ରାଜ୍ୟରେ ୭୯ ନୂଆ ଆକ୍ରାନ୍ତ, ୮୪ ସୁସ୍ଥ, ୨୯ ଜିଲ୍ଳାକୁ ଛୁଇଁଲା ଭୂତାଣୁ

May 26, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ୭୯ ନୂଆ ଆକ୍ରାନ୍ତ, ୮୪ ସୁସ୍ଥ, ୨୯ ଜିଲ୍ଳାକୁ ଛୁଇଁଲା ଭୂତାଣୁ
Anupambharat News Bureau
May 26, 2020

ଭୁବନେଶ୍ୱର, ୨୬ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଜି ପୁଣି ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ସୋନପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟର ୨୯ଟି ଜିଲ୍ଲାରେ କରୋନା ବ୍ୟପିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଅନ୍ୟପକ୍ଷେ ୮୪ ଜଣ କରୋନା ଆକ୍ରାନ୍ତ ମଙ୍ଗଳବାର ସୁସ୍ଥ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୭୩୩ରେ ପହଞ୍ଚିଛି । ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ଆକ୍ରାନ୍ତ କରୋନା ରୋଗୀଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୧୬, ବଲାଙ୍ଗୀର ଜିଲ୍ଲାରୁ ୧୪ ଜଣ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ଆଠ ଜଣ, କନ୍ଧମାଳ ଜିଲ୍ଲାରୁ ସାତ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଛ’ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ଜଣ, ବାଲେଶ୍ୱର, ଖୋର୍ଦ୍ଧା ଓ ପୁରୀରୁ ୪-୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ନୟାଗଡ ଓ ଢେଙ୍କାନାଳରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋନପୁର, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାର ଛ’ଟି ନୂଆ ମାମଲା ମଧ୍ୟରେ ସମସ୍ତେ କ ୍ୱାରେଣ୍ଟାଇନ ସେଣ୍ଟରର । ସେହିପରି ଝାରସୁଗୁଡାର ଜଣେ ସଂକ୍ରମିତ ମହାରାଷ୍ଟ୍ରରୁ ଫେରିଥିଲେ ଓ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଯାଜପୁର ଜିଲ୍ଲାର ଦୁଇ ଜଣ ଯାକ ସଂକ୍ରମିତ ପଶ୍ଚିମ ବଙ୍ଗର ଫେରିଥିଲେ ଓ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି କେନ୍ଦୁଝର ଜିଲ୍ଲାରୁ ଛ’ଟି କ ୍ୱାରେଣ୍ଟାଇନ ସେଣ୍ଟରର ଥିବା ବେଳେ ଦୁଇ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଗୁଜୁରାଟରୁ ଦୁଇ ଜଣ ଫେରିଥିବା ବେଳେ ଦୁଇ ଜଣ ବିହାରରୁ ଓ ଜଣେ ଜଣେ ତାମିଲନାଡୁ ଓ ମହାରାଷ୍ଟ୍ରରୁ ଫେରିଥିଲେ । ବାଲେଶ୍ୱର ଜିଲ୍ଲାରେ ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଜଣେ ତେଲେଙ୍ଗାନାରୁ ଫେରିଥିଲେ ଓ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ବଲାଙ୍ଗୀରର ସମସ୍ତ ୧୪ ଜଣ କ ୍ୱାରେଣ୍ଟାଇନ ସେଣ୍ଟରେ ଥିଲେ । ସେମାନଙ୍କ ମଧ୍ୟରୁ ସାତ ଜଣ ପଶ୍ଚିମ ବଙ୍ଗ, ଛ’ଜଣ ମହାରାଷ୍ଟ୍ର, ଓ ଜଣେ ତାମିଲନାଡୁରୁ ଫେରଥିଲେ । ଢେଙ୍କାନାଳ ଜିଲ୍ଲାର ୩ ଜଣ ଯାକ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଜଣେ ମହାରାଷ୍ଟ୍ରରୁ ଓ ୨ ଜଣ ତେଲେଙ୍ଗାନାରୁ ଫେରିଥିଲେ । କଟକର ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ କ ୍ୱାରେଣ୍ଟାଇନରେ ଥିଲା ବେଳେ ଜଣେ ସ୍ଥାନୀୟ ଲୋକ ଅଛନ୍ତି ଚ । ଏମାନଙ୍କ ମଧ୍ୟରୁ ୫ ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ତିନି ଜଣ ପଶ୍ଚିମ ବଙ୍ଗ , ଦୁଇ ଜଣ ଆନ୍ଧ୍ର ପ୍ରଦେଶ, ତିନି ଜଣ ଦୁବାଇ ଓ ଜଣେ ତାମିଲନାଡୁରୁ ଫେରିଥିଲେ । ଅନ୍ୟପକ୍ଷେ ଆଜି ସୁସ୍ଥ ହୋଇଥିବା ୮୪ଜଣ କରୋନା ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ ୨୪ଜଣ, ଯାଜପୁରରୁ ୧୮ଜଣ, ବାଲେଶ୍ୱରରୁ ୧୧ଜଣ, କଟକରୁ ୭ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ଖୋର୍ଦ୍ଧାରୁ ୪ଜଣ, ପୁରୀରୁ ୪ଜଣ, ନୟାଗଡ଼ରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ ଓ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି । ସମସ୍ତ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କର ଦୁଇ ଦୁଇ ଥର କୋଭିଡ-୧୯ ରିପୋର୍ଟ ନେଗେଟିଭ୍‌ ଆସିଥିଲାୟ ଏହାପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଘଣ୍ଟାରେ ୧୪୬ ମୃତ,  ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ୧୯୩ ନୂଆ ଆକ୍ରାନ୍ତ

୨୪ ଘଣ୍ଟାରେ ୧୪୬ ମୃତ, ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ୧୯୩ ନୂଆ ଆକ୍ରାନ୍ତ

Read More...

ମୋଦିଙ୍କ ରାଜନୈତିକ ଲକ୍‌ଡାଉନ୍‌ ଆଉ କାମ କରିବନି: ରାହୁଲ୍‌

ମୋଦିଙ୍କ ରାଜନୈତିକ ଲକ୍‌ଡାଉନ୍‌ ଆଉ କାମ କରିବନି: ରାହୁଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page