କରୋନା ରୋକିବାକୁ ନର ବଳି !

May 28, 2020, ଓଡ଼ିଶା, , Anupambharat News Bureau


କରୋନା ରୋକିବାକୁ ନର ବଳି !
Anupambharat News Bureau
May 28, 2020


ଆଠଗଡ,୨୮ା୫(ଅନୁପମ ମିଡିଆ): କରୋନା ମହାମାରୀ ରୋକିବାକୁ ଗତ କାଲି ବିଳମ୍ବିତ ରାତିରେ ନରିସଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମରେ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ନର ବଳି ଦିଆଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ମଣିଷ ବଳି ଦେଲେ ମା ସନ୍ତୁଷ୍ଟ ହେବ ଏବଂ ଏ କରୋନା ମହାମାରୀ ଦୂରେଇ ଯିବି ବୋଲି ଠାକୁରାଣିର ସ୍ୱପ୍ନା ଦେଶ ହେବାରୁ ମୁଁ ସରୋଜକୁ ଠାକୁରାଣୀ ପାଖରେ ବାଳି ଦେଇଛି ବୋଲି ଆଜି ନରସିଂହପୁର ଥାନାରେ ଆତ୍ମ ସମର୍ପଣ କରି ବନ୍ଧହୁଡା ବ୍ରାହ୍ମାଣୀ ଦେବୀଙ୍କ ପୂଜକ ସଂସାରୀ ଓଝା ଥାନାରେ ପ୍ରକାଶ କରିଛି । ଖବର ପାଇବା ପରେ ନରସିଂହପୁର ଥାନା ଅଧିକାରୀ ଲୀଙ୍ଗରାଜ ଲେଙ୍କା ଏବଂ ଉପଖଣ୍ଡ ଥାନା ଅଧିକାରୀ ଆଲୋକ ରଞ୍ଜନ ରାୟ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛନ୍ତି । ପୂଜକ ଓଝାର ବୟସ ୭୩ ବର୍ଷ ହୋଇଥିବା ନେଇ ସେ ବାରମ୍ବାର ନିଜର ମତ ବଦଳାଉଥିବାର ଦେଖା ଯାଇଛି । ପୁଜାରୀର ଭିନ୍ନ ମତ ଅନୁଯାୟୀ ବନ୍ଧହୁଡା ଗ୍ରାମର ସରୋଜ ପ୍ରଧାନ (୫୩) ନିଜର ମାନସିକର ପାଇଁ ଠାକୁରାଣୀ ପାଖରେ ଏକ ବୋଦା ବଳି ଦେବାକୁ ଜିଦ୍‌ କରିଥିଲେ । ତାଲାବନ୍ଦ ଥିବା କାରଣରୁ ମନ୍ଦିରରେ ପୁଜା ହେବ ମାହିଁ ବୋଲି କହିଥିଲି ମାତ୍ର ସେ ମୋ କାଥା ନମାନି ଜିଦ୍‌ କରିବା ସହିତ ପାଟି ତୁଣ୍ଡ ମଧ୍ୟ କରିଥିଲା ଯାହାକି ବିଲମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ମନ୍ଦିରର ଥିବା ଅତିଥି ଗୃହରେ ଏପରି ପାଟିତୁଣ୍ଡ ହୋଇଥିଲା ଏବଂ ସେ ମୋତେ କାଳେ ସେ ଆକ୍ରମଣ କରିବ ସେହି ଭୟରେ ମୁଁ ଠାକୁରାଣୀର ବଳି ଅସ୍ତ୍ର (କଟୁରୀ) ସାହାଯ୍ୟରେ ତା ବେକକୁ ଚୋଟେ ପକାଇ ଦେବାରୁ ତାର ଗଣ୍ଡି ମୁଣ୍ଡ ଅଲଗା ହୋଇ ଯାଇଥିଲା । ପୂଜର ବୟାସାଧିକ ହୋଇଥିବା କାରଣରୁ ନିଜର ମତକୁ ବାରମ୍ବାର ବଦାଳଉଥିବା ନେଇ ତଦନ୍ତରେ ବାଧା ଉପୁଜିଛି । ଏହାସହିତ ଜଣେ ବାଡି ନଧରିଲେ ଚାଲି ପାରୁ ନଥିବା ବ୍ୟକ୍ତି କଟୁରୀରେ ଜଣେ ୫୩ ବର୍ଷ ବୟସର ମଣିଷକୁ ମାରିଛି ନା ଆଉ କିଏ ସହଯୋଗ କରିଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଆଜି ସାଇନଟିଫିକ୍‌ ଦଳ ଆସି ତଦନ୍ତ ଜାରି ରଖିଛନ୍ତି ପ୍ରକୃତ ତଥ୍ୟ ଯଥା ଶିଘ୍ର ଲୋକ ଲୋଚନକୁ ଆସିବ ବୋଲି ପୋଲିସ ଅଧିକାରୀ ରାୟ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

Read More...

‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page