କେଉଁ ସରକାର ଜୟ କିଷାନର ମୂଲ୍ୟ ମାନୁନାହାନ୍ତି

December 06, 2020, ଓଡ଼ିଶା, , Anupambharat News Bureau


କେଉଁ ସରକାର ଜୟ କିଷାନର ମୂଲ୍ୟ ମାନୁନାହାନ୍ତି
Anupambharat News Bureau
December 06, 2020


ଭୁବନେଶ୍ୱର, ୬ା୧୨(ଅନୁପମ ମିଡ଼ିଆ): ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରସିଦ୍ଧ ବାଣୀ ଥିଲା ଜୟ ଜବାନ ଜୟ କିଷାନ । ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଥିରେ ଆଉ ଦୁଇଟି ଶବ୍ଦ ଯୋଗ କଲେ । ଜୟ ଜବାନ ଜୟ କିଷାନ ଜୟ ବିଜ୍ଞାନ । ମାତ୍ର କୌଣସି ସରକାର ଜୟ କିଷାନର ମୂଲ୍ୟ ମାନିବାକୁ ନାରାଜ । ସେଥିପାଇଁ ରାଜଧାନୀ ଦିଲ୍ଲୀରେ ଚାଲିଛି ମହା କୃଷକ ଆନ୍ଦୋଳନ । ଗତ ଦଶନ୍ଧି ମଧ୍ୟରେ ଏପରି କୃଷକ ଆନ୍ଦୋଳନ ଦେଖା ଯାଇନଥିଲା ।
କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଦେଶର କୃଷକ ମାନେ ଆଜିକୁ ୧୧ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ତାହା ପୁଣି ବିଶ୍ୱ ମହାମାରୀ କରୋନାର ଆତଙ୍କ ଚାଲିଥିବା ବେଳେ । କୃଷକ ମାନେ ଆସନ୍ତା ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାର ନୂଆ କୃଷି ନୀତିରେ ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି) ବ୍ୟବସ୍ଥାକୁ ପ୍ରତ୍ୟାହାର କରିଥିବା ପ୍ରତିବାଦରେ କୃଷକ ମାନେ ଆନ୍ଦୋଳନ ଚଳାଇଥିଲା ବେଳେ ସରକାର ସେମାନଙ୍କ ସହ ୧୧ ଦିନ ମଧ୍ୟରେ ୫ଥର ଆଲୋଚନା କରିଛନ୍ତି । ଆଲୋଚନା ଏ ଯାଏ ସଫଳ ହୋଇନଥିବାରୁ ପୁଣି ଆସନ୍ତା ୯ ତାରିଖରେ ୬ଷ୍ଠ ପର୍ଯ୍ୟାୟ ଆଲୋଚନା ହେବ । ୫ତାରିଖରେ ପ୍ରଧାନମନ୍ତ୍ରୀ ନିଜେ ସ୍ଥିତିର ସମୀକ୍ଷା କରିଛନ୍ତି ।
ଏମ୍‌ଏସ୍‌ପି ବ୍ୟବସ୍ଥା କାଏମ ରହିବ ବୋଲି ସରକାର ଘୋଷଣା କଲା ପରେ ମଧ୍ୟ କୃଷକ ମାନେ ସେଥିରେ ଖୁସି ନୁହନ୍ତି । ସେମାନଙ୍କ ଦାବି ହେଉଛି ସମ୍ପୂର୍ଣ୍ଣ ଆଇନ ପ୍ରତ୍ୟାହାର । ସରକାର ପ୍ରତ୍ୟେକ କ୍ଷେତ୍ରରେ ମୁଲ୍ୟ ସ୍ଥିର କରିଛନ୍ତି । ବିମାନ ଟିକଟ, ରେଳ ଓ ବସ ଭଡ଼ା, ସ୍କୁଲ ଫି’, ମେଡିକାଲ ବ୍ୟୟ ସବୁକିଛି ସରକାରଙ୍କ ଦ୍ୱାରା ସ୍ଥିର