ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

July 04, 2020, ଓଡ଼ିଶା, , Anupambharat News Bureau


ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ
Anupambharat News Bureau
July 04, 2020

ପୁରୀ,୪ା୭(ଅନୁପମ ମିଡ଼ିଆ): ଜଗତରନାଥ ଜଗନ୍ନାଥ ତାଙ୍କର ମାନବୀୟ ଲୀଳା କରି ଘୋଷଯାତ୍ରାରେ ବାହାରି ଆଡପମଣ୍ଡପକୁ ବିଜେ କରିଥିଲେ । ପରେ ବାହୁଡା ବିଜେ କରି ସିଂହଦ୍ୱାରରେ ପହଂଚିବା ପରେ ରଥ ଉପରେ ରାଜ୍ରାଜେଶ୍ୱର ବେଶ ଓ ଅଧରପଣା ନୀତି ସମ୍ପୂର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କର ନୀଳାଦ୍ରୀ ବିଜେ ହୋଇଛି । ଆଜି ତିନି ରଥ ଉପରେ ସମସ୍ତ ନୀତି କାନ୍ତି ଶେଷ ହେବା ପରେ ସନ୍ଧ୍ୟା ଧୂପ ହୋଇଥିଲା । ପରେ ତିନି ରଥ ଉପରେ ଚାରମାଳ ବନ୍ଧା ଯାଇଥିଲା । ପ୍ରଥମେ ମଦନମୋହନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ପରେ ସୁଦର୍ଶନ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଶେଷରେ ଜଗନ୍ନାଥଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଗୋଟି ପହଣ୍ଡିରେ ଶ୍ରୀଜୀଉ ମାନଙ୍କୁ ନିଆଯାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା । ଜଗନ୍ନାଥ ଚାରମାଳ ଉପରକୁ ଆସିବା ପରେ ମାଆ ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସି ଶ୍ରୀଜୀଉଙ୍କୁ ବନ୍ଦାପନା କରି ଫେରିଯାଇଥିଲେ । ଏହା ପରେ ଶ୍ରୀଜଗନ୍ନ୍‌ାଥ ଝୁଲି ଝୁଲି ରଥ ଉପରୁ ଓହ୍ଲାଇ ସିଂହଦ୍ୱାରକୁ ବିଜେ କରିଥିଲେ । ଶ୍ରୀଜୀଉଙ୍କର ଏହି ଚିତାକର୍ଷକ ମନଲୋଭା ଦୃଶ୍ୟ ସମସ୍ତିଙ୍କୁ ବିମୋହିତ କରିଥିଲା । ସିଂହଦ୍ୱାର ପହଞ୍ଚିବା ପରେ ସିଂହଦ୍ୱାର ବନ୍ଦ ହୋଇଯାଇଥିଲା । ଭାଇ ଭଉଣୀଙ୍କୁ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ । ତେଣୁ ସିଂହଦ୍ୱାର ଠାରେ ମାଆ ଲକ୍ଷ୍ମୀଙ୍କ ସହ ବଚନିକା ହେବା ପରେ ଦୁଆର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନକୁ ଯିବା ପୂର୍ବରୁ ପୁନର୍ବାର ମାଆ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର କୁ ବନ୍ଦ କରିଦେଇଥିଲେ । ସେଠାରେ ପୁନରାୟ ବଚନିକା ହୋଇଥିଲା । ପରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ବହୁ ବୁଝାସୁଝା କରିବା ଓ ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତଶ୍ରୁତି ଦେବା ସହ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କ ମାନଭଞ୍ଜନ କରିବା ପରେ ମାଆ ଲକ୍ଷ୍ମୀ ଶାନ୍ତ ହୋଇ ଦୁଆର ଫିଟାଇଥିଲେ । ଆସନ୍ତା କାଲି ନୀଳାଦ୍ରୀ ଅବଢ଼ା ବାହାରିବ । ଚଳିତ ବର୍ଷ କୋଭିଡ୍‌ -୧୯ ଲାଗୁ ହୋଇଥିବା ଯୋଗୁଁ ମହାପ୍ରଭୁ ଙ୍କର ସମସ୍ତ ନୀତି କାନ୍ତି ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଏଚଆରସି ଓ ଏସସିବି ହେଉଛି ସପୁର ସ୍ପ୍ରେଡର! ପାଞ୍ଚ ଦିନ ପାଇଁ କଟକ ସଟ୍‌ଡାଉନ୍‌

ଏଏଚଆରସି ଓ ଏସସିବି ହେଉଛି ସପୁର ସ୍ପ୍ରେଡର! ପାଞ୍ଚ ଦିନ ପାଇଁ କଟକ ସଟ୍‌ଡାଉନ୍‌

Read More...

ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ

ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page