୧୯୬ ଡାକ୍ତରଙ୍କ ଜୀବନ ନେଲାଣି

August 08, 2020, ଦେଶ, , Anupambharat News Bureau


୧୯୬ ଡାକ୍ତରଙ୍କ ଜୀବନ ନେଲାଣି
Anupambharat News Bureau
August 08, 2020

ନୂଆଦିଲ୍ଲୀ-ସମଗ୍ର ବିଶ୍ୱରେ ଆତଙ୍କ ବାତ୍ତାବରଣ ଖେଳାଇଥିବା କୋଭିଡ-୧୯ କରୋନା ରୋଗର ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ବିଶ୍ୱର ବିଭିନ୍ନ ପ୍ରମୁଖ ରାଷ୍ଟ୍ରରେ ଲକ୍ଷାଧିକ ଜୀବନ ନଷ୍ଟ ହୋଇଛି । ପ୍ରଭାବିତ ରାଷ୍ଟ୍ରମାନଙ୍କର ତାଲିକାର ତୃତୀୟ ସ୍ଥାନରେ ଥିବା ଭାରତରେ ପୁଣି ଗତ ୨୪ ଘଣ୍ଟାରେ ୯୩୩ ଜଣ କରୋନା ରୋଗୀଙ୍କ ମୃତୁ୍ୟ ଘଟିବା ଫଳରେ ଭାରତରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୨ ହଜାର ୫୧୮ କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଦିନକରେ ପୁଣି ୬୧,୫୩୭ ସଂଖ୍ୟକ ଲୋକ ନୂତନ ଭାବେ କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ଯୋଗୁ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧ କୁ ବୃଦ୍ଧି ପାଇଛି । ଗତ ୨ ଦିନ ଧରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୁଦ୍ଧି ପାଇବାରେ ଲାଗିଛି । ଗତକାଲି ୬୨ ହଜାରରୁ ଉର୍ଦ୍ଧ୍ୱ ଲୋକ ସର୍ବାଧିକ ହାରରେ ଆକ୍ରାନ୍ତ ହୋଇଥିଲେ । ତେଣୁ ଦେଶରେ ପ୍ରତ୍ୟେକ ରାଜ୍ୟରେ ଅଳ୍ପ ବହୁତ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବଭଳି ଦେଶରେ ସର୍ବାଧିକ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୁଣି ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୦ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ୧୦୪୮୩ ସଂଖ୍ୟକ ଲୋକ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୯୦ ହଜାର ଟପିଯାଇଛି । ତାମିଲନାଡୁରେ ପୁଣି ୫ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହେବା ଯୋଗୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱକୁ ଟପିଯାଇଛି । ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୪୬୯୦ କୁ ପହଞ୍ଛିଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି । କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶରେ ଲକ୍ଷାଧିକ ଲୋକ ଲେଖାଁଏ ଆକ୍ରାନ୍ତ ହୋଇଛନ୍ତି । ପଶ୍ଚିମବଙ୍ଗରେ କୋଭିଡ-୧୯ ପଜିଟିଭ ସଂଖ୍ୟା ୯୦ ହଜାର ନିକଟତର ହୋଇଛି । ତେଲେଙ୍ଗାନାରେ ମଧ୍ୟ ଦୈନିକ ୨ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି । ବିହାରରେ ଦୈନିକ ୩ ହଜାର ୫୦୦ ଆକ୍ରାନ୍ତ ହେବା ଯୋଗୁ ଆଜି ସମୁଦାୟ ସଂକ୍ରମଣ ସଂଖ୍ୟା ୭୧ ହଜାର ଟପିଯାଇଛି । ଓଡିଶାରେ ମଧ୍ୟ ସ୍ଥିତି ଅତ୍ୟନ୍ତ ଗମ୍ଭୀରଜନକ ରହିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ୪୨ ହଜାରରୁ ଉର୍ଦ୍ଧ୍ୱକୁ ଟପିଯାଇଛି । ପ୍ରତ୍ୟେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗମ୍ଭୀରଜନକ ରହିଛି । ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଭାରତରେ ସୁସ୍ଥ ହେଉଥିବା ସଂଖ୍ୟା ବୃଦ୍ଧି ପାଉଛି । ମୃତକଙ୍କ ସଂଖ୍ୟା ୨.