ଆକ୍ରାନ୍ତ କମୁଛି, ସୁସ୍ଥ ହାର ବଢ଼ୁଛି

August 08, 2020, ଓଡ଼ିଶା, , Anupambharat News Bureau


ଆକ୍ରାନ୍ତ କମୁଛି, ସୁସ୍ଥ ହାର ବଢ଼ୁଛି
Anupambharat News Bureau
August 08, 2020

ବ୍ରହ୍ମପୁର,୮ା୮(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ସମସ୍ତ ପ୍ରକାର ଦୋକାନ ଖୋଲିପାରିବେ କିନ୍ତୁ ଜିଲ୍ଲା ପ୍ରଶାସନର ପାଞ୍ଚ ସୂତ୍ରୀ ନିୟମକୁ ପାଳନ କରିବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଟାଉନ୍‌ ହଲ୍‌ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା କମୁଛି ଓ ସୁସ୍ଥ ହାର ବଢ଼ୁଛି ଏବଂ ଭଲ ହୋଇଥିବା କରୋନା ରୋଗୀଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉନଥିବା ଜିଲ୍ଲାପାଳ ଏଠାରେ ପ୍ରକାଶ କରିଥିଲେ । ଆମେ ସମସ୍ତେ କରୋନା ଯୋଦ୍ଧା । ତେଣୁ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ସାନିଟାଇଜ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ସେ କହିଥିଲେ । ଏହାଦ୍ୱାରା ଗଞ୍ଜାମ ଜିଲ୍ଲାରେ ଆମେ କରୋନା ଲଢ଼େଇରେ ବିଜୟ ଲାଭ କରିପାରିବା ବୋଲି ସେ କହିଥିଲେ । ପ୍ରବାସୀମାନେ ଯେଉଁମାନେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉଛି । ଏହି ପ୍ରବାସୀ ପୁଣି ଥରେ ସୁରତ ଓ ଅହମ୍ମଦାବାଦ ଯିବା ପାଇଁ ସ୍ଥିର କରିଛନ୍ତି । କାରଣ ସେମାନଙ୍କ ସେଠାରେ ଚାକିରି ସହ ବହୁ ପ୍ରବାସୀଙ୍କ ଘରଦ୍ୱାର ରହିଥିବା ଜିଲ୍ଳାପାଳ କୁଲାଙ୍ଗେ ପ୍ରକାଶ କରିଥିଲେ । ସେହିପରି ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର କହିଥିଲେ ଯେ, ଗର୍ଭବତୀଙ୍କ ପାଇଁ ସର୍ବଦା ସତର୍କ ଦୃଷ୍ଟି ରଖାଯାଇଛି । ଯେ କୌଣସି କରୋନା ସମସ୍ୟା ପାଇଁ କଲ୍‌ ସେଣ୍ଟର୍‌ର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସମସ୍ତଙ୍କୁ ଜୀବନ ଓ ଜିବୀକା ମଧ୍ୟରେ ଚାଲିବାକୁ ପଡ଼ିବ । ତେଣୁ ପ୍ରତ୍ୟେକ ଜନସାଧାରଣ ନିଜ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଲକ୍ଷଣ ରହିଥିଲେ ତୁରନ୍ତ ପରୀକ୍ଷା କରିବା ଉଚିତ ବୋଲି କମିଶନର ରାଠୋର ଏଠାରେ ସୂଚନା ଦେଇଥିଲେ । କରୋନା ପାଇଁ ବହୁ ଔଷଧ ଦୋକାନୀଙ୍କ ମଧ୍ୟ ପରୀକ୍ଷା କରାଯାଇଛି ।
ସିଟି ହସ୍‌ପିଟାଲ୍‌ ଓ ମେଡ଼ିକାଲ୍‌ କଲେଜରେ କୌଣସି କରୋନା ଲକ୍ଷଣ ଥିଲେ ନିଜ ନିଜର ସ୍ୱାବ ପରୀକ୍ଷା କରାଇବା ଉଚିତ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

୧୯୬ ଡାକ୍ତରଙ୍କ ଜୀବନ ନେଲାଣି

୧୯୬ ଡାକ୍ତରଙ୍କ ଜୀବନ ନେଲାଣି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page