ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ : ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ

August 28, 2020, ଓଡ଼ିଶା, , Anupambharat News Bureau


ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ :  ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ
Anupambharat News Bureau
August 28, 2020

ଭୁବନେଶ୍ୱର, ୨୮ା୮ (ଅନୁପମ ମିଡିଆ): ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଡ଼୍ୟାମ୍‌ର ଉପର ମୁଣ୍ଡରେ ୧୦୧.୨୨ ମିମି ବର୍ଷା ଏବଂ ଡ଼୍ୟାମ୍‌ ର ତଳ ମୁଣ୍ଡରେ ୨୭.୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି ।
ଓଡ଼ିଶାର ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି ।ସୁବର୍ଣ୍ଣରେଖା ନଦୀରେ ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଆଜି ଜଳସ୍ତର ସର୍ବୋଚ୍ଚ ୧୦.୯୬ ମିଟରକୁ ଉଠିଥିଲା । ମାତ୍ର ଦିନ ୨ଟା ସୁଦ୍ଧା ଏହା କମି ୧୦.୮୮ ମିଟରରେ ପ୍ରବାହିତ ହେଉଛି । ଗାଲୁଡିହି ବ୍ୟାରେଜ୍‌ରୁ ଗତକାଲି ୭୫୦୦ କୁ୍ୟସେକ୍‌ ଜଳ ନିଷ୍କାସିତ ହୋଇଥିବା ବେଳେ ଆଜି ଏହା କମି ଆସି ୫୭୫୭ କୁ୍ୟସେକ୍ସ ଜଳ ନିଷ୍କାସିତ ହେଉଛି । ଆଜି ବର୍ଷା ହୋଇନାହିଁ । ଆଶା କରାଯାଉଛି ଜଳସ୍ତର ଆହୁରି କମି କମି ଯିବ ଏବଂ ବନ୍ୟା ପରିସ୍ଥିତିରେ ଅନେକ ସୁଧାର ଆସିବ ।ବୁଢ଼ାବଳଙ୍ଗ ନଦୀରେ ଏନ.ଏଚ-୫ ଗୋବିନ୍ଦପୁରଠାରେ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ଦିନ ୨ଟା ସୁଦ୍ଧା ଜଳସ୍ତର ୭.୭୬ ମିଟରରେ ପ୍ରବାହିତ ହେଉଥିଲା । ଗତକାଲି ଏହାର ଜଳସ୍ତର ବିପଦ ସଙ୍କେତ ଟପି ୮.୪୦ ମିଟରରେ ପ୍ରବାହିତ ହେଉଥିଲା । ଆଜି ଜଳସ୍ତର ଅନେକ କମିଛି ଏବଂ ଏବେ ସ୍ଥିର ଅଛି । ଆଜି ବର୍ଷା ହୋଇନଥିବାରୁ ଏହି ଜଳସ୍ତର ଆହୁରି କମିବ ବୋଲି ଆଶା କରାଯାଉଛି ।ବୈତରଣୀ ନଦୀରେ ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ଆଜି ଦିନ ୨ଟା ସୁଦ୍ଧା ଏଠାରେ ଜଳସ୍ତର ୩୭.୪୬ ମିଟର ପ୍ରବାହିତ ହେଉଥିଲା । ସେହିପରି ଆଖୁଆପଦାରେ ଜଳସ୍ତର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଆଜି ଦିନ ୨ଟା ସୁଦ୍ଧା ଏଠାରେ ପ୍ରବାହିତ ଜଳସ୍ତର ଥିଲା ୧୯.