପଟେ ସେବାୟତ ମାନେ ମହାପ୍ରଭୁଙ୍କ ସମସ୍ତ ସେବାନୀତି ଶୃଙ୍ଖଳିତ ଓ ନିୟମ ଅନୁସାରେ କରିବାନେଇ ମତ ଦେଇଛନ୍ତି । ଆଜି ୧୦ ଟି ପ୍ରମୁଖ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଜୁନ ୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ର ପହଣ୍ଡି ନୀତି ଠାରୁ ଆରମ୍ଭ କରି ଜଳବିଜେ , ସ୍ନାନ ନୀତି ତଥା ଗଜାନନ ବେଶ ସୁଚାରୁ ରୂପେ ସଂପାଦନ କରିବାନେଇ ବୈଠକରେ ଆଲୋଚନା କରାଯାଇଛି । କୋଭିଡ୍‌-୧୯ କୁ ନେଇ କଟକଣା ଥିବା ଯୋଗୁଁ କଟକଣା ଭିତିରେ କିଭଳି ମହାପ୍ରଭୁଙ୍କ ନୀତି ଗୁଡିକ ଶୃଙ୍ଖଳିତ ଓ ସୁଚାରୁ ରୂପେ କିଭଳି କରିହେବ ସେ ଦିଗରେ ବିଭିନ୍ନ ନିଯୋଗ ପକ୍ଷରୁ ଆଗାମୀ ୨୫ ତାରିଖ ସୁଧା ତାଲିକା ଦିଆଯିବ । ଚଳିତ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟଣା ଥାନା ଆଇଆଇସି ନିଲମ୍ବିତ

ପାଟଣା ଥାନା ଆଇଆଇସି ନିଲମ୍ବିତ

Read More...

୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page