ପାଟଣା ଥାନା ଆଇଆଇସି ନିଲମ୍ବିତ

May 23, 2020, ଓଡ଼ିଶା, , Anupambharat News Bureau


ପାଟଣା ଥାନା ଆଇଆଇସି ନିଲମ୍ବିତ
Anupambharat News Bureau
May 23, 2020

ଭୁବନେଶ୍ୱର, ୨୩ା୫(ଅନୁପମମିଡ଼ିଆ): ଥାନା ଭିତରେ ଜଣେ ଯୁବକଙ୍କୁ ମାଡ ମାରିବା ଘଟଣା ପରେ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଥାନାଧିକାରିଣୀ ସନ୍ଧ୍ୟା ରାଣୀ ଜେନାଙ୍କୁ ଶନିବାର ନିଲମ୍ବନ କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ଅନୁଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇଆଇସି ସନ୍ଧ୍ୟା ରାଣୀ ଜେନାଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ଡିଜି ଟୁଇଟରେ ଉଲ୍ଲେଖ କରିଛନ୍ତି । ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତ ରଞ୍ଜନ ମହାନ୍ତ (୨୨ ବର୍ଷ) ନାମକ ଯୁବକଙ୍କୁ ଆଇଆଇସି ଥାନା ଭିତରେ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍‌ ହୋଇଥିଲା । ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଏକ ଜମିବାଡ଼ି ମାମଲା ଦାଏର ହୋଇଥିଲା । ତାଳସରୁଆ ଗ୍ରାମର ଲଷ୍ମୀଧର ମହାନ୍ତଙ୍କୁ ସେହି ଗ୍ରାମର ସମ୍ପୃକ୍ତ ଯୁବକ ଚିତରଞ୍ଜନ ମହାନ୍ତଙ୍କ ସମେତ କଂଗ୍ରେସ ମହାନ୍ତ , ଗୁରୁଚରଣ ମହାନ୍ତ , ଚୈତନ୍ୟ ମହାନ୍ତ ପ୍ରମୁଖ ଜମି ବାଡ଼ି ମାମଲାରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏ ନେଇ ଲକ୍ଷ୍ମୀଧରଙ୍କ ପତ୍ନୀ ଗାନ୍ଧାରୀ ମହାନ୍ତ ଥାନାରେ ଅଭିଯୋଗ କରିଥିଲେ । ଏହି ଚାରି ଅଭିଯୁକ୍ତଙ୍କୁ ଥାନାକୁ ଆଣି ଥାନାଧିକାରୀ ପଚାର ଉଚରା କରିଥିଲେ । ଏହି ସମୟରେ ସମ୍ପୃକ୍ତ ଥାନା ଆଇଆଇସି ସନ୍ଧ୍ୟା ଜେନା ଚିତରଞ୍ଜନଙ୍କୁ ଥାନା ଭିତରେ ଠେଙ୍ଗାରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା ଏବଂ ଭିଡିଓ ଭାଇରାଲ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନଲାଇନ୍‌ରେ ମିଳିବ ମଦ

ଅନଲାଇନ୍‌ରେ ମିଳିବ ମଦ

Read More...

 ସୀମିତ ସେବାୟତ କରାଇବେ ସ୍ନାନଯାତ୍ରା

ସୀମିତ ସେବାୟତ କରାଇବେ ସ୍ନାନଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page