ସଚିନ୍‌ଙ୍କୁ ମିଳପାରେ ବଡ ପଦ: “ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତାର ସ୍ଥାନ ନାହିଁ”

August 11, 2020, ଦେଶ, , Anupambharat News Bureau


ସଚିନ୍‌ଙ୍କୁ ମିଳପାରେ ବଡ ପଦ: “ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତାର ସ୍ଥାନ ନାହିଁ”
Anupambharat News Bureau
August 11, 2020

ଜୟପୁର: ରାଜସ୍ଥାନରେ ଦୀର୍ଘ ଦିନ ଚାଲିଥିବା ବିବାଦ ଏବେ ଅନ୍ତ ହୋଇଛି । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧାର ଶେଷ ହୋଇଛି । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର ରାସ୍ତା ସଫା ହୋଇଛି । ସେହିପରି ପାଇଲଟଙ୍କ ସହିତ ଥିବା ୧୮ ବିଧାୟକଙ୍କ ମଧ୍ୟରୁ ୩ଜଣ ନିର୍ଦ୍ଦଳୀୟ ବିଧାୟକ ମାନେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ପାଇଲଟ୍‌ କହିଛନ୍ତି ଯେ, ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ କୌଣସି ସ୍ଥାନ ନାହିଁ ।
ରାଜନୀତିରେ ଅନୁଶାସନ ହେବା ଉଚିତ । ପାଇଲଟ କହିଛନ୍ତି ଯେ, ମୁଁ ଓ ମୋର କିଛି ବିଧାୟକମାନଙ୍କ ଦ୍ୱାରା ଉଠାଇଯାଇଥିବା ପ୍ରସଙ୍ଗ ବା ମୁଦ୍ଦାର ସମାଧାନ ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ତିନି ଜଣିଆ ସଦସ୍ୟ ସମିତି ଗଠନ କରାଯାଇଛି । ଏସବୁ ପ୍ରସଙ୍ଗ ମଧ୍ୟରେ ଅନେକ ମହତ୍ୱପୂର୍ଣ୍ଣ କଥା ରହିଛି । ତେଣୁ ରାଜନୀତିରେ ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ କୌଣସି ସ୍ଥାନ ନାହିଁ । ବରଂ ରାଜନୀତିରେ ଅନୁଶାସନ ହେବା ଉଚିତ । ସେ ଆଗକୁ ମଧ୍ୟ କହିଛନ୍ତି ଯେ, ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ଆମର ଅଭିଯୋଗକୁ ଧର୍ଯ୍ୟତା ପୂର୍ବକ ଶୁଣିଥିଲେ , ଏବଂ ଏହାର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି । ଯେଉଁଥିପାଇଁ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ରାଜସ୍ଥାନରେ ସରକାରରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ବିବାଦ ଲାଗିରହିଥିଲା । ଯାହା ପରେ ଦଳ ସଚ୍ଚିନଙ୍କୁ ବିଭିନ୍ନ ପଦବୀରୁ ହଟାଇଥିଲା । ସେବାଠାରୁ ବିବାଦ ଲାଗିରହିଥିଲା । ତେବେ ଗତକାଲି କଂଗ୍ରେସ ନେତା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସଚ୍ଚିନ ପାଇଲଟଙ୍କ ସାକ୍ଷାତ କରିଥିଲେ । ଚାଲିଥିବା ସମସ୍ତ ବିବାଦ ଓ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲା । ତେବେ ସଚ୍ଚିନ ପାଇଲଟ କଂଗ୍ରେସ ହାଇକମାଣ୍ଡ ସହିତ ସାକ୍ଷାତ ପରେ କହିଥିଲେ କି, ମୋର ପଦକୁ ନେଇ କୌଣସି ଲୋଭ ନାହିଁ । ଆଶା କରୁଛି ଏହି ମାମଲା ଖୁବଶୀଘ୍ର ସାମାଧାନ ହେବା ଆବଶ୍ୟକ । ଗାନ୍ଧୀ ପରିବାରର ହସ୍ତକ୍ଷେପ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମାସେ ଧରି ଚାଲିଥିବା ବିବାଦର ସମାଧାନ ହୋଇଛି । ପାଇଲଟ ସୋମବାର ଅପରାହ୍ନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ନିଜର ଚିନ୍ତା ପ୍ରକାଶ କରିଛନ୍ତି ।
