ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ

November 27, 2020, ଓଡ଼ିଶା, , Anupambharat News Bureau


ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ
Anupambharat News Bureau
November 27, 2020

ଭୁବନେଶ୍ୱର, ୨୭ା୧୧(ଅନୁପମ ମିଡ଼ିଆ): ଆୟବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁଅ ଆକାଶ ବନ୍ଧା ହେବା ପରେ ଜେଲ୍‌ ଯାଇଛନ୍ତି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର ପାଞ୍ଚଟି ଏବଂ ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁନେର ସାତୋଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରିଥିଲା । ବ୍ୟାପକ ଯାଞ୍ଚ ଏବଂ ତଦନ୍ତ ପରେ ଆଇଏଫଏସ ପାଠକଙ୍କ ୯, ୩୫,୪୨,୫୯୪ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ୍‌ ହୋଇଥିଲା । ପାଠକ ଏହି ଟଙ୍କାର ଆୟର କୌଣସି ଠୋସ ପ୍ରମାଣ ଭିଜିଲାନ୍ସକୁ ଦେଇ ପାରିନଥିଲେ । ଫଳରେ ପାଠକ ଏବଂ ତାଙ୍କ ପୁଅ ଆକାଶକୁ ଭିଜିଲାନ୍ସ ଗିରଫ କରିଥିଲା । ଶୁକ୍ରବାର ପାଠକ ବାପ-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ୍‌ ଖାରଜ ହେବା ପରେ କୋର୍ଟ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଭିଜିଲାନ୍ସ ପକ୍ଷରୁ ରିମାଣ୍ଡରେ ନେବା ଲାଗି ହୋଇଥିବା ଆବେଦନ କୋର୍ଟ ମଞ୍ଜୁର କରିନଥିବା ଜଣାପଡ଼ିଛି । କୋର୍ଟରେ ହାଜର ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଗତ ତିନିଦିନ ହେଲା ଅଭୟକାନ୍ତଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍‌ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ସମ୍ପତ୍ତି ଯାଞ୍ଚ କରିଥିଲା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଭିଜିଲାନ୍ସର ଚଢାଉ ସମୟରେ ଅଭୟକାନ୍ତ ପାଠକଙ୍କର ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା ନଗଦ ,୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା । ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରେ ୯.୪ କୋଟି ଟଙ୍କା ଜମା ହୋଇଥିବା ଜଣାପଡିଥିଲା । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ
ଜମାହୋଇଛି । ପୁଅ ଆକାଶ ନାଁରେ ମର୍ସିଡିଜ, ବିଏମଡବ୍ଲୁ, ଟାଟା ହାରିୟର ଭଳି ୩ଟି ଦାମୀ ଗାଡି ରହିଛି । ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି । ଅପରପକ୍ଷରେ ଅଭୟକାନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ କିଛି ବି ଠକେଇ ହୋଇନି । ସବୁ ଠିକ ଅଛି, ତାଙ୍କ ପୁଅର ମାସିକ ଦରମା କୋଟିଏ ଟଙ୍କା । ଅନ୍ୟପକ୍ଷେ ଘରୋଇ ବ୍ୟାଙ୍କରେ ହୋଇଥିବା ବିପୁଳ ଜମା, ଟିଏମ୍‌ କାର୍ଡ଼ ମାଧ୍ୟମରେ ହୋଇଥିବା କାରବାର ଏବଂ ଚାର୍ଟର ବିମାନରେ ଗସ୍ତ ଖର୍ଚ୍ଚ ଭୁବନେଶ୍ୱର ଏକ ଡ୍ରାଭେଲ ଏଜେନ୍ସି ମାଧ୍ୟମରେ ହୋଇଥିବାରୁ ଏହାର ଖୋଳତାଡ଼ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏଥିସହିତ ଆୟକର ଦାଖଲ ସହ ଅନ୍ୟ କ୍ଷେତ୍ରରେ ନିବେଶକୁ ମଧ୍ୟ ଯାଞ୍ଚ ପରିସରକୁ ଅଣାଯାଇଛି । ତଦନ୍ତର ବ୍ୟାପକ କ୍ଷେତ୍ର ରହିଥିବାରୁ ୨୦ ଜଣିଆ ସ୍ୱତନ୍ତ୍ର ତଦନ୍ତ ଟିମ୍‌ ଗଠିତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଜବତ ହୋଇଥିବା ମୋବାଇଲ ଏବଂ କମ୍ପୁ୍ୟଟରର ବିଭିନ୍ନ ତଥ୍ୟ ଯାଞ୍ଚ ଲାଗି ଫରେନ୍ସିକ ଟିମ୍‌ର ସହାୟତା ଲଡ଼ାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ

ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ

Read More...

ଲାଞ୍ଚ କାରବାରରେ ଭାରତ ନମ୍ବର ୧

ଲାଞ୍ଚ କାରବାରରେ ଭାରତ ନମ୍ବର ୧

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page