୦୪ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ସୁସ୍ଥ ହାର ୬୮.୩୨ ପ୍ରତିଶତ ହାରରେ ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରକାଶ କରାଯାଇଛି ।ଭାରତରେ ଗୋଟିଏ ଦିନରେ ୪୮ ହଜାର ରୋଗୀ ସୁସ୍ଥ ହେବା ଯୋଗୁଁ ସମୁଦାୟ ସୁସ୍ଥ ସଂଖ୍ୟା ୧୪ ଲକ୍ଷରୁ ଉର୍ଦ୍ଧ୍ୱକୁ ପହଞ୍ଚିଛି । ପ୍ରତ୍ୟେକ ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍‌ ଗୁଡିକରେ ଅଧିକ ନମୁନା ପରୀକ୍ଷଣ ସଂଘରୋଧ ଉପରେ ପ୍ରାଧ୍ୟାନତା ଦେବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଦେଶରେ ତୁରନ୍ତ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଫଳରେ ସଙ୍କଟମୟ ସ୍ଥିତିରୁ ରୋଗରୁ ରକ୍ଷା କରାଯାଇପାରୁଛି ବୋଲି ସରକାର କହିଛନ୍ତି । କେନ୍ଦ୍ର ସରକାର ରୋଗର ମୁକାବିଲା ପାଇଁ ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ନିତ କରିବା ପାଇଁ ୯୩୬ ସରକାରୀ ଲ୍ୟାବରେ ନମୁନା ପରୀକ୍ଷଣ କରାଯାଉଛି । ଏହାବ୍ୟତୀତ ୪୬୦ ସଂଖ୍ୟକ ଘରୋଇ ଲ୍ୟାବରେ ନମୁନା ମଧ୍ୟ ପରୀକ୍ଷା କରାଯାଉଛି । ତେବେ ଗୋଟିଏ ଦିନରେ ୬୧ ହଜାରରୁ ଉଦ୍ଧ୍ୱ୍ର୍ରର୍ଆକ୍ରାନ୍ତ ଚିହ୍ନଟ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରୁଛି । ପ୍ରାପ୍ତସୂଚନା ମୁତାବକ ଭାରତରେ ଆଜି ସୁଦ୍ଧା ଏହି କରୋନା ରୋଗର ଚିକିତ୍ସା କରିବା କ୍ଷେତ୍ରରେ ନିୟୋଜିତ ରହି ସମୁଦାୟ ୧୯୬ ଡାକ୍ତର ଜୀବନ ହରାଇଲେଣି ବୋଲି ଇଣ୍ଡିଆନ ମେଡିକାଲ କାଉନସିଲ (ଆଇଏମଏ) ଆଦି ଏ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଇଏମଏ ପକ୍ଷରୁ ଲିଖିତ ଆକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଯାଇଛି ଯେ ଡାକ୍ତରମାନଙ୍କୁ ଶର୍ଯ୍ୟା ଓ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ହୋଇପାରୁନାହିଁ । ଏଣୁ କରୋନା ସହିତ ଲଢ଼ିବା କ୍ଷେତ୍ରରେ ଡାକ୍ତରମାନେ ଯୋଦ୍ଧା ଭାବରେ ନିଜକୁ ନିୟୋଜିତ କରୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉବୋଲି ଆଇଏମଏ ପକ୍ଷରୁ ଦାବି କରାଯାଉଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଆଇଏମଏ ସାଧାରଣ ସମ୍ପାଦକ ଆର ଭି ଅଶୋକାନ ସୂଚନା ଦେଇଛନ୍ତି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ତାମିଲନାଡୁରେ ୪୩ ଜଣ ଡାକ୍ତର କରୋନା ରୋଗରେ ସର୍ବାଧିକ ମୃତୁ୍ୟବରଣ କରିଛନ୍ତି । ଏହାପରେ ମହାରାଷ୍ଟ୍ରରେ ଓ ଗୁଜୁରାଟରେ ୨୩ ଜଣ ଲେଖାଁଏ ଡାକ୍ତର ଜୀବନ ହରାଇଛନ୍ତି । ଉଲ୍ଲେଖ ଥାଉକି ସମଗ୍ର ବିଶ୍ୱରେ କରୋନା ରୋଗର ସଂକ୍ରମଣ ଯୋଗୁଁ ଆଜି ସୁଦ୍ଧା ୭ ଲକ୍ଷ ୨୧ ହଜାର ୩୨୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ସମଗ୍ର ବିଶ୍ୱରେ ୧ କୋଟି ୯୩ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆକ୍ରାନ୍ତ କମୁଛି, ସୁସ୍ଥ ହାର ବଢ଼ୁଛି

ଆକ୍ରାନ୍ତ କମୁଛି, ସୁସ୍ଥ ହାର ବଢ଼ୁଛି

Read More...

ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page