ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର

August 02, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର
Anupambharat News Bureau
August 02, 2020

ବ୍ରହ୍ମପୁର,୨ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ଭୂତାଣୁ ପୁରା ବେକାବୁ ହେବାରେ ଲାଗିଛି । ଅନ୍ୟପକ୍ଷେ ଗଞ୍ଜାମ ଜିଲ୍ଳାର କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି । ଜିଲ୍ଲାରେ କରୋନା ମୃତୁ୍ୟ ଶତକ ପାର କରିଥିବା ବେଳେ ଆକ୍ରାନ୍ତ ସଂଖ୍ୟାରେ ମଧ୍ୟ ରାଜ୍ୟରେ ନମ୍ବର ୱାନ ସ୍ଥାନରେ ରହିଛି । ଜିଲ୍ଳାରେ ଆକ୍ରାନ୍ତ ସଂଖ୍ୟା ହ୍ରାସ କରିବାକୁ ଜିଲ୍ଲା ପ୍ରଶାସନ ବହୁବିଧ ପଦକ୍ଷେପ ନେଉଥିବା କହୁଥିଲେ ସୁଦ୍ଧା ଯେଉଁ ହାରରେ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଉଛି କୋଭିଡ଼ ପରିଚାଳନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି । ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୩୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୯୨କୁ ବୃଦ୍ଧି ପାଇଛି ।
ସେହିପରି ଆଜି ଜିଲ୍ଲାରେ ଆଉ ଚାରି କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ସମସଂଖ୍ୟକ ମହିଳା ରହିଛନ୍ତି । ଫଳରେ ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ୧୦୩ରେ ପହଞ୍ଚିଛି । ଜିଲ୍ଳାରେ ଗତ ମଇରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହି ସମୟରେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଘଟୁଥିବାରୁ ଏହାକୁ ନେଇ ବିଚଳିତ ନହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦେଇଥିଲେ । ତେବେ ଇତିମଧ୍ୟରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦ ହଜାରରୁ ଅଧିକ ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ମଧ୍ୟ ତିନି ଅଙ୍କ ପାର କରିଛି । ଏପରିକି ଗତ ଜୁନ୍‌ରେ ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ୭ ରହିଥିବା ବେଳେ ଜୁଲାଇରେ ଏହା ୯୪ରେ ପହଞ୍ଚିଥିଲା । ଚଳିତ ମାସର ପ୍ରଥମ ଦୁଇ ଦିନରେ ଜିଲ୍ଲାରୁ ୯ଜଣଙ୍କ ମୃତୁ୍ୟ ଘଟିବା ପରେ ଏହି ସଂଖ୍ୟା ଶହେ ପାର କରିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ଅଧିକ କଟକଣା ଲାଗୁ ଜିଲ୍ଲାରେ ମଧ୍ୟ ଗଞ୍ଜାମ ରହିଛି । ଜିଲ୍ଳାରେ ଗତ ମାର୍ଚ୍ଚ ୨୩ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ସମୟ ମାତ୍ର ୫ରୁ ଛ’ ଘଣ୍ଟା ରହିଥିଲା । ତାହା ପୁଣି ଅତ୍ୟାବଶ୍ୟକୀୟ ଦୋକାନ ରହିଥିଲା । ଏହା ସତ୍ତେ୍ୱ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢ଼ିବା ଉଦ୍‌ବେଗର ବିଷୟ ହୋଇଛି । ଆକ୍ରାନ୍ତ ବଢ଼ୁଥିବା ବେଳେ କରୋନା ଜିଲ୍ଲାରେ ମୁଣ୍ଡ ପରେ ମୁଣ୍ଡ ନେବା ଘଟଣା ମଧ୍ୟ ତାଜୁବ କରୁଛି । ପ୍ରଥମେ ୬୫ ବର୍ଷରୁ ଅଧିକ ବୟସ୍କ ମୃତୁ୍ୟ ବରଣ କରୁଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ୨୩ରୁ ୪୦ ମଧ୍ୟରେ ମୃତୁ୍ୟ ବରଣ କରୁଥିବା ସୂଚନା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଛି । ଆହୁରି ସବୁଠାରୁ ଉଦ୍‌ବେଗର ବିଷୟ ଯେ, କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାୟ ରୋଗୀଙ୍କ ମୃତୁ୍ୟ ଘଟୁୁଛି । ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା କରାଯାଉଥିବା କୁହାଯାଉଥିବା ବେଳେ କେତେକ କରୋନା ଆକ୍ରାନ୍ତ ହସ୍ପିଟାଲରେ ପହଞ୍ଚିବା ବେଳେ ସେମାନଙ୍କ ଜୀବନ ଚାଲିଯାଉଥିବା ଅଭିଯୋଗ ହେଉଛି । ଏନେଇ ପ୍ରଶାସନରୁ ଯୁକ୍ତି ହେଲା ଯେ, ରୋଗୀ ଜଣକ ଗୁରୁତର ଅବସ୍ଥାରେ ଆସିଥିଲେ । ଫଳରେ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଧର୍ମକୁ ଆଖିଠାର ଭଳି ହେବାରେ ଲାଗିଛି । ରାଜ୍ୟରେ କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ାଇଥିବା ଜିଲ୍ଲା ମଧ୍ୟରେ ଗଞ୍ଜାମ ଜିଲ୍ଲା ରହିଥିବାରୁ ଏହାକୁ ସ୍ୱତନ୍ତ୍ର ଫକୋସ ଦିଆଯାଉଛି । ସଂକ୍ରମଣ ବଢ଼ୁଥିବାରୁ ଚିକିତ୍ସା ପାଇଁ ଭିତ୍ତିଭୂମିକୁ ସଜଡ଼ା ଯାଉଥିବା କୁହାଯାଉଛି । ଫଳରେ ବ୍ରହ୍ମପୁରରେ ଟାଟା କୋଭିଡ଼ ହସ୍ପିଟାଲ ପରେ ଆଉ ଦୁଇଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ତେବେ ଏହା ସତ୍ତେ୍ୱ କରୋନା ରୋଗୀଙ୍କୁ ଉଚ୍ଚ ଚିକିତ୍ସା ମିଳିପାରୁ ନଥିବାରୁ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଥିବା କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬ ଯାଏଁ ବର୍ଷା ସମ୍ଭାବନା

୬ ଯାଏଁ ବର୍ଷା ସମ୍ଭାବନା

Read More...

ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି

ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page