ହୋଇଛି ତେବେ ଦେଶର ମେରୁଦଣ୍ଡ କୃଷକଙ୍କ ଉପିାଦିତ ଦ୍ରବ୍ୟ ପାଇଁ ଏମ୍‌ଏସ୍‌ପି ସ୍ଥିର ହେବ ନାହିଁ କାହିଁକି? ନିଜ ଉପିାଦିତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ଏତିକି ମୂଲ୍ୟ ମିଳିବ ବୋଲି ନିଶ୍ଚିତ ହେବା ପରେ କୃଷକ କୃଷି କ୍ଷେତ୍ରକୁ ଯିବାକୁ ରାଜି ହେବ । ଏହି ମୌଳିକ ପ୍ରସଙ୍ଗକୁ କୌଣସି ସରକାର ମାନିବାକୁ ନାରାଜ । ଭାରତ ଏକ କୃଷି ପ୍ରଧାନ ଦେଶ ବୋଲି ପ୍ରାଥମିକ ଶ୍ରେଣୀରୁ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ମାତ୍ର କୃଷକଙ୍କ ଉନ୍ନତି ପାଇଁ କିଛି କରାଯାଉନାହିଁ । କୃଷି କ୍ଷେତ୍ରକୁ ସବୁ ସରକାର ଅଣହେଳା କରିଛନ୍ତି । ପିଆଜ ଏବେ ମଧ୍ୟ ବିଦେଶରୁ ଆମଦାନୀ କରାଯାଉଛି । ବିଦେଶରୁ ତେଲ ଆମଦାନୀ କରାଯାଉଛି । ତେଲ ପାଇଁ ଆବଶ୍ୟକ ପାମ ଚାଷ ଏଠାରେ ହେଉନାହିଁ । କେନ୍ଦ୍ର ସରକାର ବ୍ୟତୀତ ରାଜ୍ୟ ସରକାର ମାନେ ମଧ୍ୟ କୃଷକଙ୍କ ନାର୍ଯ୍ୟ ଦାବି ପ୍ରତି ଆଖିବୁଜି ଦେଇଛନ୍ତି । ପଞ୍ଜାବ, ହରିୟାନା, ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡ଼ୁ କେରଳ ପରି ରାଜ୍ୟରେ ସେଠାକାର ସରକାର କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେଉଥିବାରୁ ସେଠାକାର କୃଷକ ଉନ୍ନତ ପ୍ରଣାଳୀରେ ଚାଷ କରିପାରୁଛନ୍ତି । ମାତ୍ର ଓଡ଼ିଶା ପରି ରାଜ୍ୟରେ ଆଳୁ ଠାରୁୂ ଆରମ୍ଭ କରି ପିଆଜ ପର୍ଯ୍ୟନ୍ତ ସବୁକିଛି ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଦିଲ୍ଲୀରେ ଚାଲିଥିବା ମହା କୃଷକ ଆନ୍ଦୋଳନରେ ଏ ଯାବତ ତିନି ଜଣଙ୍କର ପ୍ରାଣ ଯାଇଛି । ଆଉ ଅଧିକ ଜୀବନ ଯିବା ପୁର୍ବରୁ ସରକାର କୃଷକଙ୍କ ନାର୍ଯ୍ୟ ଦାବି ମାନି ନେବା ଉଚିତ ହେବ ବୋଲି ସବୁ ମହଲରେ ଆଲୋଚନା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ମାଗଣା ୱାଇ ଫାଇ ସେବା ଆରମ୍ଭ ହେବ

ଦେଶରେ ମାଗଣା ୱାଇ ଫାଇ ସେବା ଆରମ୍ଭ ହେବ

Read More...

ତାମିଲନାଡ଼ୁରେ ପ୍ରବଳ ବର୍ଷା, ସାତ ମୃତ

ତାମିଲନାଡ଼ୁରେ ପ୍ରବଳ ବର୍ଷା, ସାତ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page