ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା

August 13, 2020, ଦେଶ, , Anupambharat News Bureau


ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା
Anupambharat News Bureau
August 13, 2020

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଥାର୍ଡ଼ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଅଛନ୍ତି । ୪ ଦିନ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କି;ୁ ଦିନେ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ମଙ୍ଗଳବାର ଦିନ ତାଙ୍କୁ ଫୁସଫୁସ କ୍ୟାନସର ହୋଇଥିବା ନେଇ ସେ ନିଜେ ସୂଚନା ଦେଇଥିଲେ ସଞ୍ଜୟ ଦତ୍ତଙ୍କ ପରିବାର, ପ୍ରଶଂସକ, ତାଙ୍କ ନିକଟତର ବନ୍ଧୁ ତାଙ୍କର ସୁସ୍ଥ କାମନା କରୁଛନ୍ତି । ଅପରପକ୍ଷରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଦୀପ ଜଳାଇବାକୁ କହିଛନ୍ତି । କାମ୍ୟା ପଞ୍ଜାବୀ ସଞ୍ଜୟ ଦତ୍ତଙ୍କୁ ନେଇ ୩ଟି ଟ୍‌ୱିଟ କରିଛନ୍ତି ପ୍ରଥମ ସେ କହିଛନ୍ତି, ‘ମୁଁ ଗଣପତି ବାªାଙ୍କୁ ପ୍ରାର୍ଥନା କରିବି ଏଥର ଗଣେଶ ସ୍ଥାପନ ପ୍ରାର୍ଥନାଭରା ହେବ । ପ୍ରାର୍ଥନାରେ ବହୁତ ଶକ୍ତି ଥାଏ ସଞ୍ଜୟ ଦତ୍ତ ଶୀଘ୍ର ଭଲ ହୋଇଯାଆ;ୁ ବୋଲି ପ୍ରାର୍ଥନା କରୁଛି । ଆଉ ଏକ ଟୁଇଟ୍‌ରେ କାମ୍ୟା ସଞ୍ଜୟ ଦତ୍ତଙ୍କ ପରିବାର ସହ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଫଟୋରେ ସଞ୍ଜୟ ଦତ୍ତ ପିତା ସୁନୀଲ ଦତ୍ତ ଓ ମା’ ନର୍ଗିସ ଦତ୍ତଙ୍କ ସହିତ ଅଛନ୍ତି । କର ହର ମୈଦାନ ଫତେହ, ଗଣପତି ବାªା ଆପଣଙ୍କୁ ଲଢ଼ିବାକୁ ଶକ୍ତି ଦିଅ;ୁ ଓ ଆପଣ ଏହି ଲଢେଇ ଜିତି ଯାଆ;ୁ ଆପଣ ଖୁବ ସିଂହ ଭଲ ହୋଇଯାଆ;ୁ ।
କାମ୍ୟା ପଞ୍ଜାବୀଙ୍କ ଏହି ପୋଷ୍ଟରେ ଲୋକେ ପ୍ରତିକ୍ରିୟା ଦେଇଛନ୍ତି । ସମସ୍ତେ ସଞ୍ଜୟ ଦତ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ସଞ୍ଜୟ ଦତ୍ତ ନିଜେ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ପ୍ରଶଂସକଙ୍କୁ ସପୋର୍ଟ କରିବାକୁ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

Read More...

ଅଙ୍ଗଦାନ କରିଥିବା ତିନି ଜଣଙ୍କୁ ସୁରଜ ସମ୍ମାନ

ଅଙ୍ଗଦାନ କରିଥିବା ତିନି ଜଣଙ୍କୁ ସୁରଜ ସମ୍ମାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page