ନାଲିପାଣି ପାଇଁ କଟକଣାକୁ ଫୁ : ମଦ ଦୋକାନ ଆଗରେ ଲମ୍ବାଲାଇନ

May 25, 2020, ଓଡ଼ିଶା, , Anupambharat News Bureau


ନାଲିପାଣି ପାଇଁ କଟକଣାକୁ ଫୁ : ମଦ ଦୋକାନ ଆଗରେ ଲମ୍ବାଲାଇନ
Anupambharat News Bureau
May 25, 2020

ଭୁବନେଶ୍ୱର/ବ୍ରହ୍ମପୁର,୨୬ା୫ (ଅନୁପମମିଡ଼ିଆ): ନାଲିପାଣି ପାଇଁ କରୋନା କଟକଣା ଆଉ କାମ କଲାନି । ରବିବାରଠାରୁ ଅନ୍‌ଲାଇନ ମଦ ବି୍ରକି ନେଇ ରାଜ୍ୟ ସରକାର ଅନୁମତି ଦେଇଥିଲେ । ତେବେ ଏହି ଅନ୍‌ଲାଇନ ବିକ୍ରିରେ କେଁ ପୁରେଇଥିଲେ ବ୍ୟବସାୟୀ । ସିଧାସଳଖ ମନା କରିଦେଇଥିଲେ । ଅନ୍‌ଲାଇନ ହେଲେ ଆମେ ବିକିବୁ ନାହିଁ । ଭୁବନେଶ୍ୱର, କଟକ ଏବଂ ପରେ ବ୍ରହ୍ମପୁର ମଦ ବ୍ୟବସାୟୀ ସଂଘ ରୋକଠୋକ ଭାବେ ଜଣାଇଲେ ।
ତେବେ ରାତିରେ କଟକ ମଦ ବ୍ୟବସାୟୀ ସଂଘ ଅନ୍‌ଲାଇନକୁ ଆପଣାଇଥିଲେ । ତେବେ ଆଜି ଏକ ପ୍ରକାର ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ସରକାର ନିୟମକୁ ବ୍ୟବସାୟୀ ଖୋଲାଖୋଲି ଉଲ୍ଲଂଘନ କରି ଆଜି ସକାଳୁ ମଦ ଦୋକାନ ଖୋଲି ଅଫଲାଇନରେ ମଦ ବିକ୍ରି ଆରମ୍ଭ କରିଥିଲେ । ଦୋକାନ ଆଗରେ ଗ୍ରାହକଙ୍କ ଭିଡ଼ କହିଲେ ନସରେ । ସାମାଜିକ ଦୂରତା ନା କେହି ମାସ୍କ ପରିହିତ ଠେଲାପେଲାରେ କିଣି ନେଉଥିଲେ ପେଟି ପେଟି ମଦ ।
ସକାଳ ୭ଟା ରାଜଧାନୀରେ ମଦ ଦୋକାନ ଖୋଲୁ ଖୋଲୁ ଗ୍ରାହକଙ୍କ ଭିଡ଼ ଜମିବାରେ ଲାଗିଥିଲା । ପୋଲିସ ଆସି ପହଞ୍ଚିଲା ପରେ ମଧ୍ୟ ଅବସ୍ଥାରେ ସେଭଳି କିଛି ଉନ୍ନତି ଆସିନଥିଲା । ବ୍ରହ୍ମପୁରରେ ମଧ୍ୟ ସମ ଅବସ୍ଥା ଗତକାଲି କେତେକ ବ୍ୟବସାୟୀ ମିଶି ଅନ୍‌ଲାଇନ ମଦ ବି୍ରକିକୁ ବିରୋଧ କରି ଆଗାମୀ ସାତ ଦିନ ପାଇଁ ଦୋକାନ ଖୋଲିବୁ ନାହିଁ ବୋଲି କହିଥିଲେ । ତେବେ ଆଜି କେତେକ ଦୋକାନୀ ଅଫଲାଇନରେ ମଦ ବିକ୍ରି ଆରମ୍ଭ କରିଥିଲେ । ଫଳରେ ମଦ ବୋତଲ ସଂଗ୍ରହ ପାଇଁ ଦୋକାନ ଆଗରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଆଜି ମଦ ବ୍ୟବସାୟୀ ସଂଘ ପକ୍ଷରୁ ଅଚାନକ ସୂଚନା ଦିଆଯାଇଛି ଯେ, ଅବକାରୀ ବିଭାଗ କର୍ତ୍ତୃପକ୍ଷ ସହ ସେମାନଙ୍କ ୪ ଦଫା ଦାବିନେଇ ଆଲୋଚନା କରାଯାଇଥିଲା । ଆଲୋଚନା ପରେ ମଦ ଦୋକାନରୁ ସୁରକ୍ଷା ଅଫ୍‌ ଲାଇନ୍‌ ସହ ଅନ୍‌ଲାଇନ୍‌ ବିକ୍ରି ଏବଂ ପୂର୍ବରୁ ଜମା କରାଯାଇଥିବା ଅର୍ଥର ସମାଧାନ କରିବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତଶ୍ରୁତି ପରେ ଦୋକାନ ଖୋଲା ଯାଇଥିବା ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି କାମନା ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଆଗକୁ ମଧ୍ୟ ମଦ ଦୋକାନ ଆଗରେ ଏଭଳି ଭିଡ଼ ପରିଲକ୍ଷିତ ହେବା ଏକ ପ୍ରକାର ଥୟ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ସମ୍ଭାବନା ଦେଖାଦେଲାଣି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘଟଣା ଲୁଚାଇବାକୁ ପ୍ରେମିକ ନେଲା ୯ଜଣଙ୍କ ଜୀବନ

ଘଟଣା ଲୁଚାଇବାକୁ ପ୍ରେମିକ ନେଲା ୯ଜଣଙ୍କ ଜୀବନ

Read More...

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page