ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା

July 05, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା
Anupambharat News Bureau
July 05, 2020

ଭୁବନେଶ୍ୱର,୫ା୭(ଅନୁପମ ମିଡ଼ିଆ) ରାଜ୍ୟରେ ଆଜି ଆଉ ୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ୪୬୯ ଜଣଙ୍କ ମଧ୍ୟରୁ ୩୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପଶ୍ଚିମ ବଙ୍ଗର ଅମ୍ଫାନ ଡୁ୍ୟଟିରୁ ଫେରିଥିବା ଏନଡିଆରଏଫର ଚାରି ଜଣ ଯବାନ କରୋନା ଆକ୍ରାନ୍ତ ହୋଇଥିବା ମଧ୍ୟ ସୂଚନା ଦିଆ ଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୧୧୬ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ୧୧, ବାଲେଶ୍ୱର ଜିଲ୍ଲାରୁ ଆଠ, ଭଦ୍ରକ ଜିଲ୍ଲାରେ ୧୬ , କଟକ ଜିଲ୍ଲାରେ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରେ ୧୨, ଯାଜପୁର ଜିଲ୍ଲାରେ ୨୫ , କଳାହାଣ୍ଡି ଜିଲ୍ଲାରେ ଦୁଇ, କନ୍ଧମାଳ ଜିଲ୍ଲାରେ ଜଣେ, କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୨୫ , ଖୋର୍ଦ୍ଧା ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ମାଲକାନଗିରି ଜିଲ୍ଲାରେ ଜଣେ, ମୟୂରଭଞ୍ଜ ଜିଲ୍ଲାରେ ଛ’, ନବରଙ୍ଗପୁର ଜିଲ୍ଲାରେ ଦୁଇ , ନୟାଗଡ ଜିଲ୍ଲାରେ ୨୪ ଜଣ ତଥା ପୁରୀ ଜିଲ୍ଲାରେ ୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୧୩ ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨, ୯୨,୪୦୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୦୭୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୬,୨୨୪ ଜଣ ରୋଗୀ ସମ୍ପର୍ଣ୍ଣ ସୁସ୍ଥ ହୋଇଛନ୍ତି । ୩୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୮୦୦ ରହିଛି । ୩୦୯୦ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ

ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ

Read More...

ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ

ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page