ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା

August 11, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା
Anupambharat News Bureau
August 11, 2020

ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ଗ୍ରାମ ରେ ଚୋରା ମଦ କାରବାର କୁ ନେଇ ଗ୍ରାମରେ ନାନାଦି ବିସୃଙ୍ଖଳା ସୃଷ୍ଟି ହେଉଛି । ଅବକାରୀ ବିଭାଗ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବାରୁ ଗ୍ରାମର ମହିଳା ଗୋଷ୍ଠୀ ଏବେ ମଦ କାରବାର ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି । ଆଜି ଟଭାସରୁଆ ଗ୍ରାମ ରେ ଚୋରା ମଦ ବିକ୍ରି କରୁଥିବା ଗ୍ରାମର ଦୁଲାଲ ମହାରଣା କୁ ଗ୍ରାମର ତିନୋଟି ମହିଳା ଗୋଷ୍ଠୀ ଏକତ୍ର ହୋଇ ମଦ ସହ ଧରିବା ପରେ ତାକୁ ବଡ଼ବିଲ ପଞ୍ଚାୟତ କାର୍ଯ୍ୟାଳୟ କୁ ନେଇଥିଲେ । ପଞ୍ଚାୟତ ପକ୍ଷରୁ ପାଟଣା ଥାନା କୁ ଖବର ଦିଆଯିବାରେ ପାଟଣା ଥାନା ରୁ ଆଇଆଇସି ସୋମନାଥ ଜେନା , ସବ୍ ଇନ୍ସପେକ୍ଟର ଅରୁପ କୁମାର ସାମଲ ବଡ଼ବିଲ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ମହିଳା ମାନଙ୍କୁ ବୁଝାସୁଝା କରିବା ସହ ଚୋରା ମହ ବେପାରୀ ଦୁଲାଲା ମହାରଣା କୁ ଗିରଫ କରିବା ସହ ୫୦ଲିଟର ମହୁଲି ମଦ ଜବତ କରିଛନ୍ତି । ଗ୍ରାମର ମା କିଚକେଶ୍ବରୀ ଏସ୍ଏଚଜି , ଦ୍ରୋପଦୀ ବିଶ୍ବ ଏସ୍ଏଚଜି ଓ ଜୟଦୁର୍ଗା ଏସ୍ଏଚଜି ର ମହିଳା ମାନେ ଚୋରା ମଦ ଜବତ କରିବା ସହ ମଦ ବିକ୍ରେତା ଙ୍କୁ ପୋଲିସ ଜିମା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଚିନ୍‌ଙ୍କୁ ମିଳପାରେ ବଡ ପଦ: “ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତାର ସ୍ଥାନ ନାହିଁ”

ସଚିନ୍‌ଙ୍କୁ ମିଳପାରେ ବଡ ପଦ: “ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତାର ସ୍ଥାନ ନାହିଁ”

Read More...

 ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page