ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

December 03, 2020, ଦେଶ, , Anupambharat News Bureau


ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି
Anupambharat News Bureau
December 03, 2020


ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଗୁରୁବାର ବିନା ସବସିଡି ଗ୍ୟାସ୍‌ ମୂଲ୍ୟ ବୃଦ୍ଧି କରିଛନ୍ତି । ଫଳରେ ସାରା ଦେଶରେ ବିନା ସବସିଡି ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି । ଦୀର୍ଘ ୫ ମାସ ପରେ ଆଇଓସି ଏହି ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି ।
କମ୍ପାନୀ ଶେଷ ଥର ଜୁଲାଇ ମାସରେ ଗ୍ୟାସ୍‌ ଦର ପରିବର୍ତ୍ତନ କରିଥିଲେ । ଏହା ପୂର୍ବରୁ ପ୍ରତିମାସରେ ଗ୍ୟାସ୍‌ ଦର ନିର୍ଦ୍ଧାରିତ ହେଉଥିଲା । ଆଇଓସିଙ୍କ ଅନୁସାରେ ଗ୍ୟାସ୍‌ ମୂଲ୍ୟ ରାଜ୍ୟ ସଞ୍ଚାଳିତ ତୈଳ କମ୍ପାନୀମାନେ ନିର୍ଦ୍ଧାରିତ କରନ୍ତି । କୋଭିଡ-୧୯ ମହାମାରୀ ଲାଗି ରାଜ୍ୟ ସଞ୍ଚାଳିତ ତୈଳ କମ୍ପାନୀ ଏବେ ଗୁରୁତର ଚାପରେ ଅଛନ୍ତି । ଏଣୁ ଡିସେମ୍ବର ମାସରେ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । କୋଭିଡ ଯୋଗୁ ଗତ ସେପେଫମ୍ବର ମାସରୁ ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡରରେ କମ୍ପାନୀମାନେ ସବସିଡି ସମାପ୍ତ କରିଦେଇଛନ୍ତି । ବିନା ସବସିଡି ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି ପରେ ଦିଲ୍ଲୀରେ ପ୍ରତି ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡର ପିଛା ମୂଲ୍ୟ ୬୪୪ ଟଙ୍କାରେ ପହଞ୍ଚିଛି । ସେହିପରି ପଶ୍ଚିମବଙ୍ଗରେ ଏପରି ଗ୍ୟାସର ଦର ୬୭୦ ଟଙ୍କା ୫୦ ପଇସାରେ ମିଳିବାକୁ ଥିବା ବେଳେ ମୁମ୍ବାଇରେ ଏବେ ୬୪୪ ଟଙ୍କା ଦରରେ ଉପଲବ୍ଧ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାତ ଦଫା ଦାବି ରଖିଲେ କୃଷକ ସଂଗଠନ

ସାତ ଦଫା ଦାବି ରଖିଲେ କୃଷକ ସଂଗଠନ

Read More...

ତାମିଲନାଡ଼ୁରେ ପୁଣି ବାତ୍ୟା ‘ବୁରେଭିର’

ତାମିଲନାଡ଼ୁରେ ପୁଣି ବାତ୍ୟା ‘ବୁରେଭିର’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page