ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ

July 04, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ
Anupambharat News Bureau
July 04, 2020

ଭୁବନେଶ୍ୱର,୪ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଆଜି ଆଉ ୪୯୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ୪୯୫ ଜଣଙ୍କ ମଧ୍ୟରୁ ୩୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୪୦ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଅନ୍ୟପକ୍ଷେ ରାଜ୍ୟର୧୫ଟି ଜିଲ୍ଲାରୁ ଆଜି୨୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୯୩୪କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୪ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୧୬ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ୨୪, ବାଲେଶ୍ୱର ଜିଲ୍ଲାରୁ ୧୩ , ବରଗଡ ଜିଲ୍ଲାରେ ଦୁଇ , ଭଦ୍ରକ ଜିଲ୍ଲାରେ ୧୨, କଟକ ଜିଲ୍ଲାରେ ୧୩, ଢେଙ୍କାନାଳ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରେ ସାତ , ଜଗତସିଂହପୁର ଜିଲ୍ଲାରେ ୧୨ , ଯାଜପୁର ଜିଲ୍ଲାରେ ଜଣେ , ଝାରସୁଗୁଡା ଜିଲ୍ଲାରେ ଆଠ , କନ୍ଧମାଳ ଜିଲ୍ଲାରେ ଆଠ, କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ୫ ଜଣ , ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୫ ଜଣ, ମାଲକାନଗିରି ଜିଲ୍ଲାରେ ପାଞ୍ଚ ଜଣ, ମୟୂରଭଞ୍ଜ ଜିଲ୍ଲାରେ ୨୮ ନବରଙ୍ଗପୁର ଜିଲ୍ଲାରେ ୧୧ , ନୟାଗଡ ଜିଲ୍ଲାରେ ଜଣେ ତଥା ପୁରୀ ଜିଲ୍ଲାରେ ୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ଛ’, ସୋନପୁର ଜିଲ୍ଲାରେ ଦୁଇ ସୁନ୍ଦରଗଡ ଜିଲ୍ଲାରେ ୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏତଦ୍‌ବ୍ୟତୀତ ଗଜପତି ଜିଲ୍ଲାରୁ ୨୬ , ଝାରସୁଗୁଡ଼ା ଜିଲ୍ଲାରୁ ୧୫ , ବଲାଙ୍ଗୀର ଜିଲ୍ଲାରୁ ୧୨ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୧ , ମୟୂରଭଞ୍ଜ ଜିଲ୍ଲାରୁ ୧୧ , ଯାଜପୁର ଜିଲ୍ଲାରୁ ଆଠ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଛ’, କେନ୍ଦୁଝର ଜିଲ୍ଲାରୁ ପାଞ୍ଚ, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚାରି ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡ଼ ଜିଲ୍ଲାରୁ ୩-୩ ଜଣ ଓ ବରଗଡ଼ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

Read More...

ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page