୨୯ ମିଟର । ମାତ୍ର ଗତକାଲି ଆନନ୍ଦପୁରଠାରେ କୌଣସି ନଦୀର ଜଳସ୍ତର ୪୦.୮୩ ମିଟରକୁ ଉଠିନଥିଲାବେଳେ ଆଖୁ୍ରଆପଦାଠାରେ ଏହାର ଜଳସ୍ତର ୨୦.୦୪ ମିଟରକୁ ଉଠିଥିଲା । କ୍ରମଶଃ ଏହାର ଜଳସ୍ତର କମିବାରେ ଲାଗିଛି ଏବଂ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । କେନ୍ଦୁଝର, ଯାଜପୁର, ମୟୁରଭଂଜରେ ଆଉ ବର୍ଷା ହୋଇନଥିବାରୁ ବୈତରଣୀ ନଦୀର ଜଳସ୍ତର କମିବ ବୋଲି ଆଶା କରାଯାଉଛି । ସେହିପିର ବ୍ରାହ୍ମଣୀ ନଦୀରେ ଭଳଭଣ୍ଡାରର ଜଳସ୍ତର ବର୍ତମାନ ସ୍ଥିତିରେ ୧୨୩.୮୫ ମିଟର ଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ୭୫୪୦.୨୦ କୁ୍ୟସେକ୍‌ ଜଳ ପ୍ରବେଶ କରୁଛି । ଏଠାରୁ ୪ଟି ଗେଟ୍‌ ମାଧ୍ୟମରେ ୭୫୪୦.୨୮ କୁ୍ୟସେକ୍‌ ଜଳ ନିଷ୍କାସିତ କରାଯାଉଛି । ମନ୍ଦିରା ଡ୍ୟାମ୍‌ରୁ ୧୭୦୦ କୁ୍ୟସେକ୍‌ ହାରରେ ଜଳ ନିଷ୍କାସନ ଜାରି ରହିଛି ଏବଂ ଏହା ବ୍ରାହ୍ମଣୀ ନଦୀକୁ ପ୍ରବେଶ କରୁଛି ।
ବ୍ରାହ୍ମଣୀ ନଦୀ ଅବବାହିକାରେ ପଙ୍କପାଳ ଠାରେ ଜଳସ୍ତର ବିପଦ ସଂକେତ ୨୫.୦୦ ମିଟର ଥିବା ବେଳେ ଏବେ ସେଠାରେ ୨୩.୪୫ ମିଟରରେ ଜଳ ପ୍ରବାହିତ ହେଉଛି । ଆଜି ପଙ୍କପାଳ ଠାରେ ଏହାର ଜଳସ୍ତର ସର୍ବୋଚ୍ଚ ୨୩.୪୬ ମିଟରକୁ ଛୁଇଁଥିଲା । କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ମୁତାବକ ପଙ୍କପାଳ ଠାରେ ୧୦.୩୩୮.୪୧ କୁ୍ୟସେକ୍‌ ଜଳ ନିଷ୍କାସିତ ହେଉଛି । ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ କମିବାରେ ଲାଗିଛି ।
ମହାନଦୀ ଜଳଭଣ୍ଡାରର ଜଳସ୍ତର ୬୨୫.୨୯ ମିଟରରେ ଅଛି । ବର୍ତମାନ ଜଳଭଣ୍ଡାର ମଧ୍ୟକୁ ୬,୯୦,୧୧୮ କୁ୍ୟସେକ୍‌ ଜଳ ପ୍ରବେଶ କରୁଥିଲା ବେଳେ ଜଳଭଣ୍ଡାର ମଧ୍ୟରୁ ୪,୧୧,୯୮୩ କୁ୍ୟସେକ୍‌ ଜଳ ନିଷ୍କାସିତ ହେଉଛି । ଆଜି ଦିନ ୨ଟା ସୁଦ୍ଧା ୩୬ଟି ଗେଟ୍‌ ଖୋଲାଅଛି । ଜଳଭଣ୍ଡାର ମଧ୍ୟକୁ ସର୍ବାଧିକ ୮ ଲକ୍ଷ କୁ୍ୟସେକ୍‌ ପ୍ରବେଶ କରିବାର ସମ୍ଭାବନା ଅଛି । ଫଳସ୍ୱରୂପ ସର୍ବାଧିକ ୪୨ଟି ଗେଟ୍‌ ଖୋଲାଯାଇପାରେ । ସମୁଦାୟ ନିଷ୍କାସିତ ଜଳରାଶିରୁ ଖଇରମାଳ ଠାରେ ୯,୯୩,୦୦୦ କୁ୍ୟସେକ୍‌, ବରମୂଳଠାରେ ୭,୩୪,୨୫୦ କୁ୍ୟସେକ୍‌ ଏବଂ ମୁଣ୍ଡଳିଠୋାର ୭,୧୧,୦୦୦ କୁ୍ୟସେକ୍‌ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳିଠାରେ ସର୍ବାଧିକ ୧୦,୦୦,୦୦୦ କୁ୍ୟସେକ୍‌ରୁ ୧୦,୫୦,୦୦୦ କୁ୍ୟସେକ୍‌ ଜଳ ନିଷ୍କାସିତ ହେବାର ଆକଳନ

