ଡିସେମ୍ବର୧ରୁ ଖୋଲିବ ସବୁ ମେଡିକାଲ କଲେଜ

November 27, 2020, ଓଡ଼ିଶା, , Anupambharat News Bureau


ଡିସେମ୍ବର୧ରୁ ଖୋଲିବ ସବୁ ମେଡିକାଲ କଲେଜ
Anupambharat News Bureau
November 27, 2020

ଭୁବନେଶ୍ୱର, ୨୭ା୧୧(ଅନୁପମ ମିଡ଼ିଆ): ଓଡ଼ିଶାର ସମସ୍ତ ମେଡିକାଲ କଲେଜ ଆସନ୍ତା ଡିସେମ୍ବର ୧ରୁ ଖୋଲିବ । ନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍‌ , ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍‌ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରାଯାଇଛି । ତେବେ କରୋନା କଟକଣା ସହ ମାର୍ଗଦର୍ଶିକା ମାନି କଲେଜ ଖୋଲିବାକୁ ସମସ୍ତ ମେଡିକାଲ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କଲେଜ ଖୋଲାଯାଉଥିବା ନେଇ
ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ କଲେଜର ମୁଖ୍ୟମାନଙ୍କୁ ଅବଗତ କରାଯାଇଛି । ସୂଚନା ଥାଉ କି କରୋନା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମେଡିକାଲ କଲେଜରେ ଶିକ୍ଷାଦାନକୁ ବନ୍ଦ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ସୁରକ୍ଷା ଦେବା ଅଦାଲତଙ୍କ ଦାୟିତ୍ୱ

ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ସୁରକ୍ଷା ଦେବା ଅଦାଲତଙ୍କ ଦାୟିତ୍ୱ

Read More...

ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ

ପରୀ ପାଇଁ ବିଧାନସଭା ଅଚଳ, ଏସଆଇଟି ଯାଞ୍ଚ କରାଯିବ କହିଲେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page