ଉପବାସ ରହି ଚାଷୀଙ୍କ ଆନ୍ଦୋଳନ, କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ , ଆଇନ ସମର୍ଥନରେ ୧୦ କୃଷକ ସଂଗଠନ

December 14, 2020, ଦେଶ, , Anupambharat News Bureau


ଉପବାସ ରହି ଚାଷୀଙ୍କ ଆନ୍ଦୋଳନ,  କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ , ଆଇନ ସମର୍ଥନରେ ୧୦ କୃଷକ ସଂଗଠନ
Anupambharat News Bureau
December 14, 2020


ନୂଆଦିଲ୍ଲୀ, ୧୪ା୧୨ : କେନ୍ଦ୍ରର ତିନି ନୂତନ କୃଷି ଆଇନ୍‌ ବିରୋଧରେ କୃଷକଙ୍କ ଆନ୍ଦୋଳନ ସୋମବାର ୧୯ତମ ଦିନରେ ପହଞ୍ଚିଛି । ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ଆଜି ସକାଳ ଆଠରୁ ସନ୍ଧ୍ୟା ପାଞ୍ଚଟା ଯାଏଁ ଉପବାସ ଆନ୍ଦୋଳନ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଦିନକ ପାଇଁ ଉପବାସ ରଖିଥିଲେ । କୃଷି ସଂଗଠନର ଡାକରାରେ ସକାଳ ୮ଟାରୁ ଦିନିକିଆ ଉପବାସ ଆରମ୍ଭ କରିଥିଲେ ଚାଷୀ । ଦିନକୁ ଦିନ ଆନ୍ଦୋଳନ ତେଜୁଥିବାରୁ ମୋଦୀ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେବେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତିି, ଆଇନର ପ୍ରତ୍ୟାହାର କରାଯିବନି, କି;ୁ ଆଇନର ପ୍ରତ୍ୟକ ଧାରା ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ । ତେବେ ଆଲୋଚନା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦେଇଥିବା ନୂଆ ପ୍ରସ୍ତାବକୁ ଚାଷୀ ନେତାମାନେ ପ୍ରତ୍ୟାଖାନ କରିଛନ୍ତି । ଗୋଟିଏ ପଟେ ଚାପ ସୃଷ୍ଟି ପାଇଁ ଚାଷୀ ଭିନ୍ନ ଭିନ୍ନ ଉପାୟରେ ଆନ୍ଦୋଳନ ଜାରର ରଖିଥିବା ବେଳେ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଫଳରେ ଏହାକୁ ନେଇ ସମାଧାନର ବାଟ ବାହାରି ପାରୁ ନାହିଁ । ଏହା ମଧ୍ୟରେ ବିଭିନ୍ନ ରାଜ୍ୟର ୧୦ କୃଷକ ସଂଗଠନ କୃଷି ଆଇନକୁ ଚାଷୀମାନଙ୍କ ସ୍ୱାର୍ଥରେ ଯଥାର୍ଥ ଅଟେ ବୋଲି ଦର୍ଶାଇଛନ୍ତି । ଏହି ସଂଗଠନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ନିଜର ସମର୍ଥନ ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ହରିୟାଣା ଓ ଉତ୍ତରାଖଣ୍ଡର କୃଷକଙ୍କ ପ୍ରତିନିଧିମଣ୍ଡଳ ମଧ୍ୟ କୃଷି ମନ୍ତ୍ରୀଙ୍କୁ ଭେଟି ସାରିଛନ୍ତି । ରବିବାର ଉତ୍ତରାଖଣ୍ଡର ୧୦୦ରୁ ଅଧିକ କୃଷକଙ୍କ ପ୍ରତିନିଧି ମଣ୍ଡଳ ତୋମାରଙ୍କୁ ସାକ୍ଷାତ କରି ଏହି ଆଇନକୁ ପ୍ରତ୍ୟାହାର ନକରିବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଆନ୍ଦୋଳନରତ କୃଷକ ଆଇନ୍‌ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି । ଉତ୍ତର ପ୍ରଦେଶ, କେରଳ, ତାମିଲନାଡୁ, ତେଲେଙ୍ଗାନା, ବିହାର ଓ ହରିୟାଣା ପରି ରାଜ୍ୟଗୁଡିକର ୧୦ କୃଷକ ସଂଗଠନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ କରିଛନ୍ତି । ଅଲ ଇଣ୍ଡିଆ କିଷାନ କୋର୍ଡିନେସନ କମିଟି (ଏଆଇକେସିସି)ର ବ୍ୟାନର ତଳେ ଏହି କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ଏହି ତିନି କୃଷି ଆଇନକୁ ଖୋଲାଖୋଲି ସମର୍ଥନ ଦେଇଛନ୍ତି । ଏହା ମଧ୍ୟ ସଂଗଠନ ଗୁଡିକ ମଧ୍ୟରୁ କୁହାଯାଇଛି ଯେ, ତିନି ଆଇନ୍‌ କୃଷକଙ୍କ ହିତରେ ରହିଛି ଏବଂ ଏହାକୁ ପ୍ରତ୍ୟାହାର କରାଯିବା ଉଚିତ ନୁହେଁ । ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ତାମିଲନାଡୁ, ତେଲେଙ୍ଗାନା, ମହାରାଷ୍ଟ୍ର, ବିହାରରୁ ଅଲ ଇଣ୍ଡିଆ କିଷାନ କୋର୍ଡିନେସନ କମିଟି(ଏଆଇକେସିସି)ର ସଦସ୍ୟ ଆସିଥିଲେ । ସେମାନେ କହିଛନ୍ତି ମୋଦୀ ସରକାର କୃଷକଙ୍କ କଲ୍ୟାଣ ପାଇଁ ଏହି ଆଇନ କରିଛନ୍ତି ଏବଂ ଏହାକୁ ଆମେ ସଂପୂର୍ଣ୍ଣ ସମର୍ଥନ କରୁଛୁ । କୃଷି ମନ୍ତ୍ରୀ ତୋମାର କହିଛନ୍ତି, କୃଷକଙ୍କ ସହିତ ଆଲୋଚନା ପାଇଁ ପରବର୍ତ୍ତୀ ତାରିଖ ସ୍ଥିର କରିବା ପାଇଁ ଯୋଗାଯୋଗ କରାଯାଉଛି । ଆନ୍ଦୋଳନରତ କୃଷକଙ୍କ ସହିତ ବୈଠକ ନିଶ୍ଚିତ ରୂପେ ହେବ । ସରକାର କୌଣସି ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ । ଯଦି ସେମାନେ ପ୍ରତିଟି ଖଣ୍ଡ ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ତେବେ ଆମେ ବିଚାର ବିମର୍ଶ ପାଇଁ ପ୍ରସ୍ତୁତ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି । ପ୍ରଦର୍ଶନକାରୀ କୃଷକଙ୍କ ୪୦ ସଂଗଠନର ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନାର ନେତୃତ୍ୱ ନେଉଛନ୍ତି ତୋମାର । ତାଙ୍କ ସହ କେନ୍ଦ୍ର ବାଣିଜ୍ୟ ତଥା ଉଦ୍ୟୋଗ ଓ ଖାଦ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ଏବଂ ବାଣିଜ୍ୟ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ସାମିଲ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଲାମ୍‌ ଅପେକ୍ଷାରେ ଓଡିଶାର ୩ କୋଇଲା ଖଣି

ନିଲାମ୍‌ ଅପେକ୍ଷାରେ ଓଡିଶାର ୩ କୋଇଲା ଖଣି

Read More...

ଟିକା ପାଇଁ ପଞ୍ଜୀକରଣ ଜରୁରୀ

ଟିକା ପାଇଁ ପଞ୍ଜୀକରଣ ଜରୁରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page