ପରୀ ହତ୍ୟା ମାମଲା: ଏସ୍‌ଆଇଟି ରିମାଣ୍ଡରେ ଅଭିଯୁକ୍ତ

December 21, 2020, ଓଡ଼ିଶା, , Anupambharat News Bureau


ପରୀ ହତ୍ୟା ମାମଲା: ଏସ୍‌ଆଇଟି ରିମାଣ୍ଡରେ ଅଭିଯୁକ୍ତ
Anupambharat News Bureau
December 21, 2020


ନୟାଗଡ଼, ୨୧ା୧୨( ଅନୁପମ ମିଡ଼ିଆ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରକୁ ଆଜି ଏସଆଇଟି ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର ପରେ ତିନି ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡରେ ନେବା ପରେ ଏସ୍‌ଆଇଟି ଏଥିରେ ଅନ୍ୟଙ୍କ ସମ୍ପୃକ୍ତ ଏବଂ ଘଟଣାକ୍ରମ ନେଇ ଅଭିଯୁକ୍ତଠାରୁ ଅଧିକ ତଥ୍ୟ ହାସଲ କରିବ ବୋଲି କୁହାଯାଇଛି । ଆଜି ତଦନ୍ତ ଟିମ୍‌ ଅଭିଯୁକ୍ତ ସହ ପରୀର ଗାଁ ଯଦୁପୁରରେ ପହଞ୍ଚିଥିଲା । ଏହାପରେ ତାକୁ ନେଇ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରାଇଥିଲା । ଅଧିକ ତଦନ୍ତ ପାଇଁ ଏସ୍‌ଆଇଟି କରିଥିବା ଆବେଦନକୁ କୋର୍ଟ ଗ୍ରହଣ ସହ ଏନେଇ ଅନୁମତି ପ୍ରଦାନ କରିଥିଲା । ଆଜି ଯଦୁପୁରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ଅନ୍ୟପକ୍ଷେ ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ତଦନ୍ତ ପାଇଁ ଯଦୁପୁର ଯାଇଥିବା ବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏସଆଇଟିକୁ ଯଥେଷ୍ଟ ପ୍ରମାଣ ମିଳିସାରିଛି । ଯାହାକୁ ଗିରଫ କରାଯାଇଛି, ତାଙ୍କ ବିଷୟରେ ମଧ୍ୟ ଯଥେଷ୍ଟ ପ୍ରମାଣ ରହିଛି । ଅଭିଯୁକ୍ତକୁ ଗତ ୧୦ ଦିନ ଧରି ପଚରା ଉଚୁରା କରାଯାଇଛି । ପଚରା ଉଚୁରା ବେଳେ
ଯଥେଷ୍ଟ ପ୍ରମାଣ ପାଇଲା ପରେ ତାଙ୍କୁ ଗିରଫ କରାଯାଇଛି । ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ବୋଲି ସେ କହିଛନ୍ତି । ତେବେ ତାଙ୍କୁ ଏଥିରେ ଅନ୍ୟ କିଏ ସାହାଯ୍ୟ କରିଛି କି ନାହିଁ ସେନେଇ ଏସଆଇଟି ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ତଦନ୍ତ ଦାୟୀତ୍ୱ ନେଲା ପରେ ଘଟଣା କାହିଁକି ଘଟିଲା ତାହା ଜାଣିବାକୁ ଚାହିଁଥିଲୁ । ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ଜାଣିବାକୁ ପାଇଥିଲୁ । ଘଟଣା ସମ୍ପର୍କରେ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଆଗକୁ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରୀ ରହିବ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ବୋଥ୍ରା । ଅନ୍ୟପକ୍ଷେ ଯେଉଁ ପୋଖରୀ ହୁଡ଼ାରୁ ପରୀ ଶରୀର କିଛି ଅଂଶ ମିଳିଥିଲା ତାର ପାଣି ଶୁଖାଇବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ସମ୍ବବତ ଉକ୍ତ ପୋଖରୀରୁ ଅନ୍ୟ କିଛି ପ୍ରମାଣ ମିଳିବ ବୋଲି ଅନୁମାନ କରାଯାଉଛି । ତେବେ ଅଭିଯୁକ୍ତ କୁହାଯାଉଥିବା ଛାତ୍ରର ମା’ ପୁଅକୁ ନିର୍ଦ୍ଦୋଷ ବୋଲି କହିବା ସହ ପୋଲିସ ତାକୁ ଫସାଇ ଦେଇଛି ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଥରାଇବ ଶୀତ : ଚାରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଥରାଇବ ଶୀତ : ଚାରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Read More...

ଦୁର୍ନୀତି ବିକାଶର ବଡ଼ ଶତ୍ରୁ: ନବୀନ,  ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ ଦେବେ ସମ୍ପତ୍ତି ତାଲିକା

ଦୁର୍ନୀତି ବିକାଶର ବଡ଼ ଶତ୍ରୁ: ନବୀନ, ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ ଦେବେ ସମ୍ପତ୍ତି ତାଲିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page