ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ

July 15, 2020, ଓଡ଼ିଶା, , Anupambharat News Bureau


ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ
Anupambharat News Bureau
July 15, 2020

ଭୁବନେଶ୍ୱର, ୧୫ା୭(ଅନୁପମ ମିଡ଼ିଆ): ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ୯୧.୪୬ ପ୍ରତିଶତ ରହିଛି । ମୋଟ ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ପାସ ହାର ୦.୩୬ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ରିଜିଅନରେ ୯୩.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ସିବିଏସଇ ରେଜଲଫସ ଡଟ ଏନଆଇସି ଡଟ ଇନରେ ଉପଲବ୍ଧ ହେଉଛି । ଏ ବର୍ଷ ୯୧. ୪୬% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଗତବର୍ଷ ୯୧. ୧୦% ଛାତ୍ରଛାତ୍ରୀ ପାସ୍‌ କରିଥିଲେ । ୨୦୨୦ ଶିକ୍ଷା ବର୍ଷ ୧୦ମ ପରୀକ୍ଷାରେ ବାଳିକାମାନେ ବାଳକମାନଙ୍କ ଠାରୁ ୩. ୧୭% ଭଲ ରେଜଲଟ୍‌ କରିଛନ୍ତି । ଛାତ୍ରୀଙ୍କ ପାସ୍‌ ହାର ୯୩. ୩୧% ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୦. ୧୪% ରହିଛି । ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୨୮ %ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଚେନ୍ନାଇ ରିଜିଅନ୍‌ରେ ୯୮.୯୫,ବେଙ୍ଗାଲୁରୁ ରିଜିଅନ୍‌ରେ ୯୮.୨୩, ପୁନେ ୯୮.୦୫, ଅଜମେର ୯୬.୯୩,ପଞ୍ଚକୁଲା ୯୪.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । ଚଳିତ ବର୍ଷ କୋଭିଡ ୧୯ ମହାମାରୀ ଭିତରେ ସିବିଏସଇର କିଛି ପରୀକ୍ଷା ହୋଇଥିବାବେଳେ ୬ ଟି ବିଷୟର ପରୀକ୍ଷା ସ୍ଥଗିତ ହୋଇଥିଲା । ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ନମ୍ୱରକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ନମ୍ୱର ହିସାବରେ ସେମାନଙ୍କୁ ନମ୍ୱର ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

Read More...

ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page