୨୯ରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

May 28, 2020, ଓଡ଼ିଶା, , Anupambharat News Bureau


୨୯ରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ
Anupambharat News Bureau
May 28, 2020


ଭୁବନେଶ୍ୱର, ୨୭ା୫(ଅନୁପମମିଡ଼ିଆ): ଆସନ୍ତା ୨୯ ତାରିଖରୁ ପୁଣି ଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ପୂର୍ବଭଳି ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିରର ଚତୁଃପାଶ୍ୱର୍ ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ । ତାଲାବନ୍ଦ ପାଇଁ ଦୁଇ ମାସ ହେବ ନିର୍ମାଣ କାମ ବନ୍ଦ ଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ପୁରୀ ଜଗନ୍ନାଥ ମନ୍ଦିର ଐତିହ୍ୟ ପ୍ରକଳ୍ପ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମିକ୍ଷା କରିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ଓ ଭୁବନେଶ୍ୱରରେ ଏହହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ । ଲକ୍‌ ଡାଉନ୍‌ ଯୋଗୁଁ ଏହି କାମ ଦୁଇ ମାସ ଧରି ବନ୍ଦ ରହିଥିଲା । ତେବେ ଏହି କାର୍ଯ୍ୟକୁ ମଇ ୨୯ ତାରିଖରୁ ପୁନର୍ବାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସାମାଜିକ ଦୂରତ୍ୱ ଓ ଅନ୍ୟନ୍ୟ ଗାଇଡ୍‌ ଲାଇନ୍‌ ଗୁଡିକୁ କଡାକଡି ଭାବେ ପାଳନ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବୈଠକରୁ ଜଣାଯାଇଛି ଯେ ଶ୍ରୀ ସେତୁ , ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର , ମହୋଦଧି ମାର୍କେଟ୍‌ କମ୍ପ୍ଲେକ୍ସ ଏବଂ ମୂଷା ନଦୀର ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଆଉ ଅଳ୍ପ ଜମିର ଅଧିଗ୍ରହଣ ବାକି ରହିଛି । ଏହା ପ୍ରାୟ ୨-୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହାସହିତ ଜଗନ୍ନାଥ ହେରିଟେଜ୍‌ କରିଡର , ବଡଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ , ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବିଲଡିଂର ପୁନର୍ବିକାଶ ପ୍ରକଳ୍ପ , ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍‌ ପ୍ରସ୍ତୁତ କରାଯାଉଛି । ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ ।
ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ ଯୋଜନା ଓ ଡିଜାଇନ୍‌ କାର୍ଯ୍ୟର .ପ୍ରସ୍ତୁତି ଚାଲିଛି । ବିନ୍ଦୁସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍‌କରିଣୀର ଜଳକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ୱଚ୍ଛ କରିବା ଓ ଏହାର ଗୁଣାତ୍ମାକ ମାନ ବୃଦ୍ଧି ପାଇଁ ଭାରତ ସରକାରଙ୍କ ଇଣ୍ଡିଆନ୍‌ କେମିକାଲ ଇନଷ୍ଟିଚ୍ୟୁଟ୍‌ ସହିତ ଖୁବଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଉନ୍ନୟନ କମିଶନର । ୫-ଟି ସଚିବ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ ଓ ପୁରୀ ଜିଲ୍ଲାପାଳ ଆଦି ଯୋଗ ଦେଇଥିଲେ । ପ୍ରକାଶଥାଉକି ଲକ୍‌ଡାଉନ ଯୋଗୁ ଗତ ଦୁଇ ମାସ ହେଲା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇପଡିଥିଲା । ଠପ୍‌ ହୋଇପଡିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ପୁଣି ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

Read More...

ଆଜିଠୁ ଗଡ଼ିବ ଘରୋଇ ବସ୍‌

ଆଜିଠୁ ଗଡ଼ିବ ଘରୋଇ ବସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page