ଗୋଟିଏ ଦିନରେ ୬୯୭୭ ପଜିଟିଭ ଚିହ୍ନଟ

May 25, 2020, ଦେଶ, , Anupambharat News Bureau


ଗୋଟିଏ ଦିନରେ ୬୯୭୭ ପଜିଟିଭ ଚିହ୍ନଟ
Anupambharat News Bureau
May 25, 2020

ନୂଆଦିଲ୍ଲୀ,୨୫ା୫:ସମଗ୍ର ଭାରତବର୍ଷରେ ସାଂଘାତିକ ରୂପ ଧାରଣ କରିଛି କରୋନା ଭୂତାଣୁର ଭୟଙ୍କର ସଂକ୍ରମଣ ଏହି କରୋନାକୁ ମୁକାବିଲା କରିବା ପାଇଁ ଦେଶରେ ଯଦିଓ ଚତୁର୍ଥ ପର୍ଯ୍ୟାୟର ଲକ୍‌ଡ଼ାଉନ୍‌ ନୀତି ଅବଲମ୍ବନ କରାଯାଇଛି । ତେବେ ମଧ୍ୟ କରୋନା ସଂକ୍ରମଣ କୌଣସି ଫଳପ୍ରଦ ହୋଇ ନଥିବା ଭଳି ମନେ ହେଉଛି । କାରଣ ଭାରତରେ ଦୈନିକ କରୋନା ବା କୋଭିଡ଼-୧୯ ପଜିଟିଭ ସଂଖ୍ୟା ଯେଭଳି ଉଚ୍ଚ ହାରରେ ବୃଦ୍ଧି ପାଇବାରେ ଲାଗିଛି, ସତେ ଯେମିତି ଏହା ଅଣାୟତ ହୋଇପଡିଛି । ଆଜି ଗୋଟିଏ ଦିନର ସର୍ବାଧିକ କୋଭିଡ଼-୧୯ ପଜିଟିଭ ଚିହ୍ନଟରୁ ଏହା ସ୍ପଷ୍ଟ ହୋଇଛି ଯେ, ଭାରତରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଶ୍ଚର୍ଯ୍ୟଜନକ ଭାବରେ ୬୯୭୭ ସଂଖ୍ୟକ ନୂତନ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି, ଯାହାକି ସର୍ବାଧିକ ବୋଲି କୁହାଯାଇଛି । ଦେଶରେ ପ୍ରଥମ ଥର ପାଇଁ ଏହି ସର୍ବାଧିକ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ହୋଇଛି । ସମଗ୍ର ବିଶ୍ୱରେ ଯେଉଁ ରାଷ୍ଟ୍ର ଗୁଡିକ ମାତ୍ରାଧିକ ପ୍ରଭାବିତ ହୋଇଛନ୍ତି, ଠିକ୍‌ ସେହିଭଳି ଭାରତ ମଧ୍ୟ କରୋନା ରୋଗରେ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ତାଲିକାରେ ଯୋଡ଼ି ହୋଇଯାଇଛି । ସୂଚନାଥାଉକି, କରୋନା ସଂକ୍ରମଣ ଦେଶରେ ନିୟନ୍ତ୍ରଣ ହେବାକୁ ଯାଉଛି ବୋଲି ଆଶା କରାଯାଇ ଯଦିଓ ସୋମବାର ଠାରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ତେବେ ଏହା ସାଧାରଣ ଜନତାଙ୍କୁ ଆଶଙ୍କିତ ମଧ୍ୟ କରିଛି । ଦୁଇ ମାସ ଧରି ବିମାନ ଉଡ଼ାଣ ବନ୍ଦ ରହିବା ପରେ ଆଜି ଆରମ୍ଭ ହୋଇଥିଲା । ଅବଶ୍ୟ କେତେକ ସ୍ଥାନରେ ପରିଚାଳନାଗତ ତୃଟି ଯୋଗୁଁ ବିମାନ ଉଡ଼ାଣ କରାଯାଇପାରିନଥିଲା । କରୋନାକୁ ମୁକାବିଲା କରିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଜାରି ରହିଛି । ଏପରିକି ଦେଶରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯାଇଛି । ଏହା ବ୍ୟତୀତ ଟ୍ରେନ୍‌ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ପ୍ରବାସୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଟ୍ରେନ୍‌ ସେବା ଆରମ୍ଭ କରାଯାଇଛି । ଅନ୍ୟ ପକ୍ଷରେ କରୋନା ରୋଗରେ ବହୁ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ସମ୍ବେଦନଶୀଳକ ରହିଛି । ପ୍ରତିଦିନ କେତେକ ରାଜ୍ୟରେ କୋଭିଡ଼-୧୯ ପଜିଟିଭ ସଂଖ୍ୟା ନୂତନ ଭାବରେ ବୃଦ୍ଧି ପାଇବା ଦେଖିବାକୁ ମିଳିଛି । ପଞ୍ଜାବରେ ଆଜି ଗୋଟିଏ ଦିନରେ ୨୧ଟି ନୂତନ ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୮୧କୁ ପହଞ୍ଚିଛି । ଗୁଜୁରାଟରେ ମଧ୍ୟ ଆଜି ୪୦୫ ସଂଖ୍ୟକ ନୂତନ ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟରେ ମୃତକଙ୍କ ସଂଖ୍ୟା ୮୮୮ ରହିଛି । ଆସାମରେ ଆଜି ଗୋଟିଏ ଦିନରେ ହଠାତ୍‌ ୪୮ ଜଣ ଲୋକ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜାମ୍ମୁକାଶ୍ମୀରରେ ମଧ୍ୟ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୧୬୬୮କୁ ପହଞ୍ଚିଛି । ଉତ୍ତରାଖଣ୍ଡରେ ମଧ୍ୟ ଆଜି ୧୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୨୭୩ ସଂଖ୍ୟକ ପଜିଟିଭ ଧରାପଡିଛି । ଠିକ୍‌ ସେହିଭଳି କର୍ଣ୍ଣାଟକରେ ୬୯ ସଂଖ୍ୟକ ଲୋକଙ୍କ ମଧ୍ୟରେ ଏହି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବିହାରରେ ମଧ୍ୟ ୬୯ ଜଣଙ୍କ ନମୁନାରୁ ପଜିଟିଭ ଜଣାପଡିଛି । ଆଜି ଗୋଟିଏ ଦିନରେ ହିମାଚଳ ପ୍ରଦେଶରେ ମଧ୍ୟ ୧୦୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଅତ୍ୟନ୍ତ ସଂଗୀନ ହେବାରେ ଲାଗିଛି