୬ ଯାଏଁ ବର୍ଷା ସମ୍ଭାବନା

August 02, 2020, ଓଡ଼ିଶା, , Anupambharat News Bureau


୬ ଯାଏଁ ବର୍ଷା ସମ୍ଭାବନା
Anupambharat News Bureau
August 02, 2020

ଭୁବନେଶ୍ୱର,୨ା୮ (ଅନୁପମ ମିଡ଼ିଆ): ଆସନ୍ତା ୪ ତାରିଖରେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିିରି, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଜଗତସିଂପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି । ସେହିପରି ଆସନ୍ତାକାଲି ମାଲକାନଗିିରି, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଅନୁଗୁଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାହୋଇପାରେ । ସେହିପରି ୪ ତାରିଖରେ ଢେଙ୍କାନାଳ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ମାଲକାନଗିିରି, କୋରାପୁଟ, ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ତାରିଖରେ ସମ୍ବଲପୁର,ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ କଟକ, ଢେଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ । ଛ’ତାରିଖରେ ବରଗଡ଼, ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ୧୪୩୪ ନୂଆ ଆକ୍ରାନ୍ତ

ଦିନକରେ ୧୪୩୪ ନୂଆ ଆକ୍ରାନ୍ତ

Read More...

ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର

ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page