ଘଟଣା ଲୁଚାଇବାକୁ ପ୍ରେମିକ ନେଲା ୯ଜଣଙ୍କ ଜୀବନ

May 26, 2020, ଦେଶ, , Anupambharat News Bureau


ଘଟଣା ଲୁଚାଇବାକୁ ପ୍ରେମିକ ନେଲା ୯ଜଣଙ୍କ ଜୀବନ
Anupambharat News Bureau
May 26, 2020

ତେଲେଙ୍ଗାନା: ହତ୍ୟାକାଣ୍ଡ ବି ଏପରି । ଯାହା ଗୋଟିଏ ନୁହେଁ ଏକାଥରକେ ୯ଜଣଙ୍କ ହତ୍ୟା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ତେଲେଙ୍ଗାନାର ୱାରଙ୍ଗଲରୁ ପୋଲିସକୁ ଗତ ସପ୍ତାହରେ ଏକ କୂଅରୁ ମିଳିଥିବା ୯ଟି ମୃତଦେହ ମାମଲାର ପର୍ଦ୍ଦାଫାଶ ହୋଇଛି ।
ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ନିଜ ପ୍ରେମିକାର ହତ୍ୟା କରିସାରିଛି । ଏବଂ ଏହାର ରହସ୍ୟ ନଖୋଲୁ ସେଥିପାଇଁ ସେ ୯ ଜଣଙ୍କୁ ହତ୍ୟା କରିବା ପାଇଁ ଏହି ରକ୍ତାକ୍ତ ଖେଳ ଖେଳିଥିଲା । ବିହାରର ପ୍ରବାସୀ ଶ୍ରମିକ ସଞ୍ଜୟ କୁମାର ଯାଦବଙ୍କୁ ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପୂର୍ବେ ଗୋରେକୁଣ୍ଟା ଗ୍ରାମରୁ ମିଳିଥିବା ୯ଟି ମୃତଦେହ ମଧ୍ୟରୁ ୬ଟି ଗୋଟିଏ ପରିବାରର ସଦସ୍ୟ ଥିଲେ । ୬ଟି ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ମାମଲାର ତଦନ୍ତ କରୁଥିଲେ । ପୋଲିସ ଘଟଣାର ତଦନ୍ତ କରି ଗତକାଲି ଦିନ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ଗିରଫ ହେବା ପରେ ୨୬ ବର୍ଷୀୟ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବ ତାଙ୍କ ଅପରାଧ ସ୍ୱୀକାର କରିଥିବା ପୋଲିସ ଦାବି କରିଛି । ୱାରଙ୍ଗାଲ ପୋଲିସ କମିଶନର ଡ. ରବିନ୍ଦର କହିଛନ୍ତି ଯେ, ମେ ୨୧ ଏବଂ ୨୨ ତାରିଖରେ ଏହି ସମସ୍ତ ମୃତଦେହ କୂଅରୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ୍‌ ଆରମ୍ଭ କରିଥିଲା , ବହୁ ତଦନ୍ତ ପରେ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବଙ୍କ ନାମ ବାହାରିଲା । ତାଙ୍କ ପ୍ରେମିକା ରାଫିକାଙ୍କୁ ହତ୍ୟା କରିବାର ଅପରାଧ ଲୁଚାଇବା ପାଇଁ ସଞ୍ଜୟ ଏଭଳି କାଣ୍ଡ ଭିଆଇଥିଲା । ସେ ଆହରୁ ମଧ୍ୟ କହିଛନ୍ତି ଯେ, ଯେଉଁ କୂଅରୁ ମୃତଦେହ ମିଳିଥିଲା ସେହି ପାଖରେ ଏକ ଅଖା ତିଆରି କାରଖାନା ଅଛି । ପ୍ରବାସୀ ଶ୍ରମିକମାନେ ଏଠାରେ ରୁହନ୍ତି ।
