ସାତ ଦଫା ଦାବି ରଖିଲେ କୃଷକ ସଂଗଠନ

December 03, 2020, ଦେଶ, , Anupambharat News Bureau


ସାତ ଦଫା ଦାବି ରଖିଲେ କୃଷକ ସଂଗଠନ
Anupambharat News Bureau
December 03, 2020


ନୂଆଦିଲ୍ଲୀ: ୩ କୃଷି ନିୟମ ବିରୋଧରେ ପଞ୍ଜାବ ଓ ହରିୟାଣାର କୃଷକ ଦିଲ୍ଲୀ ବର୍ଡରରେ ଡେରା ପକାଇଛନ୍ତି । ସଂସଦରେ ସରକାର ଆଣିଥିବା ୩ କୃଷି ନିୟମକୁ ରଦ୍ଦ କରିବା ପାଇଁ କୃଷକମାନେ ଦାବି କରିଛନ୍ତି । କୃଷକଙ୍କୁ ଅନ୍ୟ ରାଜ୍ୟର କୃଷକମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହି ପରିସ୍ଥିତିରେ ସରକାର ଯଥାଶୀଘ୍ର ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଗରେ ନିଜର ଦାବିକୁ ଲିଖିତ ଆକାରରେ ଜଣାଇଛି କୃଷକ ସଂଗଠନ । ଗତ ସପ୍ତାହରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ପଞ୍ଜାବ ଓ ହରିୟାଣା କୃଷକମାନଙ୍କ ସହ ଅନ୍ୟ ସଂଗଠନ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେପଟେ ପରିବହନ ସଂଗଠନ ଘୋଷଣା କରିଛି ଯେ ଯଦି ସରକାର କୃଷକମାନଙ୍କ ଦାବି ୨ ଦିନ ମଧ୍ୟରେ ନଶୁଣନ୍ତି ତେବେ ଦିଲ୍ଲୀରେ ସବୁ ଟ୍ରକ୍‌ ଓ ଟ୍ୟାକ୍ସି ବନ୍ଦ କରିଦିଆଯିବ ।
ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଫନ ଅମରିନ୍ଦର ସିଂହଙ୍କ ସହ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଅମିତ ଶାହା ଆଲୋଚନା ଜାରି ରଖିଛନ୍ତି । । କୃଷକମାନଙ୍କ ସମର୍ଥନରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ ।ଆନ୍ଦୋଳନ ସ୍ଥଳରେ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ପଞ୍ଜାବ ଓ ହରିୟାଣାର କୃଷକ ଆନ୍ଦୋଳନ କରୁଥିବା ବେଳେ ପରିବାରର ଛୋଟ ଛୋଟ ପିଲା ମଧ୍ୟ ସାମିଲ ହୋଇଛନ୍ତି । ଦିନ ସାରା ଖାଦ୍ୟ ପ୍ରସ୍ତୁତିରେ ସହାୟତା କରୁଥିବା ବେଳେ ପାଠ ମଧ୍ୟ ପଢ଼ୁଛନ୍ତି ଛୋଟ ପିଲା ।
ଟ୍ରାକଫର ଟ୍ରଲିରେ ବସି ଅନଲାଇନ୍‌ କ୍ଲାସ କରିବା ପରେ ଆନ୍ଦୋଳନରେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳିଛି । ପିଲାମାନେ ଆନ୍ଦୋଳନ ସ୍ଥାନକୁ ଆସିବାର ସ୍ପଷ୍ଟ କାରଣ ଜଣାପଡ଼ିନଥିବା ବେଳେ ଯାହା ବି ହେଉ ପରିବାର ସହ ଛିଡ଼ା ହେବା କର୍ତ୍ତବ୍ୟ ବୋଲି ସେମାନେ କହିଛନ୍ତି । କୃଷକମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପରିବାର ସହ ରହିବେ ବୋଲି କିଛି ପିଲା କହିଛନ୍ତ । ସେପଟେ ବର୍ଡରରେ ନେଟୱାର୍କ ମିଳୁନଥିବା ବେଳେ ଅନଲାଇନ୍‌ କ୍ଳାସ କରିବାରେ ଅସୁବିଧା ହେଉଛି ବୋଲି କିଛି ଛାତ୍ର ଅଭିଯୋଗ କରିଛନ୍ତି ।
ଚାଷରେ ପରିବାରକୁ ସହାୟତା କରେ । ଆଗକୁ ଆମକୁ ଚାଷ କାମ ବୁଝିବାକୁ ପଡ଼ିବ । କରୋନା କାଳରେ ପାଠ ପଢ଼ା ତ ଗୋଟିଏ ପ୍ରକାର ବନ୍ଦ ରହିଛି । ଏବେ ପରିବାର ଓ ନିଜ ଚାଷ ପାଇଁ ଏଠାକୁ ଆସିଛି । ଆମ ପାଠ ପଢ଼ାକୁ ନେଇ ଏତେ ଚିନ୍ତା ଯଦି ସରକାର ଆମ ଦାବି ପୂରଣ କର;ୁ ବୋଲି ଛାତ୍ରମାନେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟାଟା ପାୱାର ହାତକୁ ଯିବ େୱସ୍କୋ ଓ ସାଉଥକୋ

ଟାଟା ପାୱାର ହାତକୁ ଯିବ େୱସ୍କୋ ଓ ସାଉଥକୋ

Read More...

ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page