ଅଙ୍ଗଦାନ କରିଥିବା ତିନି ଜଣଙ୍କୁ ସୁରଜ ସମ୍ମାନ

August 13, 2020, ଓଡ଼ିଶା, , Anupambharat News Bureau


ଅଙ୍ଗଦାନ କରିଥିବା ତିନି ଜଣଙ୍କୁ ସୁରଜ ସମ୍ମାନ
Anupambharat News Bureau
August 13, 2020

ଭୁବନେଶ୍ୱର, ୧୩ ।୮ (ଅନୁପମ ମିଡିଆ): ­ ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜଣଙ୍କୁ ମରଣୋତ୍ତର ଭାବେ ସୁରଜ ସମ୍ମାନ ରେ ସମ୍ମାନିତ କରିଛନ୍ତି ।୨୦୧୯ ଅକେଫାବରରେ ଗଂଜାମ ଜିଲ୍ଲାର ଭଂଜନଗରର ଜଣେ ଯୁବକ ସୁରଜ ଗୁଜୁରାଟର ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ମୃତୁ୍ୟ ଅବସ୍ଥାରେ ଥିଲେ । ତାଙ୍କ ପିତାମାତାଙ୍କ ସାହସିକ ନିଷ୍ପତ୍ତିି ଫଳରେ ସୁରଜଙ୍କର ବୃକକ୍‌,ଲିଭର, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢ଼ାଯାଇ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କ ଜୀବନ ବଂଚାଯାଇ ପାରିଥିଲା । ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜ ସମ୍ମାନ ପୁରସ୍କାର ଘୋଷଣା କରିଥିଲେ ।
ସୁରଜଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କା ରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତି ମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଯାହାଫଳରେ ଅନ୍ୟମାନଙ୍କ ଜୀବନ ବଂଚାଯାଇ ପାରିଥିଲା ।ସୁରଜଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା, ଦାସ ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତି ମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଯାହଫଳରେ ଅନ୍ୟମାନଙକ ଜୀବନ ବଂଚାଯାଇ ପରିଥିଲା । ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ଆଜି ଭିଡ଼ିଓ କନଫରେନ୍‌ସ ଜରିଆରେ ସେମାନଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ସେମାନଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସୁରଜଙ୍କ ପରିବାରର ସାହସିକ ନିଷ୍ପତି ଓ ମଣିଷ ପଣିଆର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ । ସୂର୍ଯ୍ୟ ପରି ସେ ଆଜି ମଧ୍ୟ ଅନ୍ୟମାନଙ୍କ ଜୀବନକୁ ଓ ଜଗତକୁ ଆଲୋକିତ କରି ଚାଲିଛନ୍ତି । ସୂରଜଙ୍କ ପରିବାର ପରେ ଅନେକ ମସ୍ତିଷ୍କ ମୃତୁ୍ୟ ଘଟିଥିବା ବ୍ୟକ୍ତିମାନଙ୍କ ପରିବାର ମଧ୍ୟ ଏଥିପାଇଁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ସାଧୁ ପଦକ୍ଷେପ ରୋଗୀମାନଙ୍କ ପାଇଁ ବଂଚିବାର ନୂଆ ଆଶାର କିରଣ ସୃଷ୍ଟି କରିଛି ବୋଲି କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଆଜି ମଧ୍ୟ ମଣିଷ ପଣିଆ ବଂଚିଛି । ଅନ୍ୟର ଜୀବନ ବଂଚାଇବାଠାରୁ ଅଧିକ ପୂଣ୍ୟ କିଛି ନାହିଁ । ଅଙ୍ଗଦାନ କରିଥିବା ବ୍ୟକ୍ତିମାନେ ମରି ମଧ୍ୟ ଅମର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।
ଭିଡ଼ିଓ କନଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥି ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା

ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା

Read More...

  ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page