ରାଜ୍ୟରେ କରୋନା ମୃତ ଦୁଇ ଶହ ପାର

August 03, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ କରୋନା ମୃତ ଦୁଇ ଶହ ପାର
Anupambharat News Bureau
August 03, 2020

ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମୃତୁ୍ୟର ତାଣ୍ଡବ ଜାରି ରଖିଛି । ଗତ ତିନି ଦିନରେ ଏହି ଅଜଣା ଭୂତାଣୁ ୩୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ୨୦୭କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ତିନି ଜଣ ଲେଖାଏଁ ରହିଥିବା ବେଳେ ଗଜପତି ଜିଲ୍ଲାରୁ ଦୁଇ ଏବଂ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଜଣେ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୪୮ ବର୍ଷୀୟ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି କଳାହାଣ୍ଡି ଜିଲ୍ଲାର ଜଣେ ୬୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ଓ ହାଇପର ଟେନସନରେ ପୀଡିତ ଥିଲେ ।
ଗଜପତି ଜିଲ୍ଲାର ଜଣେ ୩୪ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଭାବେ ରାୟଗଡାର ଜଣେ ୭୯ ବର୍ଷୀୟା କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲାରେ ଜଣେ ୬୪ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ । ରାୟଗଡା ଜିଲ୍ଲାର ଅନ୍ୟ ଜଣେ ୬୧ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା କରୋନା ଆକ୍ରାନ୍ତ ମହିଳାଙ୍କ ମୃତୁ୍ୟ ବରଣ କରିଛନ୍ତି । ଗଜପତି ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ହେପାଟାଇଟିସ ବି ଓ ଡାଇବେଟିସ ରୋଗରେ ପୀଡିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି ।
ସେ ମଧୁମେହ ଓ ହାଇପର ଟେନସନ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ସେହିଭଳି ରାଜ୍ୟରେ ଆଜି ଆଉ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୬୨୯୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ୧୩୮୪ ଜଣଙ୍କ ମଧ୍ୟରୁ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୧୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୬ ଟି ଜିଲ୍ଲାର ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୩୩୧ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରେ ୧୩, ବାଲେଶ୍ୱର ଜିଲ୍ଲାରେ ୭୯ , ବରଗଡ ଜିଲ୍ଲାରେ ୩୩, ଭଦ୍ରକ ଜିଲ୍ଲାରେ ୨୫, ବଲାଙ୍ଗିର ଜିଲ୍ଲାରେ ୫୧,କଟକ ଜିଲ୍ଲାରେ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୧୧, ଗଜପତି ଜିଲ୍ଲାରେ ୬୧, ଜଗତସିଂହପୁର ଜିଲ୍ଲାରେ ୨୨, ଯାଜପୁର ଜିଲ୍ଲାରେ ୧୮. ଝାରସୁଗୁଡା ଜିଲ୍ଲାରେ ସାତ, କଳାହାଣ୍ଡି ଜିଲ୍ଲାରେ ଚାରି, କେନ୍ଦ୍ରାପଡା ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୯୭, ମାଲକାନଗିରି ଜିଲ୍ଲାରେ ୩୯ , ମୟୂରଭଞ୍ଜ ଜିଲ୍ଲାରେ ୨୯, ନବରଙ୍ଗପୁୁରରେ ୨୬, ନୟାଗଡ ଜିଲ୍ଲାରେ ୨୨, ନୂଆପଡା ଜିଲ୍ଲାରେ ପାଞ୍ଚ, ପୁରୀ ଜିଲ୍ଲାରେ ୧୭, ରାୟଗଡା ଜିଲ୍ଲାରେ ୩୮,ସମ୍ବଲପୁର ଜିଲ୍ଲାରେ ୯୩, ସୋନପୁର ଜିଲ୍ଲାରେ ୬ ତଥା ସୁନ୍ଦରଗଡ ଜିଲ୍ଲାରେ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଚାଲିବ ମୋ ବସ୍‌

ଆଜିଠୁ ଚାଲିବ ମୋ ବସ୍‌

Read More...

ଆଗ ରାମ ଭକ୍ତଙ୍କ ପୂଜା ତା’ପରେ ଭୂମି ପୂଜା: ପ୍ରଧାନମନ୍ତ୍ରୀ

ଆଗ ରାମ ଭକ୍ତଙ୍କ ପୂଜା ତା’ପରେ ଭୂମି ପୂଜା: ପ୍ରଧାନମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page