୨୪ ଘଣ୍ଟାରେ ୧୪୬ ମୃତ, ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ୧୯୩ ନୂଆ ଆକ୍ରାନ୍ତ

May 26, 2020, ଦେଶ, , Anupambharat News Bureau


୨୪ ଘଣ୍ଟାରେ ୧୪୬ ମୃତ,  ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ୧୯୩ ନୂଆ ଆକ୍ରାନ୍ତ
Anupambharat News Bureau
May 26, 2020

ନୂଆଦିଲ୍ଲୀ,୨୭ା୫:କରୋନା ଭୂତାଣୁର ସଂକ୍ରମଣ ବିଶ୍ୱର କେତେକ ପ୍ରମୁଖ ରାଷ୍ଟ୍ରରେ ଯେଭଳି ମହାମାରୀ ରୂପ ଧାରଣ କରିଛି, ଏଥିରେ ଭାରତ ମଧ୍ୟ ବାଦ ପଡ଼ିନାହିଁ । ଦେଶରେ କରୋନା ରୋଗର ସାଂଘାତିକ ପରିଣାମ ଦେଖିବାକୁ ମିଳିଛି । ମଙ୍ଗଳବାର ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ଭାରତରେ ଗୋଟିଏ ଦିନରେ ୧୪୬ ଜଣ ଲୋକ ଏହି କରୋନା ରୋଗରେ ପ୍ରାଣ ହରାଇଛନ୍ତି । ତତ୍‌ସଙ୍ଗେ ସଙ୍ଗେ ସର୍ବାଧିକ ହାରରେ ୬୫୩୫ ସଂଖ୍ୟକ ଲୋକ କରୋନା ବା କୋଭିଡ଼-୧୯ ପଜିଟିଭରେ ଆକ୍ରାନ୍ତ ହୋଇଥିବା ଘଟଣା ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଯଦିଓ ପରିସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ସମଗ୍ର ଦେଶରେ ତାଲାବନ୍ଦ ନୀତି ଜାରି ରହିଛି । ତେବେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାରେ କୌଣସି ନିୟନ୍ତ୍ରଣ ହୋଇନାହିଁ । ଯଦିଓ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି, ତେବେ ମଧ୍ୟ ଦେଶର ବିଭିନ୍ନ ପ୍ରଭାବିତ ଅଞ୍ଚଳମାନଙ୍କରେ ଗତ ୨୪ ଘଣ୍ଟାରେ ୧୪୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୬୫୩୫ ସଂଖ୍ୟକ ଲୋକ ପଜିଟିଭରେ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ଆଜି ଗୋଟିଏ ଦିନରେ ହିଁ ପଶ୍ଚିମବଙ୍ଗରେ ହଠାତ୍‌ ୧୯୩ ଜଣ ଲୋକ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏପରିକି କୋଲକାତା ପୋଲିସର ଦୁଇ ଜଣ ଏଏସ୍‌ଆଇ, ୯ ଜଣ କନେଷ୍ଟବଳ ଓ ଜଣେ ଡ୍ରାଇଭର ମଧ୍ୟ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମହରାଷ୍ଟ୍ରରେ ପୂର୍ବଭଳି ସ୍ଥିତି ସଂଗୀନ ରହିଛି । ଭାରତର ଅଧିକ ପ୍ରଭାବିତ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଆଜି ମଧ୍ୟ ୨୪୩୬ ସଂଖ୍ୟକ ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୨,୬୬୭ କୁ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ମଧ୍ୟ ମହାରାଷ୍ଟ୍ରରେ ଆଜି ସର୍ବାଧିକ ୯୭ ଜଣ ଲୋକ ପ୍ରାଣ ହରାଇଛନ୍ତି, ଫଳରେ ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ରୋଗ ଅତି ଭୟଙ୍କର ଭାବରେ ବ୍ୟାପିବାରେ ଲାଗିଛି । ଠିକ୍‌ ସେହିଭଳି ଗୁଜୁରାଟରେ ମଧ୍ୟ ଆଜି ପୁଣି ୪୦୪ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ତାମିଲନାଡ଼ୁରେ ମାତ୍ର ୭ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୮୦୫ ଜଣ ଲୋକ କୋଭିଡ଼-୧୯ ବା କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପୁଣି ଦିଲ୍ଲୀରେ ସ୍ଥିତି ଗମ୍ଭୀର ହେଉଛି । ଆଜି ପୁଣି ୧୫ ଜଣ ଲୋକ ପ୍ରାଣ ହରାଇବା ପରେ ଦିଲ୍ଲୀରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୭୬ ହୋଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ଟପି ଯାଇଛି ।
ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଏହି କରୋନା ଭାଇରସ ଏଭଳି ଭୟଙ୍କର ରୂପ ଧାରଣ କରିବ ଏହା ସହଜରେ ଗ୍ରହଣ କରିହୁଏ ନାହିଁ । ତେବେ ଚାରି ପର୍ଯ୍ୟାୟ ତାଲାବନ୍ଦ ନୀତି ଅବଲମ୍ବନ କରାଯାଇଥିଲେ ମଧ୍ୟ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧ଲକ୍ଷ ୪୫ ହଜାର ୩୮୦କୁ ପହଞ୍ଚିଛି । ଏପରିକି ମୃତକଙ୍କ ସଂଖ୍ୟା ୪୧୬୭କୁ ସ୍ପର୍ଶ କରିଛି । ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହେବାରେ ଲାଗିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୬୦, ୪୯୧ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେତେକ ରାଜ୍ୟରେ ସଂକ୍ରମଣ ସାମାନ୍ୟ ଥିବା ବେଳେ କେତେକ ରାଜ୍ୟରେ ଏହା ସର୍ବାଧିକ ବ୍ୟାପକ ହେଉଛି । ମହାରାଷ୍ଟ୍ରରେ ଆଜିସୁଦ୍ଧା ସମୁଦାୟ ୫୨, ୬୬୭ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ଦିନ ଧରି ପ୍ରବାସୀମାନଙ୍କର ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ରେଳ ଠାରୁ ଆରମ୍ଭ କରି ବିଭିନ୍ନ ଯାନବାହାନକୁ ବ୍ୟବହାର କରାଯାଇଛି, ଏଭଳିକି ଘରୋଇ ବିମାନ ସେବା ମଧ୍ୟ ଆରମ୍ଭ କରାଯାଇଛି । ତେଣୁ ସଂକ୍ରମଣର ଶିକୁଳିକୁ ଧ୍ୱଂସ କରିବା ଦିଗରେ ଏଭଳି କୌଣସି ଅସ୍ତ୍ର ପ୍ରୟୋଗ କରାଯାଇ ନାହିଁ । ଫଳରେ ଏହି ଚତୁର୍ଥ ପର୍ଯ୍ୟାୟ ମଧ୍ୟ ପଞ୍ଚମ ପର୍ଯ୍ୟାୟକୁ ରାସ୍ତା ଦେଖାଇବ କି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏହି କରୋନା ରୋଗରେ ୧୪୬ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ଲକ୍‌ଡ଼ାଉନ୍‌ ସ୍ଥିତିକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ । ଯଦିଓ ପ୍ରଥମେ କଣ୍ଟାକଫ ଟ୍ରେସିଂ ଉପରେ ବହୁ ପ୍ରାଧାନ୍ୟ ଦିଆଯାଉଥିଲା । ତେବେ ଏହାକୁ କୋହଳ କରିଦିଆଯାଇଛି । ଫଳରେ ସଂକ୍ରମଣ ମାତ୍ରା ତୀବ୍ର ହେବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ରାଜ୍ୟରେ ନୂତନ ପଜିଟିଭ ସଂଖ୍ୟା ବହୁ



ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୯୭ ଜଣ ଲୋକ ପ୍ରାଣ ହରାଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସୂଚନା ଯେ, ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ଥିଲେ ମଧ୍ୟ ବନ୍ଦେ ଭାରତ ମିଶନ ଜରିଆରେ ୨୦ଟି ବିମାନରେ ମହାରାଷ୍ଟ୍ରକୁ ଆଜି ୨୪୯୫ ଲୋକ ବିଭିନ୍ନ ବିଦେଶୀ ରାଷ୍ଟ୍ରରୁ ଫେରିଛନ୍ତି । ଯେଉଁ ଅଞ୍ଚଳମାନଙ୍କରୁ ଫେରିଛନ୍ତି ସେହି ଦେଶ ଗୁଡିକ ମଧ୍ୟ ବର୍ତ୍ତମାନ ସ୍ଥିତିରେ ସର୍ବାଧିକ ମାତ୍ରାରେ କରୋନା ପ୍ରଭାବିତ ରହିଛି । ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୫୫,୪୩,୨୩୨ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୩ ଲକ୍ଷ ୪୮ ହଜାର ୩୫୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ବହୁ ରାଷ୍ଟ୍ରରେ ଆଜି ସୁଦ୍ଧା ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ତିନି-ପିଜି ସେମିଷ୍ଟାର ପରୀକ୍ଷା ବାତିଲ

ଯୁକ୍ତ ତିନି-ପିଜି ସେମିଷ୍ଟାର ପରୀକ୍ଷା ବାତିଲ

Read More...

ରାଜ୍ୟରେ ୭୯ ନୂଆ ଆକ୍ରାନ୍ତ, ୮୪ ସୁସ୍ଥ, ୨୯ ଜିଲ୍ଳାକୁ ଛୁଇଁଲା ଭୂତାଣୁ

ରାଜ୍ୟରେ ୭୯ ନୂଆ ଆକ୍ରାନ୍ତ, ୮୪ ସୁସ୍ଥ, ୨୯ ଜିଲ୍ଳାକୁ ଛୁଇଁଲା ଭୂତାଣୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page