ଦେଶରେ ମାଗଣା ୱାଇ ଫାଇ ସେବା ଆରମ୍ଭ ହେବ

December 09, 2020, ଦେଶ, , Anupambharat News Bureau


ଦେଶରେ ମାଗଣା ୱାଇ ଫାଇ ସେବା ଆରମ୍ଭ ହେବ
Anupambharat News Bureau
December 09, 2020

ନୂଆଦିଲ୍ଲୀ,୯ା୧୨: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବିଶଙ୍କର ପ୍ରସାଦ ଏବଂ ସନ୍ତୋଷ ଗାଙ୍ଗୱାର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଅନୁଯାୟୀ ସରକାର ଦେଶରେ ୧କୋଟି ଡାଟା କେନ୍ଦ୍ର ଖୋଲିବେ । ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ୱାଇ-ଫାଇ ଆକ୍ସେସ୍‌ ଇଣ୍ଟରଫେସ୍‌ /‘ପିଏମ୍‌-ୱାଣୀ’ ନାମ ରହିଛି । ଏହି ଯୋଜନା ମୁତାବକ ସମସ୍ତ ଗ୍ରାମାଞ୍ଚଳକୁ ମାଗଣାରେ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ କିଭଳି ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ବି ଆଲୋଚନା ହୋଇଛି । ଲାକ୍ଷାଦ୍ୱୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ମାଧ୍ୟମରେ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ୧୦୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ କିଭଳି ୪-ଜି ସେବା ଯୋଗାଇ ଦିଆଯିବ ସେ ନେଇ ବି ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ସରକାର ପବ୍ଲିକ ଡାଟା ଅଫିସ ବା ପିଡିଓ ଖୋଲିବେ । ଏନେଇ କୌଣସି ପଞ୍ଜୀକରଣର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କୌଣସି ଦୋକାନ ଗୃହକୁ ଡାଟା ଅଫିସରେ ପରିଣତ କରାଯାଇ ପାରିବ । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗାଙ୍ଗୱାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଦେଶରେ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେବ । ଯେଉଁଥିରେ ୨୦୨୦-୨୦୨୩ ସୁଦ୍ଧା ମୋଟ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ଅଧୀନରେ ପ୍ରାୟ ୫୮.୫ ଲକ୍ଷ କର୍ମଚାରୀ ଲାଭ ପାଇବେ । ସର୍ବସାଧାରଣରେ ମାଗଣା ୱାଇ-ଫାଇ ପ୍ରତିଷ୍ଠା ପାଇଁ ପିଏମ୍‌-ୱାଣୀ ଆରମ୍ଭ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ନିଷ୍ପତ୍ତି ଫଳରେ ଲୋକମାନେ ବିନା କୌଣସି ଶୁÂରେ ପ୍ରତିଷ୍ଠା ହେବାକୁ ଥିବା ପବ୍ଲିକ ଡ଼ାଟା ଅଫିସ ମାଧ୍ୟମରେ ହାଇ-ସ୍ପିଡ଼ ଇଣ୍ଟରନେଟର ସୁବିଧା ପାଇପାରିବେ । ଏହା ନିଷ୍ପତି ଡ଼ିଜିଟାଲ ସ୍ୱାକ୍ଷରତାକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ ଓ ଟେଲିକମ ସେବାରେ ଉନ୍ନତି ଆଣିବ । ଏହାସମେତ ଶିକ୍ଷା, ଟେଲି ମେଡିସିନ୍‌, ଇ-ବାଣିଜ୍ୟ ଏବଂ ଇ-ଶାସନ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜମିକୁ ପାଣି-ବିହନ-ସାର ନାହିଁ ଚାଷ ହେବ କିପରି?

ଜମିକୁ ପାଣି-ବିହନ-ସାର ନାହିଁ ଚାଷ ହେବ କିପରି?

Read More...

କେଉଁ ସରକାର ଜୟ କିଷାନର ମୂଲ୍ୟ ମାନୁନାହାନ୍ତି

କେଉଁ ସରକାର ଜୟ କିଷାନର ମୂଲ୍ୟ ମାନୁନାହାନ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page