ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ

May 19, 2019, କ୍ରୀଡ଼ା, , Anupambharat News Bureau


ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ
Anupambharat News Bureau
May 19, 2019

ଡର୍ବାନ୍‌,୧୯ ।୫: ବିଶ୍ୱକପ୍‌ରେ ଭାରତ ତାର ଅଭିଯାନ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ । ତେବେ ତା’ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍‌ ଲୁନ୍‌ଗି ଏନ୍‌ଗିଡି ବିରାଟ କୋହଲିଙ୍କ ଦଳକୁ ଚେତବନୀ ଦେଇଛନ୍ତି । ଉକ୍ତ ମ୍ୟାଚ୍‌ରେ ଭାରତ ଠାରୁ ପୁରୁଣା ହିସାବ ସୁଝାଇବାର ଅଛି ବୋଲି ଏନ୍‌ଗିଡି କହିଛନ୍ତି ।
ଏନ୍‌ଗିଡି ଯେଉଁ ପୁରୁଣା ହିସାବ କଥା କହିଛନ୍ତି ତାହା ହେଲା ଗତବର୍ଷ ଘରୋଇ ମାଟିରେ ଭାରତ ଠାରୁ ଦିନିକିଆ ସିରିଜ୍‌ରେ ଶୋଚନୀୟ ପରାଜୟ । ୬ ମ୍ୟାଚ୍‌ ବିଶିଷ୍ଟ ଉକ୍ତ ଦିନିକିଆ ସିରିଜ୍‌କୁ ଭାରତ ୫-୧ରେ ଜିତିଥିଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ତାହା ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ବିଜୟ ଥିଲା । ତେବେ ଉକ୍ତ ଦିନିକିଆ ସିରିଜ୍‌ରେ ଆଘାତ କାରଣରୁ ଫାଫ୍‌ ଡୁ’ପ୍ଲେସିସ୍‌, ଏବି ଡି’ଭିଲିୟର୍ସ ଓ କ୍ୱିଣ୍ଟନ୍‌ ଡି’କକ୍‌ ଭଳି ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁଁ ଦକ୍ଷିଣ ଆଫ୍ରିକା ଦୁର୍ବଳ ହୋଇପଡିଥିଲା । ଜୁନ୍‌ ୫ରେ ଭାରତ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା ପୂର୍ଣ୍ଣ ସାମର୍ଥ୍ୟ ସହ ପଡିଆକୁ ଓହ୍ଲାଇବ । ଏବଂ ଭାରତ ଠାରୁ ଘରୋଇ ସିରିଜ୍‌ର ପ୍ରତିଶୋଧ ଆମେ ନେବୁ ବୋଲି ଏନ୍‌ଗିଡି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ଆମେ ପୂରା ପ୍ରସ୍ତìତ । ସେମାନଙ୍କ ସହ ପୁରୁଣା ହିସାବ ସୁଝାଇବାକୁ ଅଛି । ସେମାନେ ଯେବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଥିଲେ ଆମ ବିପକ୍ଷରେ ସଫଳ ହୋଇଥିଲେ । ଏବେ ଉକ୍ତ ପରାଜୟର ପ୍ରତିଶୋଧ ନେବାକୁ ସମୟ ଆସିଛି । ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ଆମେ ସବୁ ଉତ୍ସାହିତ । ତଥାପି ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । କାରଣ ଭାରତ ଏକ ଭଲ ଦଳ । ସେମାନଙ୍କ ବିପକ୍ଷ ଘରୋଇ ସିରିଜ୍‌ ବେଳେ ଆମର କିଛି ପ୍ରମୁଖ ଖେଳାଳି ଆଘାତ କାରଣରୁ ଖେଳିନଥିଲେ । ଏବେ ଆମେ ପୂରା ସାମର୍ଥ୍ୟ ସହ ଭାରତ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତìତ ବୋଲି ୨୩ ବର୍ଷୀୟ ଏନ୍‌ଗିଡି କହିଛନ୍ତି ।
ଦକ୍ଷିଣ ଆଫ୍ରିକା କେବେ ବି ବିଶ୍ୱକପ୍‌ ଟାଇଟଲ୍‌ ଜିତିପାରି ନାହିଁ । ତେବେ ଏଥର ବିଶ୍ୱକପ୍‌ ସ୍ୱପ୍ନ ସାକାର ହେବ ବୋଲି ଏନ୍‌ଗିଡି ଆଶାବାଦୀ ଅଛନ୍ତି । ଯଦି ଦଳର ବିଜୟରେ ସେ କିଛି ଯୋଗଦାନ କରିପାରୁଛନ୍ତି ତାହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଏନ୍‌ଗିଡି କହିଛନ୍ତି ।
ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଏହାର ଅଭିଯାନ ମେ ୩୦ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଆରମ୍ଭ କରିବ । ଇଂଲଣ୍ଡ ଏବେ ଜବରଦସ୍ତ ଫର୍ମରେ ରହିଛି । ବିଶ୍ୱକପ୍‌ ପାଇଁ ମଧ୍ୟ ଇଂଲଣ୍ଡ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛି । ଇଂଲଣ୍ଡ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜୟ ଦକ୍ଷିଣ ଆଫି୍ରକା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଏନ୍‌ଗିଡି କହିଛନ୍ତି । ଇଂଲଣ୍ଡ ଫେଭରିଟ୍‌ ଥିଲେ ବି ଘରୋଇ ପରିବେଶରେ ଖେଳୁଥିବାରୁ ସେମାନଙ୍କ ଉପରେ ଅଧିକ ଚାପ ରହିବ ବୋଲି ଏହି ଯୁବ ଦ୍ରୁତ ବୋଲର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

Read More...

ଅବସର ନେଇପାରନ୍ତି ଯୁବରାଜ

ଅବସର ନେଇପାରନ୍ତି ଯୁବରାଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page