ସନ୍ଧ୍ର୍ୟାରେ କଂଗ୍ରେସ ହାଇକମାଣ୍ଡ ତାଙ୍କ ଅଭିଯୋଗ ଶୁଣିବାକୁ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏଭଳି ବିଶ୍ୱାସ କରାଯାଉଛି ଯେ, ଏଭଳି ଏକ ଚୁକ୍ତି ହୋଇଛି ଯେ, ପାଇଲଟ୍‌ ଗ୍ରୁପ୍‌ ବିଧାୟକମାନେ ଗେହଲଟ୍‌ ସରକାରରେ ହସ୍ତକ୍ଷେପ କରିବେ ନାହିଁ ଏବଂ ଏହା ବଦଳରେ ବିଦ୍ରୋହୀମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆଶ୍ୱାସନା ଦିଆଯାଇଛି । ୨୦୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଗେହଲଟ୍‌ ଙ୍କର ୧୦୦ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ସଚିନ ପାଇଲଟଙ୍କୁ ୧୪ ଜୁଲାଇରେ ରାଜସ୍ଥାନ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏଥିସହ ପାଇଲଟ୍‌ ଙ୍କ ଦଳର ଦୁଇ ଜଣ ବିଧାୟକଙ୍କୁ ମଧ୍ୟ ସେମାନଙ୍କର ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ଅନୁଯାୟୀ ସୋନିଆ ଗାନ୍ଧୀଙ୍କ ସ୍ପଷ୍ଟ ବାର୍ତ୍ତା ହେଉଛି ‘ସଚିନ ପାଇଲଟଙ୍କୁ ଦଳ ଛାଡିବାକୁ ଦିଅ;ୁ ନାହିଁ’ା ଯେତେବେଳେ ଗେହଲଟ୍‌ ସର୍ବସାଧାରଣରେ ପାଇଲଟଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍‌ କରିଥିଲେ, ସେତେବେଳେ ତାଙ୍କୁ ଏପରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ପ୍ରଥମେ ପାଇଲଟଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ମଧ୍ୟ ପ୍ରିୟଙ୍କା ପାଇଲଟଙ୍କ ସହ ଯୋଗାଯୋଗରେ ଥିଲେ । ଅନେକ ଚେଷ୍ଟା ପରେ ରାହୁଲ ଗାନ୍ଧୀ ସଚିନ ପାଇଲଟଙ୍କୁ ଭେଟିଥିଲେ ଏବଂ ତାପରେ ତାଙ୍କୁ ବୁଝାଯାଇଥିଲା । ରାହୁଲ-ସଚିନଙ୍କ ବୈଠକରେ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ଏହାପରେ ସୋମବାର ସନ୍ଧ୍ର୍ୟାରେ ପ୍ରିୟଙ୍କା ଗାନ୍ଧୀ ଅହମ୍ମଦ ପାଇଲଟ୍‌, କେସି ଭେନୁଗୋପାଲଙ୍କ ସହ ପାଇଲଟ୍‌ ଦଳର ବିଧାୟକଙ୍କ ସହ ଭେଟି ସେମାନଙ୍କୁ ‘ଶୁଣାଣି’ ନିଶ୍ଚିତ ହେବ ବୋଲି ଅଶ୍ୱାସନା ଦେଇଥିଲେ ।
କଂଗ୍ରେସ ଦଳର ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ସଚିନ୍‌ ପାଇଲଟ୍‌ ଦଳର ବିଧାୟକମାନଙ୍କୁ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବ ଏବଂ ସଂଗଠନରେ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ । କଂଗ୍ରେସରେ ଜାତୀୟ ସ୍ତରରେ ପାଇଲଟଙ୍କୁ ଏକ ପ୍ରମୁଖ ପଦବୀ ଦିଆଯିବ । ଗୁରୁିବପୂର୍ଣ୍ଣ ଦିଗ ହେଉଛି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ୩ ନେତାଙ୍କର ଏକ କମିଟି ଗଠନ କରିବେ ଯାହା ସଚିନ ଏବଂ ବିଦ୍ରୋହୀ ବିଧାୟକଙ୍କ ଚିନ୍ତା ଏବଂ ଦାବିକୁ ଅନୁଧ୍ୟାନ କରିବ । ସଚିନ ପାଇଲଟ ଏବଂ ତାଙ୍କ ସାଥୀ ବିଧାୟକମାନଙ୍କୁ ଗେହଲଟ୍‌ ସରକାରରେ କାହିଁକି ଅଣଦେଖା କରାଯାଇଥିଲା, ତାହା କମିଟି ଅନୁଧ୍ୟାନ କରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପାଙ୍କ ସମ୍ପତ୍ତିରେ ଝିଅର ମଧ୍ୟ ଅଧିକାର:  ପୁଅ-ଝିଅଙ୍କର ସମ୍ପତ୍ତି ଅଧିକାର ଅଧା ଅଧା: ସୁପ୍ରିମ୍‌କୋର୍ଟ

ବାପାଙ୍କ ସମ୍ପତ୍ତିରେ ଝିଅର ମଧ୍ୟ ଅଧିକାର: ପୁଅ-ଝିଅଙ୍କର ସମ୍ପତ୍ତି ଅଧିକାର ଅଧା ଅଧା: ସୁପ୍ରିମ୍‌କୋର୍ଟ

Read More...

ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା

ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page