ଗିରଫ ହେଲେ କମେଡି କୁଇନ ଭାରତୀ

November 21, 2020, ଦେଶ, , Anupambharat News Bureau


ଗିରଫ ହେଲେ କମେଡି କୁଇନ ଭାରତୀ
Anupambharat News Bureau
November 21, 2020

ଅନେକ ବଡ଼ ବଡ଼ କଳାକାରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରି ସାରିଥିବା ବେଳେ ଆଜି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ାଉ କରିଥିଲା ଏନସିବି । ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ରହୁଥିବା ମୁମ୍ବାଇ ସ୍ଥିତ ବାସଭବନରେ ଆଜି ସକାଳେ ଏନସିବି ଚଢଉ କରିବା ପରେ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିବା ଜଣା ପଡ଼ିଛି । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ଅଭିଯୋଗ ହେବା ପରେ ଏନସିବି ତାଙ୍କ ଘରେ ଚଉ କରିଥିଲା । ଏବେ ଗଞ୍ଜେଇ ଜବତ ହେବା ପରେ ପଚରାଉଚରା ପାଇଁ ଦୁହେଁ ଏନସିବି ଅଫିସରେ ପହଞ୍ଚିଛନ୍ତି । ଭାରତୀଙ୍କ ପୂର୍ବରୁ ଅଭିନେତା ଅଜୁର୍ନ ରାମପାଲଙ୍କ ଘରେ ଚଉ କରିଥିଲା ଏନସିବି । ତାଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା ପାଇଁ ଏନସିବି ସମନ ପଠାଇଥିଲା । ତେବେ ଏ ପର୍ଯ୍ୟନ୍ତ ଏନସିବି ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ାଉ କରିସାରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ମନା

ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ମନା

Read More...

ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର

ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page