ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା

December 04, 2020, ଓଡ଼ିଶା, , Anupambharat News Bureau


ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା
Anupambharat News Bureau
December 04, 2020


ଭୁବନେଶ୍ୱର, ୪ା୧୨ (ଅନୁପମ ମିଡିଆ): ­ ଆସନ୍ତା ଜାନୁଆରୀ ୧୫ ରେ ୨୦୨୧ ବର୍ଷ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହାସହ ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୫ ଓ ୬ ତାରିଖରେ ସ୍ୱତନ୍ତ୍ର ଅଭିଯାନ ହେବ । ଏହି ୨ ଦିନ ପ୍ରତ୍ୟେକ ବୁଥ୍‌ ରେ ମତଦାନ କେନ୍ଦ୍ର ଗୁଡିକରେ ବିଏଲଓ ମାନେ ଭୋଟର ଲିଷ୍ଟ ଓ ଫର୍ମ ସହ ଉପସ୍ଥିତ ରହିବେ । ଭୋଟରମାନେ ଚାହିଁଲେ ନିଜ ନାମ ଭୋଟର ଲିଷ୍ଟରେ ଦେଖିପାରିବେ ଏବଂ କିଛି ତ୍ରୁଟି ଥିଲେ ଆବଶ୍ୟକ ଫର୍ମ ପୂରଣ କରି ଆବେଦନ କରିପାରିବେ ବୋଲି ସିଇଓ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଭୋଟର ତାଲିକା ସଂଶୋଧନ ପାଇଁ ଡିସେମ୍ବର ୧୫ ରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଯେତେସବୁ ଆବେଦନ ଆସିଥିବ ତାହାର ଯାଞ୍ଚ କରାଯିବ । ୧୫ ତାରିଖରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଲୋହାନୀ କହିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଉଭୟ ଅନଲାଇନ ଓ ଅଫ୍‌ ଲାଇନରେ ଭୋଟର ନିଜ ନାମକୁ ସଂଶୋଧନ କରିପାରିବେ । ଯଦି ଭୋଟର ତାଲିକାରେ ଆପଣଙ୍କ କୌଣସି ଭୁଲ ରହିଛି ତେବେ ଆପଣ ନିଜ ସମ୍ପର୍କରେ କୌଣସି ତଥ୍ୟ ଯୋଡିବାକୁ ଫର୍ମ ନଂ ୬, ନାମ କାଟିବାକୁ ଫର୍ମ ନଂ ୭ ଏବଂ ସଂଶୋଧନ କରିବାକୁ ଫର୍ମ ନଂ ୮ ରେ ଆବେଦନ କରିପାରିବେ । ଭୋଟର ତାଲିକାରେ ନାମ ଯୋଡିବାକୁ ନିଜର ବାସସ୍ଥାନର ପ୍ରମାଣ ଦେଇ ଆବେଦନ କରିବାକୁ ପଡିବ । ଅନଲାଇନ କିମ୍ବା ବୁଥ୍‌ ସ୍ତରରେ ମଧ୍ୟ ଆବେଦନ ହୋଇପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରୀ ହତ୍ୟା ମାମଲା:  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ

ପରୀ ହତ୍ୟା ମାମଲା: ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ

Read More...

୮ରେ ‘ଭାରତ ବନ୍ଦ’ ଡାକରା

୮ରେ ‘ଭାରତ ବନ୍ଦ’ ଡାକରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page