କାହା ପାଇଁ ମାସ୍କ କେତେ ଜରୁରୀ ?

August 23, 2020, ଦେଶ, , Anupambharat News Bureau


କାହା ପାଇଁ ମାସ୍କ କେତେ ଜରୁରୀ ?
Anupambharat News Bureau
August 23, 2020

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧୁଛନ୍ତି । ତେବେ ମାସ୍କ ବେଶୀ ବୟସ୍କଙ୍କ ପାଇଁ ଜରୁରୀ ନା ଶିଶୁଙ୍କ ପାଇଁ ତାକୁ ନେଇ ପ୍ରଶ୍ନ ଉଠେ । ଏବେ ଶିଶୁଙ୍କ ମାସ୍କ ପିନ୍ଧିବାକୁ ନେଇ ଗାଇଡଲାଇନ୍‌ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ । ନୂଆ ଗାଇଡଲାଇନରେ ଡବ୍ଲ୍ୟୁଏଚଓ କହିଛି ଯେ, ୧୨ ବର୍ଷରୁ ଅଧିକ ବୟସର ଶିଶୁମାନେ ବୟସ୍କଙ୍କ ଭଳି ମାସ୍କ ପିନ୍ଧିବା ଉଚିତ ।
କାରଣ ବୟସ୍କଙ୍କ ଭଳି ସେମାନଙ୍କୁ ମଧ୍ୟ କରୋନାର ବିପଦ ବେଶୀ ରହିଛି । ଶିଶୁମାନେ ସେହି ସବୁ ସ୍ଥାନରେ ମାସ୍କକୁ ନିଶ୍ଚିତ ଭାବେ ବ୍ୟବହାର କରିବା ଆବଶ୍ୟକ ଯେଉଁଠାରେ ସାମାଜିକ ଦୂରତାକୁ ପାଳନ କରାଯାଉ ନାହିଁ । କରୋନା ସଂକ୍ରମଣ ଆଶଙ୍କା ଥିବା ସ୍ଥାନରେ ମଧ୍ୟ ମାସ୍କ ବ୍ୟବହାର କରିବା ଜରୁରୀ । କି;ୁ ୫ ବର୍ଷରୁ କମ୍‌ ବୟସର ଶିଶୁମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ।
ତେବେ ଶିଶୁଙ୍କ ପାଇଁ କୋଭିଡ-୧୯ ଭାଇରସ କେତେ ଘାତକ ସାବ୍ୟସ୍ତ ହେବ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କିଛି କୁହାଯାଇ ନାହିଁ । ତେବେ ସଙ୍ଗଠନ କହିଛି ଯେ, ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ କରୋନା ହେବାର ସମ୍ଭାବନା କମ୍‌ । ୬ରୁ ୧୧ ବୟସର ଶିଶୁମାନେ ସଂକ୍ରମଣ ଆଶଙ୍କା ଥିବା ଓ ଗହଳି ସ୍ଥାନରେ ମାସ୍କ ପିନ୍ଧିବା ଉଚିତ । ଏଥି ବ୍ୟତୀତ ଖେଳିବା ସମୟରେ ଶିଶୁଙ୍କ ମାସ୍କ ଆବଶ୍ୟକ ନାହିଁ କି;ୁ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ଦେଶର ପ୍ରଥମ କରୋନା ଭାକସିନକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଭାରତର ପ୍ରଥମ କରୋନା ଭାକସିନ୍‌ କୋଭିସିଲï ୭୩ ଦିନରେ ବଜାରରେ ଉପଲବ୍ଧ ହେବ ।
ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ସରକାର ନାଗରିକଙ୍କୁ ମାଗଣାରେ ଟିକା ଲଗାଇବେ । ସୂଚନାଯୋଗ୍ୟ, କୋଭିସିଲïକୁ ପୁଣେର ବାୟୋଟେକ୍‌ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୁଛି । ବିଜନେସ ଟୁଡେର ରିପୋର୍ଟ ଅନୁସାରେ, ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, କମ୍ପାନୀକୁ ଟିକା ତିଆରି କରିବା ପାଇଁ ଲାଇସେନ୍ସ ମିଳିଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ଟ୍ରାଏଲ ପ୍ରୋଟୋକଲକୁ ଗତିଶୀଳ କରିଛି । ତେବେ ଭାକସିନର ଟ୍ରାଏଲ ୫୮ ଦିନରେ ଶେଷ ହେବ । କାରଣ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ପ୍ରଥମ ଡୋଜ୍‌ ଶନିବାର ଦିଆଯାଇଛି । ଦ୍ୱିତୀୟ ଡୋଜ୍‌ ଆଉ ୨୯ ଦିନ ପରେ ପ୍ରଦାନ କରାଯିବ ।
ଦ୍ୱିତୀୟ ଡୋଜ୍‌ ଦିଆଯିବାର ୧୫ ଦିନ ପରେ ରିପୋର୍ଟ ସାମ୍ନାକୁ ଆସିବ । ସମସ୍ତ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭିସିଲï ବଜାରରେ ଉପଲବ୍ଧ ହେବ । କୋଭିସିଲï ପରୀକ୍ଷଣ ପ୍ରକ୍ରିୟାକୁ ଏବେ ତ୍ୱରାନ୍ୱିତ କରାଯାଇଛି । ୧୭ଟି ସେଣ୍ଟରରେ ପ୍ରାୟ ୧୬୦୦ଜଣଙ୍କଠାରେ ଏହାର ଟ୍ରାଏଲ କରାଯାଉଛି । ପ୍ରତି କେନ୍ଦ୍ରରେ ଅତି କମରେ ୧୦୦ଜଣଙ୍କ ଉପରେ ଏହାର ପରୀକ୍ଷଣ ହେଉଛି । ସେରମ ଇନଷ୍ଟିଚ୍ୟୁଟ୍‌ ଆଷ୍ଟ୍ରା ଜେନକାଠାରୁ ଭାକସିନ୍‌ ପ୍ରସ୍ତୁତ ପାଇଁ ଅଧିକାର ହାସଲ କରିଛି ।
ସରକାରଙ୍କ ତରଫରୁ ତରଫରୁ ସୂଚନା ମୁତାବକ, ସରକାର ସିଧାସଳଖ ସେରମ ଇନଷ୍ଟିଚ୍ୟୁଟ ଠାରୁ କୋଭିସିଲï ଭାକସିନ୍‌ କ୍ରୟ କରିବେ । ଏହାର ଟିକାକରଣ ମାଗଣାରେ ହେବ । ସରକାର ଜୁନ ୨୦୨୨ ସୁଦ୍ଧା ୬୮ କୋଟି କରୋନା ଭାକସିନ୍‌ କିଣିବେ । ରାଷ୍ଟ୍ରୀୟ ଟିକାକରଣ ମିଶନ ସାରା ଦେଶରେ ଆରମ୍ଭ ହେବ । ଏହାପରେ ସରକାର ଅନ୍ୟ କରୋନା ଭାକସିନ୍‌ ପାଇଁ ଆଇସିଏମଆର ଓ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା କୋଭାକ୍ସିନ୍‌ ଉପରେ ର୍ନିଭର କରିବୋ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌

କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌

Read More...

ବର୍ଷ ଶେଷ ସୁଦ୍ଧା ଆସିବ ଭ୍ୟାକ୍ସିନ

ବର୍ଷ ଶେଷ ସୁଦ୍ଧା ଆସିବ ଭ୍ୟାକ୍ସିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page