ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

May 28, 2020, ଦେଶ, , Anupambharat News Bureau


ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ
Anupambharat News Bureau
May 28, 2020


ନୂଆଦିଲ୍ଲୀ, ୨୮ା୫(ଅନୁପମମିଡ଼ିଆ):ଦେଶରେ ଲକଡାଉନ ଘୋଷଣା ହେବା ପରେ ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସମ୍ପୂୂର୍ଣ୍ଣ ଟ୍ରେନ ବା ବସ ଭଡ଼ା ସମ୍ପୃକ୍ତ ରାଜ୍ୟ ସରକାରମାନେ ବହନ କରିବେ ବୋଲି ଗୁରୁବାର ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ବସ କିମ୍ବା ଟ୍ରେନରେ ଯାତ୍ରା କରୁଥିଲେ ସେମାନଙ୍କ ଭଡ଼ା ସେମାନଙ୍କ ରାଜ୍ୟ ସରକାର ବହନ କରିବେ । ସେମାନେ ଯେଉଁ ରାଜ୍ୟରୁ ଯାତ୍ରା ଆରମ୍ଭ କରୁଛନ୍ତି ସେହି ଷ୍ଟେସନର ସମ୍ପୃକ୍ତ ରାଜ୍ୟ ସରକାର ସେମାନଙ୍କୁ ଖାଦ୍ୟ ଯୋଗାଇବେ ଅଥବା ଯେଉଁ ରାଜ୍ୟରେ ସେମାନେ ଫସି ରହିଛନ୍ତି ସେହି ରାଜ୍ୟ ସରକାର ଖାଦ୍ୟ ଓ ପାଣି ଯୋଗାଇବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି । ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କର ପଞ୍ଜୀକରଣ କାର୍ଯ୍ୟର ଯତ୍ନି ନେବେ ଏବଂ ପଞ୍ଜୀକରଣ ପରେ ସେମାନେ ନିଶ୍ଚିତ କରିବେ ଯେ ପ୍ରବାସୀ ଶ୍ରମିକମାନେ ଯଥାଶୀଘ୍ର ଟ୍ରେନ୍‌ କିମ୍ବା ବସ୍‌ ଯୋଗେ ଯାଇପାରିବେ । ଏ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରକାଶ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ଯେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ ଆଶ୍ରୟ ଗୃହକୁ ଖାଦ୍ୟ ଏବଂ ସମସ୍ତ ସୁବିଧା ଯୋଗାଇଦିଆଯାଉ । ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ଟ୍ରେନ୍‌ ଯୋଗାଇବାକୁ ଦାବି କଲେ ସେମାନଙ୍କୁ ତୁରନ୍ତ ଟ୍ରେନ୍‌ ଯୋଗାଇ ଦିଆଯାଉ ବୋଲି କୋର୍ଟ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ

ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ

Read More...

କରୋନା ରୋକିବାକୁ ନର ବଳି !

କରୋନା ରୋକିବାକୁ ନର ବଳି !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page