ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

June 01, 2020, ଦେଶ, , Anupambharat News Bureau


ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ
Anupambharat News Bureau
June 01, 2020

ମୁମ୍ବାଇ : ଚଳିତ ବର୍ଷ ବଲିଉଡ଼ ପାଇଁ ଅନେକ ଦୁଃଖଦ ଖବର ଦେଇଛି । ଯେପରି କିଛି ଦିନ ତଳେ ଅଭିନେତା ଇର୍ଫାନ୍‌ ଖାନ୍‌, ରିଷି କପୁରଙ୍କ ଦେହାନ୍ତ ହୋଇଥିଲା । ବଲିଉଡ୍‌ର ଏହି ଦୁଇ ବରିଷ୍ଠ ଅଭିନେତାଙ୍କୁ ହରାଇ ଶୋକରେ ବୁଡିଥିବା ବେଳେ ଆଉ ଏକ ଦୁଃଖଦ ଖବର ଆସିଛି । ତାହା ହେଉଛି ବଲିଉଡ଼ର ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ମୃତ୍ୟୁ ହୋଇଛି । ଗତକାଲି ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା ।
ଦୀର୍ଘଦିନ ହେବ ରୋଗରେ ପୀଡିତ ଥିଲେ , ଏବଂ ମେଡିକାଲରେ ଚିକିତ୍ସା ଜାରି ରହିଥିଲା । ବଲିଉଡ଼ରେ ଦୁଇ ଭାଇ ସାଜିଦ-ୱାଜିଦ ମିଶି ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ । ସେମାନଙ୍କୁ ସାଜିଦ-ୱାଜିଦ ନାଁର ଜଣାଯାଉଥିଲା । ତେବେ ୱାଜିଦ୍‌ଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସୂଚନାନୁସାରେ, ୱାଜିଦ୍‌ ଖାନ୍‌ଙ୍କୁ କୀଡ୍‌ନୀ ରୋଗରେ ପୀଡିତ ଥିଲେ , ତାଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ତାଙ୍କୁ ମୁମ୍ବାଇ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମୁମ୍ବାଇର ଚିମ୍ବୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ଶେଷରେ ଗତକାଲି ବିଳମ୍ବିତ ରାତିରେ ଆଖୁବୁଜି ଦେଇଛନ୍ତି ୱାଜିଦ୍‌ ଖାନ୍‌ । ମାତ୍ର ୪୨ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କ କୀଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । କି;ୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନଥିଲା । ତେବେ ରବିବାର ଦିନ ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂରା ବିଗିଡାବକୁ ଲାଗିଥିଲା । ଡାକ୍ତରଙ୍କୁ ବହୁ ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । କୀଡନୀ ରୋଗ ଯୋଗୁଁ ତାଙ୍କ ଇମ୍ୟୁନିଟି ଲେବଲ ବହୁତ କମ୍‌ ହୋଇଯାଇଥିଲା । ୱାଜିଦ୍‌ ଖାନ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ର ଅନେକ ହସ୍ତି ଶୋକ ଜାହିର କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ସଲୀମ ଟୁଇଟ୍‌ କରି କହିଛନ୍ତି ଯେ, ମୋ ଭାଇ ୱାଜିଦ୍‌ଙ୍କ ମୃତ୍ୟୁର ଖବର ଶୁଣି ମୁ ବହୁତ ଦୁଃଖିତ ।
ଆଲ୍ଲା ତାଙ୍କ ପରିବାରକୁ ଶକ୍ତି ଦିଅ;ୁ । ସଙ୍ଗୀତ ଜଗତ ପାଇଁ ଏହା ବହୁତ ବଡ କ୍ଷତି ବୋଲି ମଧ୍ୟ କହିଛନ୍ତି ।ସେହିପରି ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି ଯେ, ଏହା ଏକ ଦୁଃଖଦ ସମାଚାର । ଗୋଟିଏ କଥା ମୋତେ ସବୁବେଳେ ମନେ ରହିବ ୱାଜିଦ୍‌ ଭାଇଙ୍କ ହସ । ସବୁବେଳ ହସୁଥାନ୍ତି ୱାଜିଦ୍‌ ଭାଇ । ଆପଣ ବହୁତ ଜଲ˜ି ଆମକୁ ଛାଡି ଚାଲିଗଲେ । ତାଙ୍କ ପରିବାରଙ୍କୁ ଭଗବାନ ଶକ୍ତି ଦିଅ;ୁ । ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର୍‌ କିଆ ତୋ ଡରନା କ୍ୟାୟ ’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ । ୧୯୯୮ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଦୁଇ ଭାଇ ସାଜିଦ-ୱାଜିଦ୍‌ ମିଶି ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲା ।
ୱାଜିଦ୍‌ ଖାନ୍‌ ମଧ୍ୟ ଗୀତ ଗାଉଥିଲେ । ଏହି ଯୋଡି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଚାଲିଲେ । ଦୁଇ ଭାଇଙ୍କ ହିଟ୍‌ ଫିଲ୍ମ ମଧ୍ୟରୁ ଚୋରି ଚୋରି, ପାର୍ଟନର, ମୁଝ୍‌ସେ ସାଦି କରୋଗୀ, ହଲୋ ବ୍ରଦର, ୱାଣ୍ଟେଡ଼, ଦବଙ୍ଗ, ଦବଙ୍ଗ-୨, ଦବଙ୍ଗ-୩ ଭଳି ଫିଲ୍ମ ସାମିଲ ରହିଛି । ସାଜିଦ-ୱାଜିଦ୍‌ ଯୋଡି କିଛି ଦିନ ତଳେ ସଲମାନ ଖାନ୍‌ଙ୍କ ପାଇଁ ଭାଇ-ଭାଇ କମ୍ପୋଜ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

Read More...

ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ

ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page