ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ

July 05, 2020, ଦେଶ, , Anupambharat News Bureau


ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ
Anupambharat News Bureau
July 05, 2020

ଭୁବନେଶ୍ୱର, ୫ା୭(ଅନୁପମ ମିଡ଼ିଆ): ଚଳିତ ମାସରେ ଓଡ଼ିିଶାରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିସହ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ ପ୍ରବଳ ବର୍ଷା ପାଇଁ ୧୨ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ବରଗଡ , ସୋନପୁର, ଯାଜପୁର ଓ ଭଦ୍ରକ । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା କଟକ , କେନ୍ଦ୍ରାପଡା , ବାଲେଶ୍ୱର,ଢେଙ୍କାନାଳ , ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ , ଦେବଗଡ, ଝାରସୁଗୁଡା , କୋରାପୁଟ , ମାଲକାନଗିରି ଓ କଳାହାଣ୍ଡି । ଏହାସହ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳରେରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର, ଓଡିଶା ଉପକୂଳର ଆଖପାଖ ଅଞ୍ଚଳ ଏବଂ ଗାଙ୍ଗଟିକପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପ୍ରକାଶ ଥାଉକି ଚଳିତ ବର୍ଷ କେରଳରେ ସ୍ୱାଭାବିକ ଭାବେ ଜୁନ୍‌ ପହିଲାରେ କେରଳରେ ମୌସୁମୀ ପ୍ରବେଶ କରିଥିଲା । ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିଲେ ସୁଦ୍ଧା ବିଭିନ୍ନ କାରଣରୁ ସକ୍ରିୟ ହୋଇ ପାରିନଥିଲା । ତେବେ ବର୍ତ୍ତମାନ ଏହା ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ଆଣିବ ବୋଲି ପୂର୍ବନୁମାନ କରାଯାଇଛି । ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିିଳିଛି । ଆଜି ସନ୍ଧ୍ୟାରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଛି । ଫଳରେ ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ଗରମକୁ କିଛି ପରିମାଣର ତ୍ରାହି ମିଳିଥିବା ପରିଲକ୍ଷିତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା

ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା

Read More...

ଗୁଳି ବିନିମୟ, ଚାରି ମାଓବାଦୀ ନିହତ

ଗୁଳି ବିନିମୟ, ଚାରି ମାଓବାଦୀ ନିହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page