ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ

May 29, 2020, ଓଡ଼ିଶା, , Anupambharat News Bureau


ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ
Anupambharat News Bureau
May 29, 2020

ବ୍ରହ୍ମପୁର,୨୯ ।୫(ଅନୁପମ ମିଡ଼ିଆ): ଏସି ନିଆଁ ନେଇଛି ତିନି ଜୀବନ । ଏଭଳି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଗୋଷାଇଁନୂଆଗାଁର ପାଣିଗ୍ରାହୀ ସାହିରେ ଘଟିଛି । ବିଦୁ୍ୟତ ସର୍ଟସର୍କିଟରୁ ଏସିରେ ନିଆଁ ଲାଗିବା ଏବଂ ତତ୍‌ଜନିତ ଧୂଆଁରେ ଶ୍ୱାସରୁଦ୍ଧରୁ ବିସିସି ବ୍ୟାଙ୍କ ସଭାପତି ତଥା ବରିଷ୍ଠ ବିଜେଡ଼ି ନେତା ଅଲେଖ ଚୌଧୁରୀ ସମେତ ତାଙ୍କ ସମ୍ପର୍କୀୟ ଓ ଘରୋଇ ସହଯୋଗୀଙ୍କ ମୃତୁ୍ୟ ଘଟଣା ରାଜ୍ୟରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଛି । ସବୁଠାରୁ ଚକିତର କଥା ନିଜେ ଅଲେଖ ଘରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ତେବେ ଘରର ଅନ୍ୟଙ୍କୁ ଉଦ୍ଧାର କରିବାକୁ ଯାଇ ସେ ନିଆଁର ଆଁରେ ରହିଯାଇଥିଲେ । ସବୁଦିନ ଭଳି ଗୁରୁବାର ରାତିରେ ଅଲେଖଙ୍କ ସହ ପରିବାର ଯେ ଯାହାର ରୁମ୍‌ରେ ଶୋଇବାକୁ ଚାଲିଯାଇଥିଲେ । ରାତି ପ୍ରାୟ ୨ଟା ସମୟରେ ହଠାତ୍‌ ଘରର ଉପର ମହଲାରେ ଲାଗିଥିବା ଏସିରେ ବିଦୁ୍ୟତ ସଟ ସାର୍କିଟରୁ ନିଆଁ ଲାଗି ହୁତୁ ହୁତୁ ଜଳିବାରେ ଲାଗିଥିଲା । ଘଟଣା ପରେ ନିଦରୁ ଉଠି ଅଲେଖ ବାହାରକୁ ଆସି ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ଉପର ମହଲାରେ ଶୋଇଥିବା ଧର୍ମପତ୍ନୀ ସମେତ ତାଙ୍କ ସର୍ମ୍ପକୀୟ ଭଗବାନ ପାତ୍ର (୮୪)ଓ ଘରୋଇ ସହଯୋଗୀ ସୁନୀଲ ସାହୁ (୧୯)ଙ୍କୁ ଉଠାଇ ଆଣିବା ପାଇଁ ଭିତରକୁ ପଶିଥିଲେ । ତେବେ ଉକ୍ତ ସମୟରେ ତାଙ୍କ ସ୍ତ୍ରୀ ବାହାରକୁ ଆସିଯାଇଥିବା ବେଳେ ଘର ଭିତରେ ଭଗବାନ ଓ ସୁନୀଲ ରହିଯାଇଥିଲେ । ସେମାନଙ୍କୁ ଉଠାଇବା ଅଲେଖ ଉଦ୍ୟମ କରିବା ବେଳେ ହଠାତ ନିଆଁର ତେଜ ଖୀପ୍ର ଗତିରେ ଘରର ଅନ୍ୟା କୋଠରୀକୁ ବ୍ୟାପିବା ସହ ଧୂଆଁ ମୟ ହୋଇପଡ଼ିଥିଲା । ଫଳରେ ଅଲେଖ ସମେତ ଅନ୍ୟ ଦୁଇଜଣ ଘର ମଧ୍ୟରେ ଶ୍ୱାସରୁଦ୍ଧରୁ ଆଉ ପଦାକୁ ଆସି ପାରିନଥିଲେ । ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ସହ ଘରଭିତରେ ଧୂଆଁରେ ଫସିିଥିବା ଅଲେଖଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଆଜି ସକାଳେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଅତିରିକ୍ତ ଏସ୍‌ପି ପି.କେ ମିଶ୍ର, ଏସ୍‌ଡ଼ିପିଓ ବିଷ୍ଣì ପ୍ରସାଦ ପତି, ଗୋସାଇଁନୂଆଗାଁ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ପରେ ଇଲେକଫ୍ରିକାଲ୍‌ ଇନ୍‌ସ୍ପେକଫର ବି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିବା ଜଣାପଡ଼ିଛି । ଆଜି ସକାଳେ ତିନି ମୃତ ଦେହକୁ ପୋଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଏବଂ ବ୍ୟବଚ୍ଛେଦ ପରେ ଶବକୁ ଘରକୁ ଅଣାଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଅଲେଖଙ୍କ ବାସଭବନ ଆଗରେ ତାଙ୍କ ପ୍ରଶଂସକ ଏବଂ ଦଳୀୟ ନେତା ଓ କର୍ମୀଙ୍କ ସୁଅ ଛୁଟିବାରେ ଲାଗିଥିଲା । ଏହାପରେ ଏକ ବିରାଟ ପଟୁଆରେ ତାଙ୍କ ମରଶରୀରକୁ ପରିକ୍ରମା କରାଇବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ଆଜି ସକାଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବିଜେପି ଜିଲ୍ଲା ସଭାପତି ବିଭୁତି ଜେନା, ପୂର୍ବତନ ସଭାପତି କାହ୍ନì ଚରଣ ପତିଙ୍କ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କ ତାଙ୍କ ବାସଭବନ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

Read More...

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page