ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର

November 12, 2020, ଓଡ଼ିଶା, , Anupambharat News Bureau


ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର
Anupambharat News Bureau
November 12, 2020

କେନ୍ଦୁଝର, ୧୨ା୧୧: ଓଡିଶାର ମୁଖ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲାର ଯୋଡା ସହରର ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଚଳିତ ନଭେମ୍ବର ୧୨ ତାରିଖ ଗୁରୁବାର ଦିନ ଭୁବନେଶ୍ୱରଠାରେ କ୍ୟାବିନେଟ ବୈଠକ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୨୦୬.୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କରିଥିଲେ । ଯୋଡା ସହରର ଡିଏଭି ସ୍କୁଲ ନିକଟ ଜାତୀୟ ରାଜପଥ ଜଙ୍କସନଠାରୁ ଯୋଡା-ବାମେବାରୀ ରାସ୍ତାରେ ଯୋଡା ମେଡିକାଲ ପର୍ଯ୍ୟନ୍ତ ଏହି ଫ୍ଲାଇ ଓଭର ନିର୍ମିତ ହେବ । ୧.୧ କିମି ପର୍ଯ୍ୟନ୍ତ ଦୁଇ ଲେନ,୧/୧୦୦ କିମି ଠାରୁ ୩/୮୭୫ କିମି ପର୍ଯ୍ୟନ୍ତ ଫ୍ଲାଇ ଓଭରରେ ୩ ଲେନ୍ ବିଶିଷ୍ଟ ରାସ୍ତା ସହ ସର୍ଭିସ ରୋଡ ଏବଂ ୩/୮୭୫ କିମି ଠାରୁ ୪/୮୭୫ କିମି ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମିତ ହେବ । ସର୍ଭିସ ରୋଡ,ଆପ୍ରୋଚ ରୋଡ ସହିତ ଫ୍ଲାଇ ଓଭରରେ ବୈଦ୍ୟୁତିକ ସୁବିଧା,ଜନସ୍ୱାସ୍ଥ୍ୟ ସୁବିଧା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଉପଲବ୍ଧ ହେବ । ଓଡିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ ଲିଃ (ଓବିସିସିଏଲ୍) ଏହାର ନିର୍ମାଣ ଦାୟିତ୍ୱ ନେଇଛି । ଉକ୍ତ ଫ୍ଲାଇ ଓଭର ହେବା ଦ୍ୱାରା ଖଣିଜ ସଂପଦ ଭରା ଯୋଡା ଅଞ୍ଚଳରେ ଖଣି କାର୍ଯ୍ୟ ଜନିତ ହେଉଥିବା ଉତ୍କଟ ଟ୍ରାଫିକ୍ ସମସ୍ୟାରେ ସୁଧାର ଆସିପାରିବ । ଯୋଡା ଅଞ୍ଚଳରେ ଖଣି କାର୍ଯ୍ୟକଳାପ ଓ ପରିବହନ ଯୋଗୁଁ ହେଉଥିବା ଟ୍ରାଫିକ୍ ସମସ୍ୟା,ଧୂଳି,ଧୂଆଁ ଓ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିବ । ଉକ୍ତ ଫ୍ଲାଇ ଓଭର ହେବା ଫଳରେ ଖଣିଜ ପଦାର୍ଥବାହୀ ଭାରୀଯାନ ଚଳାଚଳ, ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀବାହୀ ଗାଡି ଚଳାଚଳ କ୍ଷେତ୍ରରେ ସୁବିଧା ହୋଇପାରିବ । ଏତଦ୍ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶ ସୁରକ୍ଷା କ୍ଷେତ୍ରରେ ଏହି ପ୍ରକଳ୍ପ ସହାୟକ ହେବା ସହିତ ସାମାଜିକ ଜନଜୀବନର ଉନ୍ନତି କ୍ଷେତ୍ରରେ ସହାୟକ ହୋଇପାରିବ । ଯୋଡା ଓ ବଡବିଲର ଖଣି ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ଅଧିବାସୀଙ୍କ ସମେତ ଜିଲାବାସୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ । ଅନୁରୂପ ଭାବେ ଜିଲାସ୍ତରରେ ଜିଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲଠାରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ,କେନ୍ଦୁଝର ଲୋକସଭା ସଦସ୍ୟା ଇଂ ଚନ୍ଦ୍ରାଣୀ ମୁର୍ମୁ,ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର,ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ,ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ,ଜିଲାପାଳ ଆଶିଷ ଠାକ୍ରେ,ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ଯୋଡାଠାରେ ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ ଏକ ଯୁଗାନ୍ତକାରୀ ଘଟଣା ବୋଲି କହିବା ସହିତ କେନ୍ଦୁଝର ଜିଲାରେ ଖଣି ଅଞ୍ଚଳର ଭିତ୍ତିଭୂମି ବିକାଶର ଏହା ଉଲ୍ଲେଖନୀୟ ପଦକ୍ଷେପ ବୋଲି କହିଥିଲେ ଏବଂ ଏଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗିରଫ ହେଲେ କମେଡି କୁଇନ ଭାରତୀ

ଗିରଫ ହେଲେ କମେଡି କୁଇନ ଭାରତୀ

Read More...

ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page