ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

May 28, 2020, ଓଡ଼ିଶା, , Anupambharat News Bureau


ଅଭିନେତା ବିଜୟ ମହାନ୍ତି ଅସୁସ୍ଥ
Anupambharat News Bureau
May 28, 2020

ଭୁବନେଶ୍ୱର, ୨୭ ।୫(ଅନୁପମମିଡ଼ିଆ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତାଙ୍କର ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇ କହିଛନ୍ତି, କାଲି ମେଡିକାଲ୍‌ ଚେକ୍‌ ପାଇଁ ଆସିଥିବା ବେଳେ ହୃଦଘାତ୍‌ ହୋଇଥିଲା । କାଲିଠାରୁ ଆଇସିୟୁରେ ଅଛନ୍ତି, ଆଜି ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି । ଓଡ଼ିଆ ଚଳଚ୍ଚିତ୍ରରେ ବିଜୟଙ୍କ ଉଚ୍ଚକଟୀର ଅଭିନୟ ପ୍ରଶଂସକଙ୍କ ନିକଟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଜି ହଠାତ ବିଜୟଙ୍କ ଏଭଳି ସ୍ୱାସ୍ଥ୍ୟାବସ୍ଥା ନେଇ ଖବର ପ୍ରଚାରିତ ହେବା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ ହୋଇପଡ଼ିଥିଲା । ପ୍ରକାଶଥାଉକି ବିଜୟ ଅଭିନେତାରୁ ନେତା ପାଲଟିଥିଲେ । ତେବେ ପରବର୍ତ୍ତୀ ସମୟରେ ରାଜନୀତିରୁ ଦୂରେଇ ଯାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ବିତଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ

ସମ୍ବିତଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ

Read More...

୨୯ରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

୨୯ରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page