କରାଯାଉଛି ।
ଏହା ହେଉଛି ନଦୀ ମାନଙ୍କର ବନ୍ୟାଜନିତ ସ୍ଥିତି ।
ଆଜି ସୁଦ୍ଧା ବନ୍ୟାଜନିତ କ୍ଷୟକ୍ଷତିର ଆକଳନ : ପ୍ରବଳ ବର୍ଷା ଜନିତ ବନ୍ୟା ପରିସ୍ଥିତିରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢ଼େଙ୍କାନାଳ, ନୂଆପଡ଼ା, ଦେବଗଡ଼ ତଥା ସୋନପୁର ଆଦି ୧୦ଟି ଜିଲ୍ଲାର ୫୪ଟି ବ୍ଲକ୍‌ ଅନ୍ତର୍ଗତ ୧୨୭୬ ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ସମୁଦାୟ କ୍ଷତିଗ୍ରସ୍ତ ହୋଇଥିବା ଲୋକସଂଖ୍ୟା ଏ ପର୍ଯ୍ୟନ୍ତ ୪,୧୫,୮୧୭ ରହିଛି । ୫୫୨ ଟି ଗ୍ରାମର ୩,୮୩,୦୪୬ ଜଣ ଲୋକ ପାଣି ଘେରରେ ରହିଛନ୍ତି ।
ବର୍ତମାନ ପର୍ଯ୍ୟନ୍ତ ପ୍ରାରମ୍ଭିକ ଆକଳନରେ ସମୁଦାୟ କ୍ଷତିଗ୍ରସ୍ତ ହୋଇଥିବା ଘର ସଂଖ୍ୟା, ୨,୭୫୭ ମଧ୍ୟରୁ ୨୭୮ଟି ଘର ସମ୍ପୂର୍ଣ୍ଣ ବା ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛି । ୧୮,୫୩୪ ଜଣ ବନ୍ୟାକ୍ଳିଷ୍ଟ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୧୦୬ଟି ଆଶ୍ରୟସ୍ଥଳୀରେ ରଖାଯାଇଛି । ସମୁଦାୟ ୧,୦୫,୮୮୧ ଟି ପ୍ରାଣୀସମ୍ପଦ କ୍ଷତିଗ୍ରସ୍ତ ହୋଇଛି । ଏହି ବନ୍ୟା ପରିସ୍ଥିତିରେ ୫ଟି ସହରାଂଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବରଗଡ଼, ଯାଜପୁର, ବାଲେଶ୍ୱର, ନୂଆପଡ଼ା ତଥା ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏଁ ସମୁଦାୟ ୫ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ହୀରାକୁଦ ଡ଼୍ୟାମ୍‌ ର ୪୦ ଗେଟ୍‌ ଦେଇ ଜାରୀ ରହିଛି ଜଳ ନିଷ୍କାସନ । ଆଜି ସଂନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଡ଼୍ୟାମ୍‌ ର ୪୦ଟି ସ୍ଲìଇସ୍‌ ଗେଟ୍‌ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ଜାରୀ ରହିଛି । ଦିନ ୪ଟା ସୁଦ୍ଧା ୩୬ଟି ସ୍ଲìଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉ ୪ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ ର ବାମ ପାଶ୍ୱର୍ ଡାଇକ୍‌ ରେ ୨୫ଟି ଓ ଡ଼ାହାଣ ପାଶ୍ୱର୍ ଡାଇକ୍‌ ରେ ୧୫ଟି ଗେଟ୍‌ ଦେଇ ପାଣି ଛଡାଯାଉଛି । ସେହି ସମୟରେ ଡ୍ୟାମ୍‌ ମଧ୍ୟକୁ ପ୍ରତି ସେକେଣ୍ଡରେ ୬ ଲକ୍ଷ ୫୭ ହଜାର ୯୨୧ ଘନଫୁଟ୍‌ ଜଳ ପ୍ରବେଶ କରୁଛି । ସ୍ଲìଇସ୍‌ ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ୬ ଲକ୍ଷ ୧୯ ହଜାର ୮୦୨ ଘନଫୁଟ୍‌ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବର୍ତମାନ ଡ୍ୟାମ୍‌ ର ଜଳସ୍ତର ୬୨୫.୫୮ ଫୁଟ୍‌ ରହିଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାରେ ସାଂସଦଙ୍କ ମୃତୁ୍ୟ

କରୋନାରେ ସାଂସଦଙ୍କ ମୃତୁ୍ୟ

Read More...

ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌

ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page