କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌

August 23, 2020, ବିଦେଶ, , Anupambharat News Bureau


କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌
Anupambharat News Bureau
August 23, 2020

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କିମ୍‌ ଏବେ କୋମାରେ ଥିବା ଓ ତାଙ୍କ ଭଉଣୀଙ୍କୁ ଶାସନ ହସ୍ତାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ଅଧିକାରୀଜଣଙ୍କ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସହଯୋଗୀ ରହିଥିଲେ ।
ଏହି ଅଧିକାରୀଜଣଙ୍କ ହେଲେ ଚାଙ୍ଗ୍‌ ସନ୍‌ ମିନ୍‌ । ସେ ଦକ୍ଷିଣ କୋରିଆ ଗଣମାଧ୍ୟମରେ ଦାବି କରିଛନ୍ତି, କିମ୍‌ ଜଙ୍ଗ୍‌ ଏବେ କୋମାରେ ରହିଛନ୍ତି । କି;ୁ ସେ ଜୀବିତ ଅଛନ୍ତି । କିମ୍‌ଙ୍କ ବଦଳରେ ଏବେ କ୍ଷମତା ତାଙ୍କ ଉଭଣୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଯଦି କିମ୍‌ ଶାସନ ଗାଦିରୁ ହଟନ୍ତି ତେବେ ଦେଶରେ ବିପର୍ଯ୍ୟୟ ସୃଷ୍ଟି ହେବ । ଚଳିତ ବର୍ଷ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ଆସିଥିଲା । ଏପରିକି ତାଙ୍କର ଦେହାନ୍ତ ହୋଇଥିବା ମଧ୍ୟ କେହି ଦାବି କରିଥିଲେ । ଏପରିକି ତାଙ୍କର ହୃଦୟରେ ଅପରେସନ କରାଯାଇଥିଲା । ନିକଟରେ ମାଇ ଫେଭରେଟ୍‌ ଡିକଫାଟର୍ସର ଲେଖକ କ୍ରିସ୍‌ ମିକୁଲ୍‌ କହିଥିଲେ ଯେ, କିମ୍‌ ଏକଛତ୍ରବାଦୀ ହେଲେ ମଧ୍ୟ ଉଦାର । ସେ ବିଦେଶରେ ପଢୁଥିବା ଛାତ୍ରଙ୍କ ପାଇଁ ଅନେକ କିଛି କରିଛନ୍ତି ।
ଏପରିକି ଦେଶର ନାଗରିକ ମାନଙ୍କ ପାଇଁ ମଧ୍ୟ ଅନେକ କିଛି କରିଛନ୍ତି । ସେ ଅନେକ ସଫଳତା ଅର୍ଜନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏବେ ସେ ଆଣବିକ ଶକ୍ତି ହାସଲ କରିଛନ୍ତି । ସେ ନିଜର ଲକ୍ଷ୍ୟ ହାସଲରେ ମଧ୍ୟ ସଫଳ ବୋଲି ମିକୁଲ୍‌ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଗଣାରେ ମିଳିବ ଭାକ୍‌ସିନ

ମାଗଣାରେ ମିଳିବ ଭାକ୍‌ସିନ

Read More...

କାହା ପାଇଁ ମାସ୍କ କେତେ ଜରୁରୀ ?

କାହା ପାଇଁ ମାସ୍କ କେତେ ଜରୁରୀ ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page