ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ

November 27, 2020, ଓଡ଼ିଶା, , Anupambharat News Bureau


ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ
Anupambharat News Bureau
November 27, 2020

ଭୁବନେଶ୍ୱର, ୨୭ା୧୧(ଅନୁପମ ମିଡ଼ିଆ): ପରୀ ପାଇଁ ପୁଣି ଆଜି ବିଧାନସଭା ଅଚଳ । କ୍ରମାଗତ ତୃତୀୟ ଦିନ ପାଇଁ ସମ ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଦେଖା ଦେଇଥିଲା । ଆଜିର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ମୁଲତବୀ ପ୍ରସ୍ତାବ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇନଥିଲା । ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବୈଠକ ଆରମ୍ଭରୁ ହେବାର ଥିଲେ ହେଁ ତାହା ମଧ୍ୟହୋଇ ପାରି ନଥିଲା । ଗୃହର ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଓ ଚେୟାର ମ୍ୟାନ ପାଞ୍ଚ ଥର ଗୃହକୁ ମୁଲତବୀ ରଖିଥିଲେ । ତେବେ ଏଥିରେ କିଛି ଉନ୍ନତି ନହେବାରୁ ଶନିବାର ସକାଳ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଆଜି ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ମଧ୍ୟଭାଗକୁ ଚାଲି ଆସି ପରୀ ହତ୍ୟା ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପରୋକ୍ଷ ସମ୍ପୃକ୍ତି ଥିବା ନେଇ ତାଙ୍କୁ ବହିଷ୍କାର ଓ ତଦନ୍ତ ଦାବି କରି ହୋହଲ୍ଲା କରିଥିଲେ । ଏଥିରୁ ନିବୃତ ରହିବାକୁ ଉଭୟ ବାଚସ୍ପତି ଓ ଚେୟାରମ୍ୟାନ ଅନୁରୋଧ କରିଥିଲେ ହେଁ ଏଥିରୁ କୌଣସି ଲାଭ ମିଳି ନଥିଲା । ଗୃହ କିପରି ସୁରୁଖୁରୁରେ ଚାଲିପାରିବ ସେଥି ନେଇ ବାଚସ୍ପତି ତାଙ୍କ ଚ୍ୟାମ୍ବରରେ ଏକ ସର୍ବ ଦଳୀୟ ବୈଠକ ଡାକିଥିଲେ । ତେବେ ସର୍ବ ଦଳୀୟ ବୈଠକ ପରେ ମଧ୍ୟ ଗୃହ ସ୍ୱଭାବିକ ହୋଇ ପାରିନଥିଲା । ବିେରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି କରିଥିଲେ । ସେହିଭଳି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ, ପରୀ ଘଟଣା ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଛି । ମନ୍ତ୍ରୀଙ୍କ ଇସ୍ତଫା ସବୁ ଆଡେ ଦାବି କରାଯାଉଛି । ମନ୍ତ୍ରୀଙ୍କ ନିରପେକ୍ଷ ତଦନ୍ତ ପାଇଁ ଆମେ ଏସଆଇଟି ଦାବି କରୁଛୁ । ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ବାଚସ୍ପତିଙ୍କୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଏହା ଉପରେ ବକ୍ତବ୍ୟ ରଖିବେ । ତେଣୁ ଶୃଙ୍ଖଳା ବଜାୟ ରଖାଯାଉ ।ବାଚସ୍ପତି କହିଥିଲେ ଯେ, ଆଜି ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚଦାବି ରହିଛି । ଆପଣ ମାନେ ନିଜ ଆସନକୁ ଯାଆ;ୁ । ମୁଖ୍ୟମନ୍ତ୍ରୀ ଦାବି ଉପରେ କିଛି ମନ୍ତବ୍ୟ ରଖିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କହିଥିଲେ ଯେ, ପରୀ ଘଟଣା ତାଙ୍କୁ ମର୍ମାହତ କରିଛି । ଏହି ଘଟଣା ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିଲେ ହେଁ ବିରୋଧୀ ଦଳ ଯେଉଁ ଦାବି କରିଛନ୍ତି ସେ ଦାବି ଅନୁଯାୟୀ ଯଦି ଆବଶ୍ୟକ ହୁଏ ତେବେ ଏହି ମାମଲାର ଏସଆଇଟି ଯାଞ୍ଚ କରା ଯିବ । ତାଙ୍କ ସରକାର ଆଇନକୁ ସମ୍ମାନ ଦିଏ । ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି । ବିରୋଧୀ ଦଳର ସଦସ୍ୟ ମାନେ ଏଥିରେ ସ;ୁଷ୍ଟ ହୋଇ ନ ଥିଲେ । ବିଜେପି ବିଧାୟକ ମାନେ କହିଥିଲେ ଯେ ମନ୍ତ୍ରୀଙ୍କୁ ବହିଷ୍କାର କରା ଯାଉ ଓ ସିବିଆଇ ଯାଞ୍ଚ କରାଯାଉ । ଅନ୍ୟପକ୍ଷେ ଗୃହର ଦ୍ୱିତୀୟାର୍ଦ୍ଧ ବୈଠକରେ ମଧ୍ୟ ସମ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଜେପି
ଦଳର ସଦସ୍ୟ ମାନେ ନିଜ ଦାବିରେ ଅଟଳ ରହି ଗୃହ ଭିତରେ ନାରାବାଜୀ କରିବା ସହ କାଗଜ ଚିରି ପୋଡିୟମ ଉପରକୁ ଫିଙ୍ଗିବାର ଦେଖା ଦେଇଥିଲା । ଏହି ସମୟରେ କଂଗ୍ରେସ ସଭ୍ୟ ମାନେ ଗୃହରେ ଅନୁପସ୍ଥିତ ଥିବାର ଦେଖାଯାଇଥିଲା । ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଦୁଇ ଥର ମୁଲତବୀ ଘୋଷଣା କରିଥିଲେ । ତେବେ ପରବର୍ତ୍ତୀ ସମୟରେ ମଧ୍ୟ ଗୃହକାର୍ଯ୍ୟ ସ୍ୱାଭାବିକ ନହେବାରୁ ଆସନ୍ତା କାଲି ସାଢ଼େ ୧୦ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡିସେମ୍ବର୧ରୁ ଖୋଲିବ ସବୁ ମେଡିକାଲ କଲେଜ

ଡିସେମ୍ବର୧ରୁ ଖୋଲିବ ସବୁ ମେଡିକାଲ କଲେଜ

Read More...

ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ

ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page