ଝୁମ୍ପୁଡ଼ି କୁଡ଼ିଆରେ ଚାଲିଛି କୁନି ପିଲାଙ୍କ ଭବିଷ୍ୟତ

May 10, 2019, ଓଡ଼ିଶା, ନବରଙ୍ଗପୁର, Anupambharat News Bureau


ଝୁମ୍ପୁଡ଼ି କୁଡ଼ିଆରେ ଚାଲିଛି କୁନି ପିଲାଙ୍କ ଭବିଷ୍ୟତ
Anupambharat News Bureau
May 10, 2019

ନବରଙ୍ଗପୁର,୧୦ ।୫(ଅନୁପମ ମିଡ଼ିଆ): ସରକାରଙ୍କ ଯୋଜନା କେବଳ ଯୋଜନାରେ ହିଁ ରହି ଯାଉଛି, ତାହା ବାସ୍ତବ ରୂପ ନେବା ଆଗରୁ ହିଁ ହଜିଯାଉଛି ।
ଏପରି କି ଆମର ଆଗାମୀ ଭବିଷ୍ୟତର ଶିଶୁମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ ଯୋଜନା ମଧ୍ୟ ଚପଳାମି ଶିଶୁ ପାଇ ପାରୁନାହାଁନ୍ତି । ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବା ଓ ଶିକ୍ଷାକୁ ଏକ ଉନ୍ନତମାନର ମାପଦଣ୍ଡରେ ସ୍ଥାନିତ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ସରକାରଙ୍କ ଏହି ଯୋଜନା ସବୁ ମିଛ ଓ ଭାଷଣ ପ୍ରାୟ ଲାଗିବ ।
ଏହାର ଏକ ନଗ ୍ନନମୁନା ଦେଖିବାକୁ ମିଳଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଗୁନାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ । ସରକାରଙ୍କ ତରଫରୁ ଗ୍ରାମାଞ୍ଚଳ ମାନଙ୍କରେ ଛୋଟ ଛୋଟ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଅପପୃଷ୍ଟି ରୋକିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରାଯାଇଛି । କିନ୍ତୁ ଭିତ୍ତିଭୂମି ଅଭାବ ଯୋଗୁଁ କେତେକ ସ୍ଥାନରେ ବିକାଶ ହୋଇପାରୁନଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଗୁନାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସରକାରଙ୍କ ତରଫରୁ ୨୦୦୯ ମସିହାରେ ଜୁନାଗୁଡ଼ାଠାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥପନ ହୋଇଥିଲା । ସ୍ଥାପନ ହେବା ଦିନଠୁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ବାରଣ୍ଡାରେ ପାଠ ପଢ଼ା ଆରମ୍ଭ ହୋଇଥିଲା । ଦୀର୍ଘ ୫ ବର୍ଷ ପରେ ଗାଁ ଲୋକଙ୍କକ ଉଦ୍ୟମରେ ଏକ ଚାଳ ଛପର କୁଡ଼ିଆ ନିର୍ମାଣ କରିଥିଲେ । ବର୍ତ୍ତମାନ ୩୦ ରୁ ଉର୍ଦ୍ଧ୍ୱ ପିଲା ଏହି କନ୍ଦ୍ରରେ ପଢ଼ୁଛନ୍ତି । ବର୍ତ୍ତମାନ ଚାଳଛପର କୁଡ଼ିଆ ଶୋଚନୀୟ ହୋଇ ପଡ଼ିଥିବା ବେଳେ ମାଟିରେ ତିଆରି ଅଧା କାନ୍ଥ ଭୁଶୁଡ଼ି ପଡ଼ିଲାଣି ।
କୌଣସି ପ୍ରକାରରେ ଶୀତ, ଖରାରେ ଚଳି ଯାଉଥିବା ବେଳେ ବର୍ଷା ଦିନେ ଅବସ୍ଥା ଶୋଚନୀୟ ହୋଇପଡ଼େ । ଅଧିକ ବର୍ଷା ହେଲେ କେନ୍ଦ୍ର ଟି ବନ୍ଦ ହୋଇଯାଏ । ଏହି ଭଳି ଅବସ୍ଥା ଦେଖି ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ କେନ୍ଦ୍ରକୁ ପଠାଇବା ପାଇଁ ଅମଙ୍ଗ ପ୍ରକାଶ କରୁଛନ୍ତି । ତେବେ ଅପର ପକ୍ଷରେ ପ୍ରଶାସନ ତରଫରୁ ୨୦୧୭ ଅଙ୍ଗନବାଡ଼ି କେନ୍ଦ୍ର କୋଠା ନିର୍ମାଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ କୋଠାଟି ଛାତ ପଡ଼ି ଅଧାପନ୍ତରିଆରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି । ତେବେ ଏହି ବିଷୟରେ ସ୍ଥାନୀୟ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂଧରୁଆଙ୍କୁ ପଚାରିବାରୁ ଯଥା ଶୀଘ୍ର କାମ ଆରମ୍ଭ କରି ଅସମ୍ପୂର୍ଣ୍ଣ କୋଠାକୁî ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନ୍ୟାୟ ଅପେକ୍ଷାରେ ଜଳିଲା ଜୁଇ, ଲଢ଼େଇରେ ଜୀବନ ହାରିଲେ ଦୁଷ୍କର୍ମ ପୀଡିତା

ନ୍ୟାୟ ଅପେକ୍ଷାରେ ଜଳିଲା ଜୁଇ, ଲଢ଼େଇରେ ଜୀବନ ହାରିଲେ ଦୁଷ୍କର୍ମ ପୀଡିତା

Read More...

ସିଆଇଆଇ ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ହେଲେ ନାଲ୍‌କୋର ଡଃ ତପନ କୁମାର ଚାନ୍ଦ

ସିଆଇଆଇ ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ହେଲେ ନାଲ୍‌କୋର ଡଃ ତପନ କୁମାର ଚାନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page