ଦୈତାରୀରେ କେସିସି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

May 24, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଦୈତାରୀରେ କେସିସି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ
Anupambharat News Bureau
May 24, 2020

କେନ୍ଦୁଝର, ୨୪ା୫: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀସ୍ଥିତ ଓଡିଶା ଗନ୍ଧମାର୍ଦ୍ଦନ ଲୌହ ଖଣି ଚତୁଃପାଶ୍ୱର୍ରେ ଥିବା ଗ୍ରାମବାସୀଙ୍କୁ ଓଏମ୍‌ସିରେ ଉତ୍ତୋଳନ କାର୍ଯ୍ୟ କରୁଥିବା କଳିଙ୍ଗ କମର୍ସିଆଲ କର୍ପୋରେସନ ପକ୍ଷରୁ ଶନିବାର ଦିନ ରାସନ ସାମଗ୍ରୀ ପ୍ୟାକେଟ ବଣ୍ଟନ କରାଯାଇଛି । କେସିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ସୌମ୍ୟରଞ୍ଜନ ସାମଲଙ୍କ ଉପସ୍ଥିତିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ,ଷ୍ଟୁଆର୍ଟ ସାଇନ୍ସ କଲେଜର ଅଧ୍ୟକ୍ଷ ଡକଫର ଦେବାଶିଷ ଆଚାର୍ଯ୍ୟ,କେସିସିର ନିର୍ଦ୍ଦେଶିକା ଅର୍ଚ୍ଚନା ସାମଲ ଉପସ୍ଥିତ ରହି ଦୈତାରୀ ଓଏମସି ଖଣି ପ୍ରଭାବିତ ତାଳପଦା,ଦୈତାରୀ ଓ ବଳିପର୍ବତ ଗ୍ରାମର ଗରିବ ଏବଂ ଅସହାୟ ଲୋକମାନଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ବଣ୍ଟନ କରିଥିଲେ । ଏହି ପ୍ୟାକେଟରେ ଗୋଟିଏ ପରିବାର ୧ ସପ୍ତାହ ଚଳିବା ପାଇଁ ଡାଲି,ତେଲ,ହଳଦି,ଲୁଣ,ଅମୁଲ ପ୍ୟାକେଟ, ବିସ୍କୁଟ,ଅଟା,ସୁଜି,ବେସନ,ଚିନି,ଚା ପ୍ୟାକେଟ,ଚୁଡା,ହଳଦି ଗୁଣ୍ଡ ପ୍ୟାକେଟ,ସାବୁନ ରହିଛି । କରୋନା ପାଇଁ ଲକ୍‌ଡାଉନ ସମୟରେ ଓଏମ୍‌୍‌ସି ଖଣି ପ୍ରଭାବିତ ଗ୍ରାମମାନଙ୍କରେ ଗରିବ ଲୋକମାନେ କାମଧନ୍ଦା ହରାଇ ଦୁଃଖକଷ୍ଟରେ ଥିବାବେଳେ କଳିଙ୍ଗ କମର୍ସିଆଲ କର୍ପୋରେସନ ପକ୍ଷରୁ ଏହି ସହାୟତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେସିସିର ମାନବ ସମ୍ବଳ ଅଧିକାରୀ ଅକ୍ଷୟ କୁମାର ପାଲ,ଦିବ୍ୟରଞ୍ଜନ ପାଟ୍ଟଯୋଶୀ,ସୋଲାର ଆଇଟିର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଟ୍ଟନାୟକ, ଦୈତାରୀ ଓଏମସିର ଶ୍ରମ ମଙ୍ଗଳ ଅଧିକାରୀ କଳାକର ବାଘସିଂହ,ଦୈତାରୀ ସରପଞ୍ଚଚ ଦଶମା ନାଏକ,ରାସୋଳ ସରପଞ୍ଚ ନାରଣ ପୂର୍ତ୍ତୀ,ସମିତି ସଭ୍ୟା ସୁନିତା ପ୍ରଧାନ,ଯୁବ ସମାଜସେବୀ ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଟିଏ ଦିନରେ ୬୯୭୭ ପଜିଟିଭ ଚିହ୍ନଟ

ଗୋଟିଏ ଦିନରେ ୬୯୭୭ ପଜିଟିଭ ଚିହ୍ନଟ

Read More...

ପାରାଦ୍ୱୀପ-କେନ୍ଦୁଝର ଟ୍ରକ ପରିବହନ ବିବାଦ: ରାସ୍ତାକଡରେ ଛିଡା ହୋଇଛି ଶହଶହ ଟ୍ରକ

ପାରାଦ୍ୱୀପ-କେନ୍ଦୁଝର ଟ୍ରକ ପରିବହନ ବିବାଦ: ରାସ୍ତାକଡରେ ଛିଡା ହୋଇଛି ଶହଶହ ଟ୍ରକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page