୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

July 15, 2020, ଓଡ଼ିଶା, , Anupambharat News Bureau


୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି
Anupambharat News Bureau
July 15, 2020

ଭୁବନେଶ୍ୱର୧୫ା୭(ଅନୁପମ ମିଡ଼ିଆ): ରାଜ୍ୟର ପ୍ରତି ପଞ୍ଚାୟତ ପାଇଁ ପ୍ରସ୍ତାବିତ କୋଭିଡ୍‌ କେୟାର୍‌ ହୋମ୍‌ରେ ସାତ ହଜାର ଏଏନଏମ୍‌ ଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ । ଯଦି ଆବଶ୍ୟକ ଏଏନ୍‌ଏମ୍‌ ନମିଳନ୍ତି ତେବେ, ପଞ୍ଜିକୃତ ଷ୍ଟାଫ୍‌ ନର୍ସ କମ୍ବା ଫାର୍ମାସିଷ୍ଟ୍‌ଙ୍କୁ ନିଯୁକ୍ତି ମିଳିବ । ଦୈନିକ ଏଏନଏମଙ୍କୁ ୮୫୦ ଟଙ୍କା , ନର୍ସ ଓ ଫାର୍ମାସିଷ୍ଟଙ୍କୁ ୧ ହଜାର ଟଙ୍କା ମିଳିବ । ଏଏନଏମ୍‌, ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ତିନି ମାସ ପାଇଁ ନିଯୁକ୍ତି ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶରେ କୋଭିଡ୍‌-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏବଂ ରାଜ୍ୟରେ ବହୁସଂଖ୍ୟକ ପଜିଟିଭ୍‌ ମାମଲା ଚିହ୍ନଟ ହେଉଥିବାରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ କୋଭିଡ୍‌ କେୟାର୍‌ ହୋମ୍‌ସ୍‌/କୋଭିଡ୍‌ ଗୃହ ସ୍ଥାପନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି ।କୋଭିଡ୍‌ କେୟାର୍‌ ହୋମ୍‌ର ପରିଚାଳନା ନିମନ୍ତେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକତା ହେତୁ ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ପ୍ରସ୍ତାବିତ କୋଭିଡ୍‌ କେୟାର୍‌ ହୋମ୍‌ ପାଇଁ ୭ହଜାର ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଏହି କୋଭିଡ୍‌ କେୟାର୍‌ ହୋମ୍‌ ଗୁଡ଼ିକରେ ସର୍ବନିମ୍ନସ୍ତରୀୟ ସ୍ୱାସ୍ଥ୍ୟଗତ କାର୍ଯ୍ୟକଳାପର ପରିଚାଳନା କରିବେ ତାଲିମପ୍ରାପ୍ତ ବେକାରୀ ଏବଂ ପଞ୍ଜିକୃତ ଏଏନ୍‌ଏମ୍‌ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା

ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା

Read More...

ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ

ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page