ଅଭିଯୁକ୍ତ ସଞ୍ଜୟ ମଧ୍ୟ ଏଠାରେ ରହୁଥିଲେ । ତାଙ୍କ ସହିତ ପଶ୍ଚିମବଙ୍ଗର ବାସିନ୍ଦା ନିଶା ଏବଂ ପରିବାରର ୬ ସଦସ୍ୟ ରହୁଥିଲେ । ବିହାରର ଦୁଇଜଣ ଯୁବକ ଏବଂ ତ୍ରିପୁରାର ଜଣେ ଯୁବକ ମଧ୍ୟ ସେମାନଙ୍କ ସହ ରହୁଥିଲେ । ପୋଲିସ ତଦନ୍ତରୁ ଜଣାପଡିଛି ଯେ, ନିଶାଙ୍କ ଭାଣିଜୀ ରାଫିକା (୩୭) ଙ୍କ ସହ ସଞ୍ଜୟଙ୍କର ଅନୈତିକ ସମ୍ପର୍କ ଥିଲା । ରାଫିକା ମଧ୍ୟ ପଶ୍ଚିମବଙ୍ଗର ଥିଲେ, କି;ୁ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ । ତାଙ୍କର ତିନୋଟି ସନ୍ତାନ ଥିଲେ । ସଞ୍ଜୟ ଏଠାରେ ଏକ କୋଠରୀ ଭଡା କରିଥିଲେ, ଯେଉଁଠାରେ ସେ ରାଫିକାଙ୍କ ସହ ରହୁଥିଲେ । ସେ କହିଥିଲେ ଯେ, କିଛି ସମୟ ପାଇଁ ସଞ୍ଜୟ ରାଫିକାଙ୍କ ଝିଅ ଉପରେ ମଧ୍ୟ ତାର ଖରାପ ଦୃଷ୍ଟି ଥିଲା ।
ରାଫିକା ସଞ୍ଜୟଙ୍କୁ ତାଙ୍କ ଝିଅ ଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଥିଲେ ଏବଂ ଏପରିକି ପୋଲିସ ନିକଟରେ ମାମଲା ଦାୟର କରିଥିଲେ । ସେତେବେଳେ ହିଁ ସଞ୍ଜୟ ରାଫିକାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା । ସେ ମାକସୁଦଙ୍କୁ କହିଛନ୍ତି ଯେ ସେ ରାଫିକାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ବଙ୍ଗଳା ଯାଇ ରାଫିକାଙ୍କ ପରିବାର ସହ କଥା ହେବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ମାର୍ଚ୍ଚ ୭ ରେ ସଞ୍ଜୟ ଏବଂ ରାଫିକା ପଶ୍ଚିମବଙ୍ଗ ଯିବା ପାଇଁ ଟ୍ରେନରେ ଚଢ଼ିଥିଲେ । ଯାତ୍ରା ସମୟରେ ସଞ୍ଜୟ ରାଫିକାଙ୍କୁ ଖାଦ୍ୟ ସହିତ ଏକ ନିଦ ବଟିକା ଦେଇଥିଲେ । ରାଫିକା ହତାଶ ହେବା ପରେ ଅଭିଯୁକ୍ତ ତାଙ୍କୁ ଗଳା କାଟି ଟ୍ରେନରୁ ମୃତଦେହ ଫିଙ୍ଗି ଦେଇଥିଲା ।
ଏହା ପରେ ଅଭିଯୁକ୍ତ ସଞ୍ଜୟ ୱାରଙ୍ଗାଲକୁ ଫେରିଥିଲେ । ଯେତେବେଳେ ନିଶା ତାଙ୍କୁ ରାଫିକା ବିଷୟରେ ପଚାରନ୍ତି, ସେ ସଠିକ୍‌ ଉତ୍ତର ଦେବାକୁ ଅସମର୍ଥ ଏହା ପରେ ନିଶା ତାଙ୍କୁ ପୋଲିସ ନିକଟରେ ମାମଲା ଦାୟର ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ରାଜନୈତିକ ଲକ୍‌ଡାଉନ୍‌ ଆଉ କାମ କରିବନି: ରାହୁଲ୍‌

ମୋଦିଙ୍କ ରାଜନୈତିକ ଲକ୍‌ଡାଉନ୍‌ ଆଉ କାମ କରିବନି: ରାହୁଲ୍‌

Read More...

ନାଲିପାଣି ପାଇଁ କଟକଣାକୁ ଫୁ : ମଦ ଦୋକାନ ଆଗରେ ଲମ୍ବାଲାଇନ

ନାଲିପାଣି ପାଇଁ କଟକଣାକୁ ଫୁ : ମଦ ଦୋକାନ ଆଗରେ ଲମ୍ବାଲାଇନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page