୮ରେ ‘ଭାରତ ବନ୍ଦ’ ଡାକରା

December 04, 2020, ଦେଶ, , Anupambharat News Bureau


୮ରେ ‘ଭାରତ ବନ୍ଦ’ ଡାକରା
Anupambharat News Bureau
December 04, 2020

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ କୃଷକ ନେତାମାନେ ଆସନ୍ତା ମଙ୍ଗଳବାରଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହା ସହିତ ସରକାରଙ୍କ ସହିତ ଆଲୋଚନା ବିଫଳ ହେଲେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଆଯିବ ଓ ଖାଦ୍ୟ ଓ ଜରୁରୀ ସାମଗ୍ରୀର ଯୋଗାଣକୁ ବନ୍ଦ କରିଦିଆଯିବ ବୋଲି କୃଷକନେତାମାନେ ଧମକ ଦେଇଛନ୍ତି । କେବଳ ରାଜଧାନୀ ଦିଲ୍ଲୀ ନୁହେଁ, ଭାରତ ବନ୍ଦ ଦିନ ସମଗ୍ର ଦେଶରେ ଥିବା ରାଜପଥଗୁଡ଼ିକୁ ବନ୍ଦ କରିଦିଆଯିବ । ଟୋଲଗେଟ୍‌ ଗୁଡ଼ିକୁ ବନ୍ଦ କରିଦିଆଯିବ ଯେପରିକି ସରକାର ଟିକସ ସଂଗ୍ରହ କରିପାରିବେ ନାହିଁ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି ) ସମ୍ପର୍କରେ କୃଷକମାନଙ୍କର ଦାବି ଉପରେ ବିଚାର କରୁଛନ୍ତି । ଏମଏସପି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେଉ ବୋଲି ସରକାର ଚାହାନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ସେ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଏହି ଆନ୍ଦୋଳନ ପ୍ରତ୍ୟାହାର ଦାବି କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀକୁ ଜରୁରୀକାଳୀନ ସାମଗ୍ରୀ ଯୋଗାଣ, ମେଡିକାଲ ସେବା ପ୍ରଭାବିତ ହେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଗତକାଲି ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ହୋଇଥିବା ୪ର୍ଥ ପର୍ଯ୍ୟାୟ ଆଲୋଚନାରେ କେତେକ ସକାରାତ୍ମକ ଫଳ ମିଳିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ଆସନ୍ତା କାଲି ପୁଣି ଥରେ ଆଲୋଚନା ହେବ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା

ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା

Read More...

ଟାଟା ପାୱାର ହାତକୁ ଯିବ େୱସ୍କୋ ଓ ସାଉଥକୋ

ଟାଟା ପାୱାର ହାତକୁ ଯିବ େୱସ୍କୋ ଓ ସାଉଥକୋ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page