ସମଗ୍ର ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୭୭ ସଂଖ୍ୟକ ଲୋକ କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଛନ୍ତି । ପୁଣି ଆଜି ଗୋଟିଏ ଦିନରେ ୧୫୪ ଜଣ ଲୋକ ଏହି ରୋଗରେ ପ୍ରାଣ ହରାଇବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୪ ହଜାର ଟପିଯାଇ ଏହା ୪୦୨୧କୁ ପହଞ୍ଚିଛି ଏବଂ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮, ୮୪୫ କୁ ବୃଦ୍ଧି ପାଇଛି । ତେବେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୦୪୧ ସଂଖ୍ୟକ ଲୋକ କୋଭିଡ଼-୧୯ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ପୁରି ୫୮ ଜଣ ବୃଦ୍ଧି ପାଇଥିବା ଯୋଗୁଁ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୧୬୩୫କୁ ପହଞ୍ଚିଛି । ଗୁଜୁରାଟରେ ମଧ୍ୟ ୩୯୨ ଜଣ ଆକ୍ରkାନ୍ତ ହୋଇଥିବା ବେଳେ ଆଜି ୨୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଦିଲ୍ଲୀରେ ମଧ୍ୟ ଆଜି ୩୦ ଜଣ ଲୋକ ଏହି କରୋନା ରୋଗରେ ପ୍ରାଣ ହରାଇଥିବା ବେଳେ ୫୦୮ ଜଣ ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇ ନଗରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୫୪,୩୮,୧୦୬ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩,୪୫,୨୭୩ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଜାରି ରହିଛି । ତେବେ କୋହଳତା ଅବଲମ୍ବନ କରାଯାଇ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଜୀବନଯାତ୍ରାରେ ସ୍ୱାଭାବିକ କରାଯାଇଛି । ସୂଚନାଯେ, ସମଗ୍ର ଦେଶରେ ଆଜି ତାମିଲନାଡ଼ୁରେ ସର୍ବାଧିକ ୮୦୫ ସଂଖ୍ୟକ ଲୋକ ନୂତନ ଭାବେ କରୋନା ବା କୋଭିଡ଼-୧୯ ପଜିଟିଭରେ ଚିହ୍ନଟ ହୋଇଥିବା ଘଟଣା ରାଜ୍ୟବାସୀଙ୍କୁ ଆତଙ୍କୀତ କରିଛି । ହିମାଚଳ ପ୍ରଦେଶରେ କରୋନାର ବ୍ୟାପକତା ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟରେ ପୁଣି ଥରେ ଲକ୍‌ଡ଼ାଉନ୍‌କୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି । ବିଭିନ୍ନ ରାଜ୍ୟରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହେବାରେ ଲାଗିଛି । ହିମାଚଳପ୍ରଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ହେବା ଯୋଗୁଁ ଲକ୍‌ଡ଼ାଉନ୍‌କୁ ବୃଦ୍ଧି କରାଯାଇଛି । ଗତ ୨୪ ଘଣ୍ଟାରେ ହିମାଚଳପ୍ରଦେଶରେ ପୁଣି ୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଯୋଗୁଁ ପୁଣି ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି, ତେବେ ମୃତକଙ୍କ ସଂଖ୍ୟା ୩ରେ ସ୍ଥିର ରହିଛି ତଥାପି ମଧ୍ୟ ବର୍ଦ୍ଧିତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ରାଜ୍ୟର ଦୁଇଟି ଜିଲ୍ଲାରେ ଲକ୍‌ଡ଼ାଉନ୍‌ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିନ୍ତୁ ଆସନ୍ନ ବିପଦକୁ ଏଡ଼ାଇବା ପାଇଁ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌କୁ ବୃଦ୍ଧି କରିବାରେ ହିମାଚଳପ୍ରଦେଶରେ ପ୍ରଥମ ହୋଇଛି । ଅର୍ଥାତ୍‌ ପଞ୍ଚମ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌କୁ ବାଟ ଉନ୍ମìକ୍ତ କରିଥିିବା ଏକ ପ୍ରତିବିମ୍ବ ସୃଷ୍ଟି କରିଛି । କ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ରାଜ୍ୟ ଗୁଡିକରେ ନୂତନ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ-୧୯: ଟପ୍‌ ୧୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ

କୋଭିଡ-୧୯: ଟପ୍‌ ୧୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ

Read More...

ଦୈତାରୀରେ କେସିସି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ଦୈତାରୀରେ କେସିସି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page