ଟିକା ପାଇଁ ପଞ୍ଜୀକରଣ ଜରୁରୀ

December 14, 2020, ଦେଶ, , Anupambharat News Bureau


ଟିକା ପାଇଁ ପଞ୍ଜୀକରଣ ଜରୁରୀ
Anupambharat News Bureau
December 14, 2020


ନୂଆଦିଲ୍ଳୀ,୧୪ା୧୨:ଦେଶରେ କରୋନା ଟିକାର ବିତରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡ ଲାଇନ ଅନୁଯାୟୀ ଟିକାକରଣ ପାଇଁ ପୂର୍ବରୁ ପଞ୍ଜୀକରଣ ଜରୁରୀ ରହିଛି । ଏନେଇ ସରକାରଙ୍କ ପକ୍ଷରୁ ଏକ ଆପ କୋ ୱିନ ଲଞ୍ଚ କରିଛନ୍ତି । ଏହି ଆପ ଜରିଆରେ ନିଜକୁ ପଞ୍ଜୀକୃତ କରାଇଥିବା ବ୍ୟକ୍ତିଙ୍କୁ ହିଁ ଟିକା ପ୍ରଦାନ କରାଯିବ ।
ଟିକା ଗ୍ରହଣ ପାଇଁ ରଖାଯାଇଥିବା ସେଣ୍ଟର ଗୁଡିକରେ ଦୈନିକ ୧୦୦ରୁ ୨୦୦ ଲୋକଙ୍କୁ ଟିକାକରଣ କରାଯିବ । ଏହା ସହିତ ଟିକା ଗ୍ରହଣ ପାଇଁ ପରିଚୟପତ୍ର ବାଧ୍ୟତା ମୂଳକ ରହିଛି । ଆଧାରକାର୍ଡ, ଭୋଟର ଆଇଡି ଏବଂ ଡ୍ରାଇଭିଂ ଲାଇସେନ୍ସ ସମେତ ୧୨ ପ୍ରକାରର ପରିଚୟ ପତ୍ରର ବ୍ୟବହାର କରାଯାଇପାରିବ । ଦୀର୍ଘ ଦିନର ଉଦ୍ୟମ ପରେ କେନ୍ଦ୍ର ସରକାର ଏହି ଗାଇଡ଼ଲାଇନ ଜାରି କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କୋଭିଡ଼-୧୯ରୁ ମୁକ୍ତ ହେବା ପାଇଁ ଏକ ବଡ଼ ଧରଣର ଟିକାକରଣର ବ୍ୟବସ୍ଥା ଆରମ୍ଭ କରିବେ । ଏହାକୁ ସୁପରିଚାଳନା ଏବଂ ସର୍ବୋତ୍ତମ ସ୍ୱାସ୍ଥ୍ୟଯୋଗ୍ୟ କରିବା ପାଇଁ ଗାଇଡ଼ଲାଇଡ଼ ଜାରି କରାଯାଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏବଂ ଯେଉଁମାନେ କି କୋଭିଡ଼ ଯୋଦ୍ଧାଭାବେ ପରିଚିତ ସେମାନଙ୍କୁ ଟିକାକରଣ କରାଯିବ । ଠିକ୍‌ ସେହିଭଳି ୫୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ । ପରବର୍ତ୍ତି ସମୟରେ ୫୦ ବର୍ଷରୁ କମ୍‌ ହୋଇଥିବା ବ୍ୟକ୍ତିଙ୍କୁ ଏହି ଟିକା ପ୍ରୟୋଗ କରାଯିବ । ଶେଷରେ ଅନ୍ୟ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଟିକା ବ୍ୟବହାର କରାଯିବ ବୋଲି ଗାଇଡଲାଇନ୍‌ରେ ଦର୍ଶା ଯାଇଛି । ପ୍ରତିଦିନ ଟିକାକରଣ ବେଳେ ମାତ୍ର ୧୦୦ରୁ ୨୦୦ ଲୋକଙ୍କୁ ଟିକାକରଣ କରାଯିବ ଏବଂ ୩୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତ୍ୟକ୍ଷ ନିରିକ୍ଷଣରେ ରଖାଯିବ । କୌଣସି ପାର୍ଶ୍ୱପ୍ରତିକ୍ରିୟା କିମ୍ବା ବ୍ୟକ୍ତିର ସ୍ୱଭାବିକ ସ୍ଥିତି ଠିକ୍‌ ଅଛି କି ନାହିଁ ଉକ୍ତ ସମୟରେ ପରୀକ୍ଷାନିରୀକ୍ଷା କରାଯିବ । କୋଭିଡ଼-୧୯ ଟିକାର କୌଣସି ମିଶ୍ରଣ ବା ଭେଜାଲ ଭଳି କାର୍ଯ୍ୟାବଳୀ ଠାରୁ ଦୂରେଇ ରଖିବା ପାଇଁ ଗୋଟିଏ ମାତ୍ର କମ୍ପାନୀର ଭ୍ୟକ୍ସିନ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ଭାରତ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩୦ କୋଟି ପାଖାପାଖି ଲୋକଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଭ୍ୟାକ୍ସିନକୁ ସୁରକ୍ଷିତ ଭାବରେ କେନ୍ଦ୍ରରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି । ଟିକାକରଣ କରିବା ପାଇଁ ଏକ ୫ ଜଣିଆ ଟିମ ଗଠନ କରାଯାଇଛି । ପ୍ରତିକ୍ଷା ପ୍ରକୋଷ୍ଠ ଏବଂ ବ୍ୟକ୍ତିଙ୍କୁ ନିରୀକ୍ଷଣରେ ରଖିବା ପାଇଁ ସୁବିଧା ଥିଲେ ସେଠାରେ ହିଁ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ଲାଇଡ଼ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପବାସ ରହି ଚାଷୀଙ୍କ ଆନ୍ଦୋଳନ,  କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ , ଆଇନ ସମର୍ଥନରେ ୧୦ କୃଷକ ସଂଗଠନ

ଉପବାସ ରହି ଚାଷୀଙ୍କ ଆନ୍ଦୋଳନ, କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ , ଆଇନ ସମର୍ଥନରେ ୧୦ କୃଷକ ସଂଗଠନ

Read More...

ଯାଜପୁର,ପୁରୀରେ ହେବ ମେଡିକାଲ କଲେଜ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

ଯାଜପୁର,ପୁରୀରେ ହେବ ମେଡିକାଲ କଲେଜ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page