ସିଆଇଆଇ ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ହେଲେ ନାଲ୍‌କୋର ଡଃ ତପନ କୁମାର ଚାନ୍ଦ

May 10, 2019, ଓଡ଼ିଶା, , Anupambharat News Bureau


ସିଆଇଆଇ ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ହେଲେ ନାଲ୍‌କୋର ଡଃ ତପନ କୁମାର ଚାନ୍ଦ
Anupambharat News Bureau
May 10, 2019

ଭୁବନେଶ୍ୱର, ୧୦ା୫ (ଅନୁପମ ମିଡିଆ): ମଇ ୩ ତାରିଖରେ ବାତ୍ୟା ଫୋନୀ ଦ୍ୱାରା ଓଡ଼ିଶାର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ସାଧିତ ହୋଇଥିଲା । ଅନେକ ସମ୍ପି କ୍ଷୟ ହେବା ସହ ଅନେକ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । ଏପରି ସ୍ଥିତିରେ ଅନେକ ଶିଳ୍ପାସଂସ୍ଥା ଓ ଅନୁଷ୍ଠାନ ସହୟତା ଓ ଥଇଥାନ ପାଇଁ ଆଗେଇ ଆସିଥିବା ବେଳେ କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ୍‌ (ସିଆଇଆଇ) ପକ୍ଷରୁ ଏକ ବାତ୍ୟା ପରିଚାଳନା କମିଟି ଗଠିତ ହୋଇଛି ।
ସିଆଇଆଇର ସାଧାରଣ ସମ୍ପାଦକ ଏକ ପତ୍ର ମାଧ୍ୟମରେ ନବରତ୍ନ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ତପନ କୁମାର ଚାନ୍ଦଙ୍କୁ ଏହି ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷତା କରିବା ପାଇଁ ଅନୁରୋଧ କରିଛନ୍ତି । ଡଃ ଚାନ୍ଦଙ୍କ ସହ ସିଆଇଆଇ (ପୂର୍ବାଞ୍ଚଳ)ର ଆଡ୍‌ମିରାଲ୍‌ ଶ୍ରୀ ଏ.କେ. ବର୍ମା ମଧ୍ୟ ଏହି ବାତ୍ୟା ପରିଚାଳନା କମିଟିରେ କାର୍ଯ୍ୟ କରିବେ । ଏହି ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଡଃ ତପନ କୁମାର ଚାନ୍ଦ ସମସ୍ତ ଶିଳ୍ପାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାମାନଙ୍କୁ ବାତ୍ୟା ପରର୍ବୀ ରିଲିଫ୍‌ ଓ ଥଇଥାନ କାର୍ଯ୍ୟରେ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି । ଷ୍ଟିଅରିଂ କମିଟିର ଏକ ବୈଠକ ମଇ ୧୧ ତାରିଖରେ ନାଲ୍‌କୋ ଭବନ ପରିସରରେ ଅନୁଷ୍ଠିତ ହେବ । ଏହି ବୈଠକରେ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ନବରତ୍ନ କମ୍ପାନୀ ନାଲ୍‌କୋ ପକ୍ଷରୁ ଅଧ୍ୟକ୍ଷ ଡଃ ଚାନ୍ଦଙ୍କ ଦିଗ˜ର୍ଶନରେ ବ୍ୟାପକ ରିଲିଫ୍‌ କାର୍ଯ୍ୟ ଜାରୀ ଅଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝୁମ୍ପୁଡ଼ି କୁଡ଼ିଆରେ ଚାଲିଛି କୁନି ପିଲାଙ୍କ ଭବିଷ୍ୟତ

ଝୁମ୍ପୁଡ଼ି କୁଡ଼ିଆରେ ଚାଲିଛି କୁନି ପିଲାଙ୍କ ଭବିଷ୍ୟତ

Read More...

 ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ?

ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page