ଦୁର୍ନୀତି ବିକାଶର ବଡ଼ ଶତ୍ରୁ: ନବୀନ, ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ ଦେବେ ସମ୍ପତ୍ତି ତାଲିକା

December 21, 2020, ଓଡ଼ିଶା, , Anupambharat News Bureau


ଦୁର୍ନୀତି ବିକାଶର ବଡ଼ ଶତ୍ରୁ: ନବୀନ,  ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ ଦେବେ ସମ୍ପତ୍ତି ତାଲିକା
Anupambharat News Bureau
December 21, 2020


ଭୁବନେଶ୍ୱର, ୨୧ା୧୨(ଅନୁପମ ମିଡ଼ିଆ):­ ଦୁର୍ନୀତି ବିକାଶର ସବୁଠାରୁ ବଡ଼ ଶତ୍ରୁ । ଆମେ ଯଦି ସ୍ୱଚ୍ଛତା ବଜାୟ ନରଖିବା ତେବେ ଅସମାନତା, ଦାରଦ୍ର୍ୟ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ଆମର ଲଢେଇ ନିରର୍ଥକ ହୋଇଯିବ ବୋଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିବା ସହ ଦୁର୍ନୀତି ବିରୋଧୀ ଲଢେଇକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛନ୍ତି ।
ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ଦୁର୍ନୀତି ବିରୋଧୀ ଲଢେଇରେ ରାଜ୍ୟ ସାରା ଦେଶରେ ଆଗୁଆ ରହିଆସିଛି । ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚ ପଦବୀରେ ଥା;ୁ ନା କାହିଁକି ସମାନଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଆସିଛୁ । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ପ୍ରାୟ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କ ପେନସନ ବନ୍ଦ କରିଛନ୍ତି ।
ଏହି ଦୁର୍ନୀତି ବିରୋଧୀ ଲଢେଇକୁ ଆଗକୁ ନେବାକୁ ସେ କେତେକ ପ୍ରସ୍ତାବ ବିଜେଡ଼ି ରାଜ୍ୟ ପରିଷଦ ଆଗରେ ରଖିଛନ୍ତି । ଏହି ପ୍ରସ୍ତାବ ଅନୁସାରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ,ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ ଓ ତାହାକୁ ପ୍ରତିବର୍ଷ ସର୍ବସାଧାରଣରେ ପ୍ରକାଶ କରାଯିବ । ଦୁର୍ନୀତି ରୋକିବା ପାଇଁ ଏଭଳି କଡା ପଦକ୍ଷେପ ନେବାରେ ଓଡିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ଏବଂ ଅନ୍ୟ ରାଜ୍ୟ ମାନଙ୍କୁ ଏ ଦିଗରେ ବାଟ ଦେଖାଇବ ।ଦୁର୍ନୀତି ବିରୁଦ୍ଧରେ ଆମର ସାଲିସବିହୀନ ଲଢେଇ ହିଁ ଆମ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି । ଦୁର୍ନୀତି ମାମଲା ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ ବା ଦୁର୍ନୀତିରେ ଲିପ୍ତ ମାନଙ୍କର ସମ୍ପତ୍ତିର ବ୍ୟାଜାପ୍ତି । ଏ ସବୁଥିରେ ଆମ ରାଜ୍ୟ ହିଁ ସବୁଠାରେ ଆଗରେ ଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିଷଦ ବୈଠକରେ ପାରିତ ହେବାକୁ ଥିବା ପ୍ରସ୍ତାବଗୁଡିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନଙ୍କୁ ପଠାଯିବ ବୋଲି କହିଥିଲେ ।
ସାଧାରଣ ଲୋକ ମୁହଁରେ ହସ ଓ ମନରେ ବିଶ୍ୱାସ ଗୋଟିଏ ରାଜନୈତିକ ଦଳର ସବୁଠାରୁ ବଡ ସମ୍ପତ୍ତିି ତାକୁ ବଜାୟ ରଖିବା ପାଇଁ ଆମେ କାମ କରିଚାଲିବା ବୋଲି ପଟ୍ଟନାୟକ କହିଥିଲେ ।ତେବେ ଦଳୀୟ ରାଜ୍ୟ ପରିଷଦ ବୈଠକ ପ୍ରଥମ ଥର ଲାଗି ଦୁର୍ନୀତି ଉପରେ ସୁପ୍ରିମୋ କଡ଼ା ଆଭିମୁଖ୍ୟ ଆପଣାଇବାରେ ଲାଗିଛନ୍ତି । ତେବେ ଏହି ଘୋଷଣା କେତେଦୂର କାର୍ଯ୍ୟକାରୀ ହେଉଛି ଦେଖିବାକୁ ରହିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରୀ ହତ୍ୟା ମାମଲା: ଏସ୍‌ଆଇଟି ରିମାଣ୍ଡରେ ଅଭିଯୁକ୍ତ

ପରୀ ହତ୍ୟା ମାମଲା: ଏସ୍‌ଆଇଟି ରିମାଣ୍ଡରେ ଅଭିଯୁକ୍ତ

Read More...

ପରୀ ହତ୍ୟା ଅଭିଯୁକ୍ତ ଗିରଫ !

ପରୀ ହତ୍ୟା ଅଭିଯୁକ୍ତ ଗିରଫ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page